ରାଜନୀତି

ଆନ୍ଧ୍ରପ୍ରଦେଶରେ ଟିଡିପି, ଜନସେନା ପାର୍ଟି ସହ ମେଣ୍ଟ ଘୋଷଣା କଲା ବିଜେପି – Kalinga News

[ad_1]

ନୂଆଦିଲ୍ଲୀ: ଆସନ୍ତା ଲୋକସଭା ନିର୍ବାଚନ ୨୦୨୪ରେ ୪୦୦ ଆସନ ଜିତିବାର ଲକ୍ଷ୍ୟ ହାସଲ ପାଇଁ ଏନଡିଏକୁ ବିସ୍ତାର କରିବାକୁ ଚେଷ୍ଟା କରୁଥିବା ବିଜେପି ଆନ୍ଧ୍ରପ୍ରଦେଶରେ ତେଲୁଗୁ ଦେଶମ ପାର୍ଟି ଏବଂ ଜନସେନା ପାର୍ଟି ସହ ମେଣ୍ଟ ଚୂଡ଼ାନ୍ତ କରିଛି। ଏହାକୁ ନେଇ ଅନେକ ଦିନ ଧରି ଏହି ୩ଟି ଦଳ ମଧ୍ୟରେ ଆଲୋଚନା ଚାଲିଥିଲା।

ଟିଡିପି ମୁଖ୍ୟ ଚନ୍ଦ୍ରବାବୁ ନାଇଡୁ ଶୁକ୍ରବାର ମେଣ୍ଟ ସଂପର୍କରେ ଘୋଷଣା କରି କହିଛନ୍ତି ଯେ ଆଗାମୀ ନିର୍ବାଚନ ପାଇଁ ବିଜେପି, ଟିଡିପି ଏବଂ ଜନସେନା ମେଣ୍ଟ ନେଇ ସହମତିରେ ପହଞ୍ଚିଛନ୍ତି। ଆନ୍ଧ୍ରପ୍ରଦେଶ ବିଧାନସଭା ନିର୍ବାଚନରେ ମେଣ୍ଟ ଜିତିବ ବୋଲି ସେ କହିଛନ୍ତି।

ଦୁଇ ପକ୍ଷ ମଧ୍ୟରେ ହୋଇଥିବା ବୁଝାମଣା ଅନୁସାରେ ଭାରତୀୟ ଜନତା ପାର୍ଟି (ବିଜେପି) ଏବଂ ଜନସେନା ମିଳିତ ଭାବେ ଆନ୍ଧ୍ରପ୍ରଦେଶରେ ପ୍ରାୟ ୮ଟି ଲୋକସଭା ଓ  ୩୦ଟି ବିଧାନସଭା ଆସନରେ ନିର୍ବାଚନ ଲଢ଼ିପାରନ୍ତି। ବାକି ୧୭ ଲୋକସଭା ଓ ୧୪୫ ବିଧାନସଭା ଆସନରେ ଟିଡିପି ଲଢ଼ିବ । ତେବେ ଏ ନେଇ ଖୁବଶୀଘ୍ର ଏନଡିଏ ପକ୍ଷରୁ ଔପଚାରିକ ଘୋଷଣା କରାଯିବ । ଲୋକସଭା ନିର୍ବାଚନ ସହିତ ଆନ୍ଧ୍ରପ୍ରଦେଶରେ ବିଧାନସଭା ନିର୍ବାଚନ ମଧ୍ୟ ହେବାର ସମ୍ଭାବନା ରହିଛି।

 



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button