ଏହିଠାରୁ ନିର୍ବାଚନ ଲଢ଼ିବେ ବଙ୍ଗଳା ସୁନ୍ଦରୀ ରଚନା ବାନାର୍ଜୀ – Kalinga News

[ad_1]
କୋଲକାତା: ଲୋକସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ତୃଣମୂଳ କଂଗ୍ରେସ । ଟିଏମସି ଆଜି ନିଜ ପ୍ରାର୍ଥୀମାନଙ୍କ ତାଲିକା ଜାରି କରିଛି । ଏହି ଲିଷ୍ଟରେ ୪୨ ଜଣ ପ୍ରାର୍ଥୀଙ୍କ ନାଁ ରହିଛି । ତେବେ ସବୁଠାରୁ ବଡ କଥା ହେଉଛି ପୂର୍ବତନ ଭାରତୀୟ କ୍ରିକେଟର ୟୁସୁଫ ପଠାନଙ୍କୁ ଟିକେଟ ଦେଇଛି ଟିଏମସି । ୟୁସୁଫ ପଠାନ ବହରାମପୁରରୁ ନିର୍ବାଚନ ଲଢିବେ । ତାଙ୍କ ବିରୋଧରେ ସେଠାରେ କଂଗ୍ରେସ ପ୍ରାର୍ଥୀ ହେଉଛି ଅଧିର ରଞ୍ଜନ ଚୌଧୁରୀ । ସେହିପରି ଟିଏମସି ଏଥର ନୁସରତ ଜାହାଁକୁ ଟିକେଟ ଦେଇନାହିଁ । ତେବେ ଓଡ଼ିଆ ସିନେପ୍ରେମୀଙ୍କ ପାଇଁ ଏହି ତାଲିକା ଖୁସି ଆଣିଦେଇଛି | କାରଣ ବହୁ ଓଡ଼ିଆ ଫିଲ୍ମରେ ଅଭିନୟ କରିଥିବା ରଚନା ବାନାର୍ଜୀ(ବନ୍ଦୋପାଧ୍ୟୟ)ଙ୍କୁ ଟିଏମସି ହୁଗଳିରୁ ପ୍ରାର୍ଥୀ କରିଛି | ଆଜି ତାଙ୍କ ନାମ ଘୋଷଣା ହେବା ପରେ ସେ ଟିଏମସି ସୁପ୍ରିମୋ ମମତା ବାନାର୍ଜୀଙ୍କ ସହ କର୍ମୀମାନଙ୍କୁ ଭେଟିଥିଲେ | ଗୋଟାଏ ସମୟରେ ଓଲିଉଡ୍ରେ ଚହଳ ସୃଷ୍ଟି କରିଥିବା ନାୟିକା ହେଉଛନ୍ତି ରଚନା ବାନାର୍ଜୀ। ଯଦିଓ ସେ ନିଜ ମାତୃଭାଷା ବଙ୍ଗଳାରୁ ନିଜର ଅଭିନୟ ଜୀବନ ଆରମ୍ଭ କରିଥିଲେ ମାତ୍ର ତାଙ୍କୁ ବିଶେଷ ସଫଳତା ଓଲିଉଡ୍ରୁ ହିଁ ମିଳିଛି। ଅଭିନେତା ସିଦ୍ଧାନ୍ତ ମହାପାତ୍ରଙ୍କ ସହ ତାଙ୍କର ଜବର୍ଦସ୍ତ ଯୋଡ଼ିକୁ ଆଜି ବି ଝୁରି ହୁଅନ୍ତି ଓଡ଼ିଶାର ଦର୍ଶକ।

Sambad is now on WhatsApp
Join and get latest news updates delivered to you via WhatsApp
ରଚନା ବାନାର୍ଜୀ ପ୍ରଥମେ ୧୯୯୪ ମସିହାରେ ‘ସାଗର ଗଙ୍ଗା’ ଚଳଚ୍ଚିତ୍ର ଜରିଆରେ ଓଲିଉଡ୍ରେ ପାଦ ଦେଇଥିଲେ। ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଥିଲେ ରାଜୁ ମିଶ୍ର। ତା’ପରେ ପରେ ସେ ‘ଭାଇ ହେଲା ଭଗାରୀ’, ‘ସୁଭଦ୍ରା’, ‘ଯଶୋଦା’, ‘ସିନ୍ଦୂର ନୁହେଁ ଖେଳ ଘର’, ‘ଗଙ୍ଗା ଯମୁନା, ‘ଲକ୍ଷେ ଶିବ ପୂଜି ପାଇଛି ପୁଅ’, ‘ନାରୀ ବି ପିନ୍ଧି ପାରେ ରକ୍ତ ସିନ୍ଦୂର’, ‘ସନ୍ତାନ’ ‘ସାଗର ଗଙ୍ଗା’ ଆଦି ବହୁ ଚମତ୍କାର ଚଳଚ୍ଚିତ୍ରରେ ନଜର ଆସିଛନ୍ତି। ‘ସକଳ ତୀର୍ଥ ତୋ ଚରଣେ’ ଚଳଚ୍ଚିତ୍ରରେ ଉତ୍ତମ ମହାନ୍ତିଙ୍କ ସହ ନଜର ଆସି ଦର୍ଶକଙ୍କୁ ବିମୋହିତ କରିଥିଲେ ଏହି ବଙ୍ଗଳା ସୁନ୍ଦରୀ।
ତାଙ୍କର ଉଲ୍ଲେଖନୀୟ ବଙ୍ଗଳା ଚଳଚ୍ଚିତ୍ରଗୁଡ଼ିକ ମଧ୍ୟରେ ରହିଛି ‘ପ୍ରତିଦାନ’, ‘ତପସ୍ୟା’, ‘ଅମୋଦିନୀ’, ‘ସବୁଜ ସାଥୀ’ ପ୍ରମୁଖ। ସେ ଓଡ଼ିଆ, ବଙ୍ଗଳା ବ୍ୟତୀତ ବହୁ ତେଲୁଗୁ ଓ ତାମିଲ ଚଳଚ୍ଚିତ୍ରରେ ବି ନଜର ଆସିଛନ୍ତି। ବଲଉଡ୍ର ସେହେନ୍ସା ଅମିତାଭ ବଚ୍ଚନଙ୍କ ସହ ରଚନା ‘ସୂର୍ଯ୍ୟୋବଂଶମ୍’ ଚଳଚ୍ଚିତ୍ରରେ ଅଭିନୟ କରିବାର ସୁଯୋଗ ପାଇଥିଲେ। କୋଲକାତାରେ ଜନ୍ମ ହୋଇଥିବା ଏହି ସୁନ୍ଦରୀ ନାୟିକା ଜଣକ କୋଲକାତାରେ ହେଉଥିବା ୧୯୯୪ ମସିହାରେ ‘ମିସ୍ କୋଲକାତା’ ହେବା ସହ ଦେଶର ୫ଟି ସୁନ୍ଦରୀ ପ୍ରତିଯୋଗିତାରେ ବିଜୟୀ ହୋଇଥିଲେ।
[ad_2]