ଖେଳ ଖବର

ନିଲାମ ହେବ ମାରାଡୋନାଙ୍କ ଗୋଲ୍‌ଡେନ୍‌ ବଲ୍‌ ଟ୍ରଫି – Kalinga News

[ad_1]

ପ୍ୟାରିସ: ଡି‌ଏଗୋ ମାରାଡୋନାଙ୍କ ଗୋଲ୍‌ଡେନ୍‌ ବଲ୍‌ ଟ୍ରଫି ନିଲାମ ହେବ। ୧୯୮୬ ଫିଫା ବିଶ୍ବକପ୍‌ର ଶ୍ରେଷ୍ଠ ଖେଳାଳି ଭାବେ ମାରାଡୋନାଙ୍କୁ ଏହି ଟ୍ରଫି ମିଳିଥିଲା। ଏହି ଟ୍ରଫି ଚଳିତ ବର୍ଷ ଜୁନ୍‌ରେ ଫ୍ରାନ୍ସରେ ନିଲାମ କରାଯିବ ବୋଲି ଅଗଟ୍ସ ନିଲାମ ହାଉସ୍‌ ମଙ୍ଗଳବାର ସୂଚନା ଦେଇଛି। ଏହା ପ୍ରଥମ ଗୋଲ୍‌ଡେନ୍‌ ବଲ୍‌ ଭାବେ ନିଲାମ ହେବାକୁ ଯାଉଛି। ଏହାର ମୂଲ୍ୟ ଏପର୍ଯ୍ୟନ୍ତ ନିଶ୍ଚିତ ହୋଇନି। ହେଲେ ନିଲାମ ସଂସ୍ଥା ଜୁନ୍‌ ୬ରେ ଏହାର ମୂଲ୍ୟ ଲକ୍ଷ ଲକ୍ଷ ହେବ ବୋଲି ଆଶା ରଖିଛି। ମାରାଡୋନା ୨୦୨୦ରେ ମୃତ୍ୟୁ ବରଣ କରିଛନ୍ତି। ତାଙ୍କ ନେତୃତ୍ବରେ ‌ମେକ୍ସିକୋରେ ଆୟୋଜିତ ବିଶ୍ବକପ୍‌ରେ ଆର୍ଜେଣ୍ଟିନା ବିଜେତା ହୋଇଥି‌ଲା। ଫାଇନାଲ୍‌ରେ ୫ ଗୋଲ୍‌ ସ୍କୋର୍‌ କରିଥିଲା ବେଳେ ପ୍ରତିଯୋଗିତାରେ ସବୁ ମିନିଟ୍‌ରେ ସେ ଖେଳିଥିଲେ। ଏହି ବିଶ୍ବକପ୍‌ରେ ଇଂଲଣ୍ଡ ବିପକ୍ଷ କ୍ବାର୍ଟରଫାଇନାଲ୍‌ରେ ଦେଇଥିବା ଦୁଇଟି ଗୋଲ୍‌ ତାଙ୍କର ସ୍ମରଣୀୟ ହୋଇଥିଲା। ପ୍ରଥମ ଗୋଲ୍‌ଟି ତାଙ୍କ ‘ହାଣ୍ଡ ଅଫ୍‌ ଗଡ୍‌’ ଭାବେ ପରିଚିତ ଥିଲା। ଦ୍ବିତୀୟଟି ୫ ଜଣ ଇଂଲିସ୍‌ ଖେଳାଳିଙ୍କୁ ପରାସ୍ତ କରି ଦେଇଥିଲେ। ଯାହା ‘ଗୋଲ୍‌ ଅଫ୍‌ ଦି ସେଞ୍ଚୁରି’ ଭାବେ ଗଣା ଯାଇଥିଲା। ଏହି ଦିନ ମାରଡୋନା ପିନ୍ଧିଥିବା ଜର୍ସି ଏବଂ ମ୍ୟାଚ୍‌ର ବଲ୍‌ ପୂର୍ବରୁ ନିଲାମରେ ବିକ୍ରି ସରିଛି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button