ରାଜନୀତି

ଉଭୟ ଲୋକସଭା ଓ ବିଧାନସଭା ନିର୍ବାଚନରେ ବିଜେପି ଏକାକୀ ଲଢ଼ିବ: ମନମୋହନ ସାମଲ – Kalinga News

[ad_1]

ଭୁବନେଶ୍ବର: ଆଗାମୀ ଲୋକସଭା ଓ ଓଡ଼ିଶା ବିଧାନସଭା ନିର୍ବାଚନ ପାଇଁ ବିଜେଡି ଓ ବିଜେପି ମଧ୍ୟରେ ଓଡ଼ିଶାରେ ମେଣ୍ଟ ନେଇ ଚର୍ଚ୍ଚା ଜୋର ଧରିଛି। ଏହାରି ମଧ୍ୟରେ ରାଜ୍ୟ ବିଜେପି ସଭାପତି ମନ‌ମୋହନ ସାମଲ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି। ନୂଆଦିଲ୍ଲୀରୁ ଫେରିଲା ପରେ ଭୁବନେଶ୍ବରରେ ଶ୍ରୀ ସାମଲ ସାମ୍ବାଦିକମାନଙ୍କୁ କହିଛନ୍ତି, ମେଣ୍ଟ ନେଇ କୌଣସି ଚର୍ଚ୍ଚା ହୋଇନାହିଁ। ଓଡ଼ିଶାରେ ଭାରତୀୟ ଜନତା ପାର୍ଟି (ବିଜେପି) ଏକାକୀ ଲଢ଼ିବ ବୋଲି ପୁଣି ଦୋହରାଇଛନ୍ତି। ଉଭୟ ଲୋକସଭା ଓ ବିଧାନସଭାରେ ବିଜେପି ଏକାକୀ ନିର୍ବାଚନ ଲଢ଼ିବ। ବିଜେପି କିଭଳି ସରକାର ଗଢ଼ିବ, ସେଥି ନେଇ କେନ୍ଦ୍ରୀୟ ନେତାଙ୍କ ସହିତ ଆଲୋଚନା ହୋଇଛି।

ଓଡ଼ିଶା ବିଜେପି ପ୍ରଭାରୀ ବିଜୟ ପାଲ ସିଂହ ତୋମାରଙ୍କ ନେତୃତ୍ୱରେ ଗୁରୁବାର ଅପରାହ୍‌ଣରେ ତାଙ୍କ ନୂଆଦିଲ୍ଲୀସ୍ଥିତ ବାସଭବନରେ ଦଳୀୟ ରାଜ୍ୟ ସଭାପତି ମନମୋହନ ସାମଲ ଓ ଅନ୍ୟ ନେତାଙ୍କର ବୈଠକ ହୋଇଥିଲା। ଏହା ପୂର୍ବରୁ ବୁଧବାର ଦିନ ମଧ୍ୟ ବିଜେପିର କୋର କମିଟି ବୈଠକ ହୋଇଥିଲା, ଯେଉଁଥିରେ କି ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ ଓରାମ, ମନମୋହନ ସାମଲ ପ୍ରମୁଖ ସାମିଲ ଥିଲେ। ଏହି ଦୁଇ ବୈଠକରେ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହୋଇଥିଲା। କିନ୍ତୁ ପ୍ରଥମ ଦିନର ବୈଠକ ନେଇ ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମ ଗଣମାଧ୍ୟମକୁ କହିଥିଲେ ବୈଠକରେ ଅନେକ ବିଷୟରେ ଆଲୋଚନା କରାଯାଇଛି। ଆମେ ଏକା ଲଢ଼ିବୁ ବୋଲି ଆମେ ଆମର ମତ ଦେଇଛୁ। କିନ୍ତୁ ମେଣ୍ଟ ନେଇ କେନ୍ଦ୍ର ନିଷ୍ପତ୍ତି ନେବ।

ଓଡ଼ିଶାରେ ବିଜେଡି-ବିଜେପି ମେଣ୍ଟ ନେଇ ଜୋରଦାର ଚର୍ଚ୍ଚା ଚାଲିଥିବା ବେଳେ କିଏ କେତେ ଆସନରେ ଲଢ଼ିବେ, କର୍ମୀ ଏବେଠାରୁ ତାହାର ତାଲିକା ସାମାଜିକ ଗଣମାଧ୍ୟମରେ ସେୟାର କରିଛନ୍ତି। ବିଜେପି କେଉଁ ଲୋକସଭା ଆସନରେ ଲଢ଼ିବ, ବିଜେଡି କେଉଁ ଆସନ ପାଇଁ ଦାବି କରୁଛି, ଏସବୁର ତାଲିକା ବି ବୁଲୁଛି। ବିଜେପି-ବିଜେଡି ଭାଗବଣ୍ଟାକୁ ନେଇ କିଏ ୧୩-୮ରେ ଗଣିତ କଷିଲାଣି ତ ଆଉ କିଏ ୧୪-୭ରେ ଭାଗବଣ୍ଟା ଛିଣ୍ଡିଥିବା ଦର୍ଶାଉଛି। ଫେସ୍‌ବୁକ୍‌, ହ୍ବାଟ୍‌ସଆପ, ‘ଏକ୍ସ’ ପରି ସାମାଜିକ ଗଣମାଧ୍ୟମରେ ଏସମ୍ପର୍କରେ ସେୟାର ମଧ୍ୟ ହେଉଛି। କେହିକେହି ୨୧ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀଙ୍କ ତାଲିକା ମଧ୍ୟ ପ୍ରସ୍ତୁତ କରିସାରିଛନ୍ତି।

ସେହିପରି ବୁଧବାର ଦିନ ସନ୍ଧ୍ୟାରେ ନବୀନ ନିବାସରେ ମଧ୍ୟ ବିଜେଡିର ଶୀର୍ଷ ନେତାଙ୍କର ୨ଥର ବୈଠକ ହୋଇଥିଲା। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ, ଟୁକୁନି ସାହୁ, ଅଶୋକ ପଣ୍ଡା, ପ୍ରତାପ ଦେବ, ଅତନୁ ସବ୍ୟସାଚୀ ନାୟକ, ପ୍ରଫୁଲ୍ଲ ମଲ୍ଲିକ, ଜଗନ୍ନାଥ ସାରକା, ପ୍ରଦୀପ ଅମାତ, ଅରୁଣ ସାହୁ, ସୁଶାନ୍ତ ରାଉତ, ସଂଜୟ ଦାସବର୍ମା, ମାନସ ମଙ୍ଗରାଜ, ପ୍ରଣବ ପ୍ରକାଶ ଦାସ, ପ୍ରଣବ ବଳବନ୍ତରାୟ, ସସ୍ମିତ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ବୈଠକ ପରେ ବିଜେଡି ଉପସଭାପତି ଦେବୀ ପ୍ରସାଦ ମିଶ୍ର କହିଥିଲେ ବୈଠକରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଛି। ନବୀନ ପଟ୍ଟନାୟଙ୍କ ନେତୃତ୍ବରେ ଓଡ଼ିଶା ସବୁ କ୍ଷେତରେ ସଫଳତା ପାଇଛି। ଓଡ଼ିଶାକୁ ‌ଶୀର୍ଷ ସ୍ତରରେ ନେବା ପାଇଁ ନବୀନ ପଟ୍ଟନାୟକ କାମ କରୁଛନ୍ତି। ଆଉ ୧୨ ପରେ ଓଡ଼ିଶା ସ୍ବତନ୍ତ୍ର ପ୍ରଦେଶ ଭାବେ ରାଜ୍ୟ ଗଠନକୁ ୧୦୦ ବର୍ଷ ପୂରିବ। ଏହି ୧୦୦ ବର୍ଷ ପୂର୍ତ୍ତି ପାଇଁ ଓ ବିକଶିତ ଓଡ଼ିଶା ଗଠନ ଲକ୍ଷ୍ୟ ରଖାଯାଇଛି। ଓଡ଼ିଶାର ସ୍ବାର୍ଥ ପାଇଁ ଆବଶ୍ୟକତାକୁ ଧ୍ୟାନଦେଇ ଯାହା ଆବଶ୍ୟକ ପଡ଼ିବ ସେନେଇ ବିଜେଡି ନିଷ୍ପତ୍ତି ନେବ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button