ଦେଶ- ବିଦେଶ

ବିବାହ ଉତ୍ସବରେ ଦିଲ୍ଲୀ ଜିମ୍ ଟ୍ରେନରଙ୍କୁ ହତ୍ୟା କଲା ବାପା – Kalinga News

[ad_1]

ନୂଆଦିଲ୍ଲୀ: ଦିଲ୍ଲୀର ୨୯ ବର୍ଷୀୟ ଜିମ୍ ଟ୍ରେନର ଗୌରବ ସିଂଘଲଙ୍କର ବୁଧବାର ଦିନ ବାହାଘର ଥିଲା। କିନ୍ତୁ ବିବାହର ମାତ୍ର କିଛି ଘଣ୍ଟା ପୂର୍ବରୁ ବୁଧବାର ଦକ୍ଷିଣ ଦିଲ୍ଲୀସ୍ଥିତ ତାଙ୍କ ବାସଭବନରେ ତାଙ୍କ ମୁହଁ ଓ ଛାତିରେ ୧୫ ଥର ଛୁରି ମାଡ଼ କରି ହତ୍ୟା କରାଯାଇଥିଲା। ତେବେ ସବୁଠାରୁ ଆଶ୍ଚର୍ଯ୍ୟଜନକ ହେଉଛି ଗୌରବଙ୍କୁ ଅନ୍ୟ କେହି ନୁହେଁ, ତାଙ୍କ ବାପା ରଙ୍ଗଲାଲ ସିଂଘଲ ହିଁ ଛୁରିମାଡ଼ କରି ହତ୍ୟା କରିଛନ୍ତି। ଏହି ଘଟଣା ପରେ ନିଖୋଜ ହୋଇ ଯାଇଥିବା ରଙ୍ଗଲାଲଙ୍କୁ ପୁଲିସ ଜୟପୁରରୁ ଗିରଫ କରିଥିଲା। ଏହି ଘଟଣାରେ ସମ୍ପୃକ୍ତ ଥିବା ଅନ୍ୟ ୩ ଜଣ ଫେରାର ଥିବା ବେଳେ ପୁଲିସ ସେମାନଙ୍କୁ ଖୋଜୁଛି। ଗୁରୁବାର ରାତି ପ୍ରାୟ ସାଢ଼େ ୧୨ଟା ବେଳେ ପୁଲିସକୁ ଏକ ଫୋନ୍ ଆସିଥିଲା। ଘଟଣାସ୍ଥଳରେ ପହଞ୍ଚିବା ପରେ ସେମାନେ ଦେଖିଲେ ଯେ ଗୌରବ ସିଂଘଲଙ୍କୁ ଛୁରିରେ ଆକ୍ରମଣ କରାଯାଇଛି ଏବଂ ତାଙ୍କ ପରିବାର ଲୋକେ ତାଙ୍କୁ ମ୍ୟାକ୍ସ ହସ୍ପିଟାଲ ନେଇଥିଲେ।ଗୁରୁବାର ଗୌରବଙ୍କ ବିବାହ ଉତ୍ସବ ଅନୁଷ୍ଠିତ ହେବାର ଥିଲା ବୋଲି ପୁଲିସ କହିଛି। ତେବେ ସନ୍ଦେହ କରାଯାଉଛି ଯେ ଗୌରବ ଅନ୍ୟ ଝିଅକୁ ବିବାହ କରିବାକୁ ଚାହୁଥିଲେ, କିନ୍ତୁ ପାରିବାରିକ ଚାପରେ ବିବାହ ପାଇଁ ରାଜି ହୋଇଥିଲେ। ଏହାକୁ ନେଇ ଗୌରବଙ୍କର ତାଙ୍କ ବାପାଙ୍କ ସହ ବାରମ୍ବାର ଯୁକ୍ତିତର୍କ ହୋଇଥିଲା। ଗୌରବଙ୍କ ବାପା ରଙ୍ଗଲାଲ ୫୦ ଲକ୍ଷ ଟଙ୍କାର ଅଳଙ୍କାର ଓ ନଗଦ ୧୫ ଲକ୍ଷ ଟଙ୍କା ନେଇ ଘରୁ ଫେରାର ହୋଇଯାଇଥିଲେ।

[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button