ଅନ୍ୟର ସ୍ବାମୀ ବ୍ୟବହାର କରିଦେଲି, ଆଉ ଅଧିକ କ’ଣ କରିବି; କହୁ କହୁ କହିଦେଲେ କ୍ରିତିକା – Kalinga News

[ad_1]
ନୂଆଦିଲ୍ଲୀ: ୟୁଟ୍ୟୁବର୍ ଅରମାନ୍ ମଲିକ୍ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ବିଶେଷ କରି ୨ଜଣ ପତ୍ନୀଙ୍କ ସହ ଏକାଠି ଗୋଟିଏ ଘରେ ରହିବାକୁ ନେଇ ସେ ସବୁବେଳେ ଆଲୋଚନାର ବିଷୟ ପାଲଟନ୍ତି। ଅରମାନଙ୍କ ପ୍ରଥମ ପତ୍ନୀଙ୍କ ନାମ ପାୟଲ ମଲିକ ଏବଂ ଦ୍ୱିତୀୟ ପତ୍ନୀଙ୍କ ନାମ କ୍ରିତିକା ମଲିକ। ଦୁହେଁ ଏକାଠି ରହୁଥିବା ବେଳେ ନିକଟରେ ଅରମାନ ୩ଜଣ ନବଜାତଙ୍କ ବାପା ହୋଇଛନ୍ତି। ତେବେ ୨ଜଣ ପତ୍ନୀ ରଖିଥିବାରୁ ପ୍ରଥମେ ବିବାଦରେ ଛନ୍ଦି ହୋଇଥିବା ଅରମାନ ଏବେ ରିୟାଲିଟି ସୋ’ ବିଗ୍ ବସ୍ ଓଟିଟି-୩କୁ ଯାଇଛନ୍ତି। ୨ଜଣ ପତ୍ନୀଙ୍କ ସହ ସେ ଏଠାକୁ ଯାଇଥିବା ବେଳେ ପ୍ରତିଦିନ ତାଙ୍କ ସମ୍ପର୍କକୁ ନେଇ ନୂଆ ନୂଆ କଥା ସାମ୍ନାକୁ ଆସୁଛି।

Sambad is now on WhatsApp
Join and get latest news updates delivered to you via WhatsApp
ଏବେ କ୍ରିତିକା କହୁ କହୁ ନିଜ ମନ କଥା କହିଦେଇଥିବା ବେଳେ ଏନେଇ ତାଙ୍କୁ ଟ୍ରୋଲ କରାଯାଉଛି। ସୂଚନା ମୁତାବକ, ସୋ’ରେ ପ୍ରତିଯୋଗୀ ପୌଲୋମୀ ଦାସ୍ କ୍ରିତିକାଙ୍କୁ ପ୍ରଶ୍ନ କରିଥିଲେ ଯେ, “ତୁମେ ତୁମ ସ୍ବାମୀ ଅରମାନଙ୍କ ଟାୱେଲ ବ୍ୟବହାର କରୁଛ? ଏହା ଶୁଣି ଅରମାନ କହିଥିଲେ, ହଁ। ଆମେ ସ୍ବାମୀ-ସ୍ତ୍ରୀ। ଟାୱେଲ ବ୍ୟବହାର କଲେ ଅସୁବିଧା କ’ଣ? କରିବା କଥା ନୁହେଁ କି? ଏହା ଶୁଣି କ୍ରିତିକା ନିଜର ପକ୍ଷ ରଖିଥିଲେ। ସେ କହିଲେ, ମୁଁ ଅନ୍ୟର ସ୍ବାମୀକୁ ବ୍ୟବହାର କରିଦେଲି। ଟାୱେଲ ତ ବହୁତ ଛୋଟ ଜିତିଷ। ମୁଁ ଏଭଳି କହି ନିଜର ଅପମାନ କରୁଛି। ହେଲେ ଏହା କେବଳ ମୁଁ କରିପାରିବି। କିନ୍ତୁ ଅନ୍ୟ କେହି କଲେ ମୁଁ ସେମାନଙ୍କୁ ମୁହଁକୁ ମୁଥ ମାରିବି।”
ତେବେ କ୍ରିତିକାଙ୍କ ଏଭଳି ଜବାବ ଶୁଣି ଏବେ ତାଙ୍କୁ ଲୋକେ ଟ୍ରୋଲ କରିବା ଆରମ୍ଭ କରିଛନ୍ତି।
[ad_2]