ଅଧିକ ଶାରୀରିକ ସମ୍ପର୍କ ରଖିଲେ ଆପଣଙ୍କୁ ହେବ ଏହି ସବୁ ଗମ୍ଭୀର ରୋଗ

ପାର୍ଟନର ସହିତ ଶାରୀରିକ ସମ୍ପର୍କ ରଖିବା ବା ସେକ୍ସ (Sex)କରିବା ସ୍ୱାସ୍ଥ୍ୟପକ୍ଷେ ଅନେକ ଉପକାର କରିଥାଏ। ମାନସିକ ସ୍ଥିତିକୁ ଭଲ ରଖିବା ସହିତ ଏହା ହୃଦସ୍ପନ୍ଦନକୁ ସ୍ୱାଭାବିକ ରଖିଥାଏ। ଏବଂ ଆପଣଙ୍କ ହାର୍ଟକୁ ମଧ୍ୟ ସୁସ୍ଥ ରଖିବା ସହିତ ରୋଗ ପ୍ରତିରୋଧକ ଶକ୍ତି ବଢାଇଥାଏ। ଏବଂ ରକ୍ତ ସଞ୍ଚାଳନ ଠିକ୍ ଭାବରେ ମଧ୍ୟ ହୋଇଥାଏ। କିନ୍ତୁ ଜାଣିଛନ୍ତି କି ଅଧିକ ସେକ୍ସ କରିବା ଦ୍ୱାରା ଆପଣ ଅନେକ ସମସ୍ୟାରେ ପଡ଼ିପାରନ୍ତି। ଖାସ୍ କରି ଆପଣଙ୍କୁ ଅନେକ ରୋଗ ଗ୍ରାସ କରିଥାଏ । ତେବେ, ଆସନ୍ତୁ ଜାଣିବା ଅଧିକ ସେକ୍ସ କରିବା ଦ୍ବାରା କଣ ସବୁ ସମସ୍ୟା ଦେଖାଦେଇଥାଏ। )
Side Effects of Sex: ପାର୍ଟନର ସହିତ ଶାରୀରିକ ସମ୍ପର୍କ ରଖିବା ବା ସେକ୍ସ (Sex)କରିବା ସ୍ୱାସ୍ଥ୍ୟପକ୍ଷେ ଅନେକ ଉପକାର କରିଥାଏ। ମାନସିକ ସ୍ଥିତିକୁ ଭଲ ରଖିବା ସହିତ ଏହା ହୃଦସ୍ପନ୍ଦନକୁ ସ୍ୱାଭାବିକ ରଖିଥାଏ। ଏବଂ ଆପଣଙ୍କ ହାର୍ଟକୁ ମଧ୍ୟ ସୁସ୍ଥ ରଖିବା ସହିତ ରୋଗ ପ୍ରତିରୋଧକ ଶକ୍ତି ବଢାଇଥାଏ। ଏବଂ ରକ୍ତ ସଞ୍ଚାଳନ ଠିକ୍ ଭାବରେ ମଧ୍ୟ ହୋଇଥାଏ। କିନ୍ତୁ ଜାଣିଛନ୍ତି କି ଅଧିକ ସେକ୍ସ କରିବା ଦ୍ୱାରା ଆପଣ ଅନେକ ସମସ୍ୟାରେ ପଡ଼ିପାରନ୍ତି। ଖାସ୍ କରି ଆପଣଙ୍କୁ ଅନେକ ରୋଗ ଗ୍ରାସ କରିଥାଏ । ତେବେ, ଆସନ୍ତୁ ଜାଣିବା ଅଧିକ ସେକ୍ସ କରିବା ଦ୍ବାରା କଣ ସବୁ ସମସ୍ୟା ଦେଖାଦେଇଥାଏ।
ଅଧିକ ସେକ୍ସ କଲେ ଆପଣ ଭୋଗିବେ ଏହି ସବୁ ରୋଗ :
ସଂକ୍ରମଣର ଭୟ ଅଧିକ ଥାଏ : ଯଦି ଆପଣ ଅଧିକ ସେକ୍ସ ବା ଶାରୀରିକ ସମ୍ପର୍କ ରଖୁଛନ୍ତି । ତେବେ, ଆପଣଙ୍କ ଠାରେ ଅଧିକ ଯୌନ ସଂକ୍ରମଣର ଭୟ ଅଧିକ ରହିବ । ଖାସ୍ କରି ଆପଣ ଯେତେବେଳ ଅଧିକ ସେକ୍ସ କରୁଛନ୍ତି । ଗୁପ୍ତାଙ୍ଗରେ ବା ଆପଣଙ୍କ ପ୍ରାଇଭେଟ୍ ପାର୍ଟକୁ କ୍ଷତି ପହଞ୍ଚିବ। ଯାହା ଫଳରେ ଆପଣଙ୍କ ପ୍ରାଇଭେଟ୍ ପାର୍ଟ ସଂକ୍ରମିତ ହୋଇଥାଏ। ଯାହା ଶିଘ୍ର ସୁସ୍ଥ ହୁଏ ନାହିଁ । ଫଳରେ ଏହି ସଂକ୍ରମଣ ଦିର୍ଘ ଦିନ ପର୍ଯ୍ୟନ୍ତ ରୁହେ । ଏବଂ ଯେଉଁ ସମୟରେ ଆପଣ ସେକ୍ସ ବା ଶାରିରୀକ ସମ୍ପର୍କ ରଖିବେ । ସେହି ସମୟରେ ଆପଣଙ୍କୁ ଯନ୍ତ୍ରଣା ସହ ପୋଡା ଜଳା ମଧ୍ୟ ଅନୁଭବ ହେବ। ଖାସ୍ କରି ମହିଳା ମାନଙ୍କ କ୍ଷେତ୍ରରେ ସଂକ୍ରମଣର ଭୟ ଅଧିକ ଥାଏ।
ଅଧିକ ଯନ୍ତ୍ରଣା ଅନୁଭବ କରନ୍ତି ପୁରୁଷ : ଯଦି ଆପଣ ଅଧିକ ଥର ସେକ୍ସ କରୁଛନ୍ତି । ତେବେ, ପୁରୁଷମାନଙ୍କ ପାଇଁ ଏହା ବିପଦ ଆଣିପାରେ। ଖାସ୍ କରି ଲଗାତର ସେକ୍ସ କରିବା ଦ୍ବାରା ସେମାନଙ୍କ ଗୁପ୍ତାଙ୍ଗରେ କ୍ଷତ ହୋଇପାରେ। ଯାହା ପରବର୍ତ୍ତୀ ଅବସ୍ଥାରେ ଘା ’ ସୃଷ୍ଟି କରିଥାଏ। ଫଳରେ ଗୁପ୍ତାଙ୍ଗ ମଧ୍ୟ ସଂକ୍ରମିତ ହୋଇ ଫୁଲିଥାଏ। ଯେଉଁଥିପାଇଁ ଆପଣଙ୍କୁ ଡାକ୍ତରଙ୍କ ପରାମର୍ଶ ନେବାକୁ ପଡିପାରେ ।
ମାନସିକ ସ୍ୱାସ୍ଥ୍ୟ ପ୍ରଭାବିତ ହୋଇପାରେ: ଖାସ୍ କରି ଯେଉଁ ମାନେ ସେକ୍ସ ଆଡିକଟେଡ୍ ବା ସେକ୍ସ ବିନା ରହିପାରନ୍ତି ନାହିଁ। ସେମାନଙ୍କ ସେକ୍ସ ନ କରିବା ଦ୍ବାରା ସେମାନଙ୍କ ମାନସିକ ସ୍ଥିତି ଠିକ୍ ରୁହେ ନାହିଁ। ସେକ୍ସ ବିନା ସେମାନେ ବଞ୍ଚିବା ସେମାନଙ୍କ ପାଉଁ କଷ୍ଟକର ହୋଇପାରେ। ଏହା କୌଣସି ନିଶା ଠାରୁ କମ୍ ନୁହେଁ । ଯଦି ଆପଣ ଏହି ନିଶା ଠାରୁ ନିଜକୁ ବଞ୍ଚାଇବାକୁ ଚାହୁଁଛନ୍ତି, ତେବେ ଡାକ୍ତରଙ୍କ ସହ କଥା ହୁଅନ୍ତୁ ।
ପ୍ରତିଦିନ ସେକ୍ସ କଲେ ଶରୀରକୁ ମିଳିଥାଏ ଏହି ସବୁ ଜବରଦସ୍ତ ଫାଇଦା :
୧-ସେକ୍ସ(sex) ବା ଶାରୀରିକ ସମ୍ପର୍କ ଗଢିବା ଆପଣଙ୍କୁ କେବଳ ଆନନ୍ଦ ଦିଏ ନାହିଁ । ଏହା ଆପଣଙ୍କ ସାଥୀଙ୍କ ହୃଦୟ ସହ ଆପଣଙ୍କୁ ଯୋଡେ। ଏହି ଶାରୀରିକ ସମ୍ପର୍କ ସ୍ଥାପନ ସମୟରେ ଆପଣ ଗୋଟିଏ ଦୁନିଆରେ ହଜି ଯାଆନ୍ତି । ନିକଟରେ ହୋଇଥିବା ଏକ ରିସର୍ଚ୍ଚରୁ ଜଣାପଡି଼ଛି ଯେ, ଯେଉଁ ପୁରୁଷମାନେ ସପ୍ତାହରେ ଦୁଇ ଥରରୁ ଅଧିକ ଥର ସେକ୍ସ (sex) ବା ଶାରୀରିକ ସମ୍ପର୍କ ଗଢନ୍ତି । ସେମାନଙ୍କୁ ଅନ୍ୟ ମାନଙ୍କ ତୁଳନାରେ ହୃଦଘାତ ବା ହାର୍ଟ ଆଟାର୍କ ହେବାର ଆଶଙ୍କା କମ୍ ଥାଏ ।
୨- ଯେଉଁମାନେ ପ୍ରତିଦିନ ସେକ୍ସ କରନ୍ତି ସେମାନଙ୍କ ରୋଗ ପ୍ରତିରୋଧକ ଶକ୍ତି ବଢିବା ସହ ସେମାନଙ୍କୁ ସାଧାରଣତଃ ଜ୍ବାର ଓ ଥଣ୍ତା ହୋଇ ନ ଥାଏ।
୩- ଏହା ସହ ଅଧ୍ୟୟନରୁ ଏହା ମଧ୍ୟ ଜଣାପଡି଼ଛି ଯେ, ଯେଉଁମାନେ ପ୍ରତିଦିନ ସେକ୍ସ ବା ଶାରୀରିକ ସମ୍ପର୍କ ଗଢନ୍ତି । ସେମାନଙ୍କୁ ଚାପ ବା ଟେନସନ୍ ଭଳି ସମସ୍ୟାର ସମ୍ମୁଖିନ ହେବାକୁ ପଡି ନଥାଏ ।
୪- ସେକ୍ସ କରିବା ଦ୍ବାରା ଆପଣଙ୍କ ରକ୍ତ ସଂଞ୍ଚାଳନ ଠିକ୍ ଭାବରେ ହୁଏ। ଯେଉଁଥିପାଇଁ ଆପଣଙ୍କ ଶରୀରର ବିଭିନ୍ନ ଅଙ୍ଗ ଠିକ୍ ରୁହେ। ଏବଂ କୋଷକୁ ସତେଜ ରକ୍ତ ଯୋଗାଇବାରେ ସାହାଯ୍ୟ କରିଥାଏ । ଖାସ୍ କରି ପାରାଲିସିସ୍ ଭଳି ରୋଗ ମଧ୍ୟ ଆପଣଙ୍କୁ ହେବାର ଆଶଙ୍କା କମ୍ ଥାଏ ।
୫- ଶାରୀରିକ ସମ୍ପର୍କ ରଖିବା ଦ୍ୱାରା ଆପଣଙ୍କ ଠାରେ ମାନସିକ ଚାପ କମିଯାଏ । ଯାହା ଫଳରେ ଆପଣଙ୍କୁ ଭଲ ନିଦ ହୋଇଥାଏ । ଏବଂ ସୁସ୍ଥ ଅନୁଭବ କରନ୍ତି।




