ଦେଶ- ବିଦେଶ

କାହିଁକି ପ୍ରାୟତଃ ଗଛରେ ଧଳା ରଙ୍ଗ ଲଗାଯାଇଥାଏ, କଣ ରହିଛି ଏହା ପଛରେ ଥିବା କାରଣ

ଆଜି ପର୍ଯ୍ୟନ୍ତ ଆପଣମାନେ ଯେତେବେଳେ ବି ବାହାରକୁ ବୁଲିବାକୁ ଯାଇଛନ୍ତି ତେବେ ଆପଣମାନେ ନିଶ୍ଚିତ ଦେଖିଥିବେ କି ରାସ୍ତା ନିକଟରେ ଥିବା ଗଛ ଗୁଡିକରେ ଧଳା ରଙ୍ଗ ମରା ହୋଇଥାଏ । ଏମିତିରେ ଯେତେ ଅଧିକ ଗଛ ରହିବ ତାହା ଆମ ପାଇଁ ସେତେ ବେଶି ଭଲ ଅଟେ । କାରଣ ଗଛ ଯଦି ନଥିବ ତେବେ ଆମ ଜୀବନ ବି ସମ୍ଭବ ନୁହେଁ । କାରଣ ଗଛର ରୁ ହିଁ ଆମକୁ ଅମ୍ଳଜାନ ମିଳିଥାଏ ।

ଯାହାକୁ ଆମେ ପ୍ରଶ୍ଵାସରେ ନେଇଥାଉ । ରାସ୍ତାର ଆଖ ପାଖରେ ଖୋଲା ବାତାବରଣରେ ପ୍ରାୟତଃ ଗଛ ଲଗାଯାଇଥାଏ । ଯାହା ଦ୍ଵାରା ଆପଣମାନଙ୍କୁ ଫ୍ରେସ ପବନ ମିଳିପାରିବ ।

କିନ୍ତୁ ଆପଣମାନେ ଯେତେବେଲେ ବି ବୁଲିବାକୁ ଯାଆନ୍ତି ତେବେ ଆପଣ ମାନେ ଦେଖିଥିବେ କି କିଛି ଗଛରେ ଧଳା ରଙ୍ଗ ଲଗାଯାଇଥାଏ । ଏହା ଦେଖିବା ପରେ ଆପଣମାନଙ୍କର ମନରେ ଏହି ପ୍ରଶ୍ନ ଆସିଥିବ କି ଏହି ଗଛ ଗୁଡିକରେ ଧଳା ରଙ୍ଗ କାହିଁକି ଲଗା ହୋଇଛି । ଆଜି ଆମେ ଆପଣଙ୍କ ପାଇଁ ଏହି ପ୍ରଶ୍ନର ଉତ୍ତର ନେଇ ଆସିଛୁ ।

ଗଛରେ ଧଳା ରଙ୍ଗ ମାରିବାର ଅର୍ଥ ଏହା ଅଟେ କି ଏହା ସରକାରଙ୍କର ସମ୍ପତ୍ତି ଅଟେ ଏବଂ ବନ ବିଭାଗ ଦ୍ଵାରା ଏହାର ଭଲ ଭାବରେ ଧ୍ୟାନ ରଖାଯାଇଥାଏ । ଏହା ସହିତ ଗଛରେ ଧଳା ରଙ୍ଗ ମାରିବାର ଅର୍ଥ ଏହା ଅଟେ କି ସରକାରଙ୍କ ଅନୁମତି ବିନା ଆପଣ ଏହାକୁ କାଟି ପାରିବେ ନାହିଁ ।

ଏତିକି ନୁହେଁ ଗଛ ଉପରେ ଧଳା ରଙ୍ଗ ଏଥିପାଇଁ ବି କରାଯାଇଥାଏ କାରଣ ଧଳା ରଙ୍ଗ ଅନ୍ଧାରରେ ଅଧିକ ଦେଖାଯାଏ । ଏମିତିରେ ଏହା ରାତିରେ ଦୁର୍ଘଟଣା ହେବାରୁ ବି ରକ୍ଷା କରିଥାଏ । ଏହା ସହିତ ଗଛରେ ରଙ୍ଗ କରିବା ଦ୍ଵାରା ଗଛରେ ଉଈ ଏବଂ ଅନ୍ୟ ଜୀବଜନ୍ତୁମାନେ ବି ଆସନ୍ତି ନାହିଁ । ସେଥିପାଇଁ ଏହି ଗଛ ଗୁଡିକ ଅଧିକ ସମୟ ପର୍ଯ୍ୟନ୍ତ ଜୀବିତ ରୁହନ୍ତି । ଧଳା ରଙ୍ଗ ଶାନ୍ତିର ପ୍ରତୀକ ଅଟେ ଏବଂ ଏହା ଆଖିକୁ ଥଣ୍ଡା ଅନୁଭତି କରାଇଥାଏ । ସେଥିପାଇଁ ପ୍ରାୟତଃ ଗଛ ଗୁଡିକରେ ଧଳା ରଙ୍ଗ କରାଯାଏ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button