ମନୋରଞ୍ଜନ

ଡାକ୍ତରଖାନାରେ ଭର୍ତ୍ତି ହେଲେ ଟେଲି ଅଭିନେତା ଅର୍ଜୁନ ବିଜଲାନି – Kalinga News

[ad_1]

ମୁମ୍ବାଇ: ଡାକ୍ତରଖାନାରେ ଭର୍ତ୍ତି ହେଲେ ଟେଲି ଅଭିନେତା ଅର୍ଜୁନ ବିଜଲାନି | ହଠାତ ପେଟରେ ଯନ୍ତ୍ରଣା ହେବାରୁ କାମକୁ ଅଧାରେ ରଖି ଡାକ୍ତରଖାନା ଗଲେ ଅଭିନେତା | କୁହାଯାଉଛି ଯେ, ଅଭିନେତାଙ୍କର ଆପେଣ୍ଡିକସାଇଟିସ୍ ହୋଇଛି ଏବଂ ଏଥିପାଇଁ ତାଙ୍କର ଅସ୍ତ୍ରୋପଚାର କରାଯିବ |

ମିଳିଥିବା ସୂଚନା ମୁତାବକ, ଅର୍ଜୁନ ବିଜଲାନିଙ୍କୁ ମୁମ୍ବାଇର ହିନ୍ଦୁଜା ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପେଟରେ ବହୁତ ଯନ୍ତ୍ରଣା ହେତୁ ପୂର୍ବରୁ ସେ ସେଟକୁ ଯାଇ ନଥିଲେ। ପରେ ଯନ୍ତ୍ରଣା ବଢ଼ିବାରୁ ଏବେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି | ଅର୍ଜୁନଙ୍କ କହିବା ମୁତାବକ, “ପେଟରେ ଯନ୍ତ୍ରଣା ହେତୁ ମୋତେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମୋର ବର୍ତ୍ତମାନ ଏକ୍ସ-ରେ ହେବ | ଏହା ପରେ ଡାକ୍ତରମାନେ ଜରୁରୀକାଳୀନ ଅସ୍ତ୍ରୋପଚାର କରିବେ। ”

ଏହା ସହ ଅର୍ଜୁନ ବିଜଲାନି ତାଙ୍କ ଇନଷ୍ଟାଗ୍ରାମ ଷ୍ଟୋରୀରେ ହସ୍ପିଟାଲ ବେଡର ଏକ ଫାଟୋ ସେୟାର କରିଛନ୍ତି। ଇଞ୍ଜେକ୍ସନ ଦିଆଯାଇଥିବା ହାତର ଫଟୋ ସେୟାର କରି ସେ ଲେଖିଛନ୍ତି, “ଯାହା ହୁଏ ଭଲ ପାଇଁ ହୁଏ।”

ତେବେ ଅଭିନେତା ହେବା ସହ ସୋ’ ହୋଷ୍ଟ କରନ୍ତି ଅର୍ଜୁନ | ଏବେ ତାଙ୍କୁ ‘ପ୍ୟାର କା ପେହଲା ଅଧ୍ୟାୟ: ଶିବ ଶକ୍ତି’ରେ ଦର୍ଶକ ଦେଖିବାକୁ ପାଉଥିଲେ | କିନ୍ତୁ ସ୍ୱାସ୍ଥ୍ୟ ଖରାପ ହେବାରୁ ସେ ଏବେ କିଛି ଦିନ ଅଭିନୟରୁ ବିରତି ନେଇଥିବା ଜଣାପଡିଛି |



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button