ଓଡ଼ିଆ ଓଟିଟି ୱେବ୍ ସିରିଜ୍ରେ ମହିଳାକୈନ୍ଦ୍ରିକ ଭୂମିକା – Kalinga News
[ad_1]
ଭୁବନେଶ୍ୱର: ଓଟିଟି ପ୍ଲାଟଫର୍ମ ବିଷୟରେ ଯଦିଓ ପୂର୍ବପିଢ଼ିଙ୍କର ବିଶେଷ ଆଗ୍ରହ ଏଯାଏ ସୃଷ୍ଟି ହୋଇନାହିଁ, କିନ୍ତୁ ଯୁବପିଢ଼ିଙ୍କ ଭିତରେ ଏହାର ଅସମ୍ଭବ ଲୋକପ୍ରିୟତା। ଚମତ୍କାର ଓ ନୂଆ ଧରଣର କାହାଣୀ ସହିତ ରହସ୍ୟ ଓ ରୋମାଞ୍ଚ ଓଟିଟିରେ ପ୍ରସାରିତ ୱେବ୍ ସିରିଜ୍ଗୁଡ଼ିକୁ ନିୟମିତ ଫିଲ୍ମଠାରୁ ଅଧିକ ଆକର୍ଷଣୀୟ କରୁଛି। ତେଣୁ ନୂଆ ସ୍ବାଦର ତଲାସରେ ଥିବା ଯୁବପିଢ଼ି ସ୍ବାଭାବିକ ଭାବେ ଏସବୁକୁ ପସନ୍ଦ କରୁଛନ୍ତି। ଏ କ୍ଷେତ୍ରରେ ନେଟ୍ଫ୍ଲିକ୍ସ, ଆମାଜନ ପ୍ରାଇମ୍, ଡିଜ୍ନି ପ୍ଲସ୍, ହୁଲୁ ଆଦି ଓଟିଟି ପ୍ଲାଟଫର୍ମ ଆଦି ସାରା ବିଶ୍ୱରେ ଲୋକପ୍ରିୟ ହୋଇଥିବାବେଳେ ଓଡ଼ିଆରେ କଞ୍ଚାଲଙ୍କା, ଆଓ ଏନ୍ଏକ୍ସଟି, ତରଙ୍ଗ ପ୍ଲସ୍ ଓଟିଟି ଆଦି ପ୍ଲାଟ୍ଫର୍ମର ସ୍ଥାନୀୟ ପରିଚିତି କିଛି କମ୍ ନୁହେଁ।
Sambad is now on WhatsApp
Join and get latest news updates delivered to you via WhatsApp
ଓଟିଟିର ସଫଳତା, ଲୋକପ୍ରିୟତା ତଥା ଦର୍ଶକ ସଂଖ୍ୟାକୁ ଦେଖି ଗତ କିଛିବର୍ଷ ହେଲା ଫିଲ୍ମ ଦୁନିଆର ବହୁ ବଡ଼ ତାରକା ମଧ୍ୟ ଏହି ପ୍ଲାଟଫର୍ମରେ ରିଲିଜ୍ ହେଉଥିବା ୱେବ୍ ସିରିଜ୍ରେ କାମ କରୁଛନ୍ତି। ଏହି ୱେବ୍ ସିରିଜ୍ଗୁଡ଼ିକର ଆଉ ଏକ ନିଆରା ଦିଗ ହେଉଛି, ଏଥିରେ ମହିଳା ଚରିତ୍ରଗୁଡ଼ିକ ବିଶେଷ ଗୁରୁତ୍ବ ପାଉଛନ୍ତି। ଦୁଇ ବା ଅଢ଼େଇ ଘଣ୍ଟାର ଫିଲ୍ମ ଭିତରେ ପ୍ରାୟତଃ ନାୟକ ସିଂହଭାଗ ସମୟ ରାଜ୍ କରୁଥିବାବେଳେ ମହିଳା ଚରିତ୍ରଗୁଡ଼ିକ ଯଥେଷ୍ଟ ଉନ୍ମୁକ୍ତ ହେବାର ସୁଯୋଗ ପାଆନ୍ତି ନାହିଁ। ନାୟିକାକୁ କାହାଣୀର କେନ୍ଦ୍ରରେ ରଖି ଅବଶ୍ୟ କିଛି ଫିଲ୍ମ ତିଆରି ହେଉଛି, କିନ୍ତୁ ତା’ର ସଂଖ୍ୟା ଖୁବ୍ କମ୍। କାରଣ ନାୟିକାପ୍ରଧାନ ଫିଲ୍ମରେ ଟଙ୍କା ଲଗାଇବାକୁ କ୍ବଚିତ୍ ପ୍ରଯୋଜକ ରାଜି ହୁଅନ୍ତି। ୱେବ୍ ସିରିଜ୍ ଏହି ଅଭାବକୁ କିଛିଟା ପୂରଣ କରୁଛି।
ଅନେକ ଅଭିନେତ୍ରୀଏହି ପ୍ଲାଟଫର୍ମରେ ଦମଦାର ଓ ଭିନ୍ନ ଧରଣର ଭୂମିକାରେ ଅଭିନୟ କରୁଥିବାର ଦେଖାଯାଉଛି। ରହସ୍ୟ, ରାଜନୀତି ଓ ଅପରାଧ କାହାଣୀ ଥିବା ୱେବ୍ ସିରିଜ୍ଗୁଡ଼ିକରେ ଅଭିନେତ୍ରୀମାନେ ନିଜ ଦକ୍ଷତା ପ୍ରମାଣ କରିବାର ସୁଯୋଗ ପାଉଛନ୍ତି। ମହିଳା ସମଲିଙ୍ଗୀ ସମ୍ପର୍କକୁ ନେଇ ତିଆରି ହୋଇଥିଲା ଓଡ଼ିଆ ୱେବ୍ ସିରିଜ୍ ‘ଚୁମ୍ୱକ’। ୨୦୨୦ ମସିହା ଫେବ୍ରୁଆରିରେ ଏହା ପ୍ରଥମ ଷ୍ଟ୍ରିମିଂ ହୋଇଥିଲା। ଏହାର ନିର୍ଦ୍ଦେଶନା ସୁଶାନ୍ତ ମଣି ଦେଇଥିବା ବେଳେ ମୁଖ୍ୟ ଭୂମିକାରେ ଥିଲେ ଦିବ୍ୟା ମହାନ୍ତି ଓ ତମନ୍ନା ବ୍ୟାସ। ବର୍ତ୍ତମାନ ସୁଦ୍ଧା ଏହାକୁ ପ୍ରାୟ ୭ଲକ୍ଷ ଦର୍ଶକ ଦେଖି ସାରିଲେଣି। ୨୦୨୨ ମେ’ରେ ରିଲିଜ୍ ହୋଇଥିଲା ରାଜନୈତିକ ୱେବ୍ ସିରିଜ୍ ‘ଏକ୍ସପୋଜ୍’। ଏଥିରେ ଜଣେ ସାମ୍ୱାଦିକ ଓ ମହିଳାନେତ୍ରୀଙ୍କ ମଧ୍ୟରେ ଚାଲିଥିବା ଲଢ଼େଇର କାହାଣୀ ଅଛି। ମୁଖ୍ୟ ଭୂମିକାରେ କାବ୍ୟା କିରଣ, ଶକ୍ତି ବରାଳ ଓ ମେଘନା ମିଶ୍ର ଅଭିନୟ କରିଥିଲେ। ନିର୍ଦ୍ଦେଶନା ଦେଇଥିଲେ ଅଜୟ ପାଢ଼ୀ। ସେହିପରି ‘ଛାଡ଼ପତ୍ର’, ‘ପୁଣି ଥରେ’ ଆଦିରେ ଅଭିନେତ୍ରୀମାନେ ଖୁବ୍ ଦମ୍ଦାର ଅଭିନୟ କରିଛନ୍ତି। ଏହି ପରଂପରା ଗତ ୨ବର୍ଷ ଭିତରେ ଆହୁରି ବଢ଼ିଛି। କିନ୍ତୁ ଏହା ଯଥେଷ୍ଟ କି?
ଫିଲ୍ମ ଅପେକ୍ଷା ଓଟିଟି ପ୍ଲାଟଫର୍ମରେ ମହିଳାକୈନ୍ଦ୍ରିକ ଭୂମିକା ଗୁରୁତ୍ୱ ପାଉଛି କି ପଚାରିଲେ ଏକମତ ହୁଅନ୍ତି ‘ଏକ୍ସପୋଜ୍’ ଅଭିନେତ୍ରୀ ମେଘନା ମିଶ୍ର। ସେ କହନ୍ତି, ‘‘ହଁ, ଓଟିଟି ପ୍ଲାଟଫର୍ମରେ ମହିଳାକୈନ୍ଦ୍ରିକ ଭୂମିକାକୁ ଗୁରୁତ୍ୱ ଦିଆଯାଉଛି। ପ୍ରଥମରୁ ଭାରତୀୟ ସିନେମା ପୁରୁଷକୈନ୍ଦ୍ରିକ ହୋଇ ରହି ଆସିଛି। କାରଣ ମାତ୍ର ଦୁଇରୁ ତିନିଘଣ୍ଟାର ସିନେମାରେ ମହିଳାମାନଙ୍କୁ କେବଳ ଭାବପ୍ରବଣ ଦୃଶ୍ୟରେ ହିଁ ସୁଯୋଗ ଦିଆଯାଏ। କିନ୍ତୁ ଓଟିଟି ଅଥବା ଟେଲିଭିଜନ୍ରେ ଏକ ସିରିଜ୍ ଲମ୍ୱା ଚାଲୁଥିବାରୁ ଏଥିରେ ପ୍ରତିଟି ଚରିତ୍ରକୁ ସେମାନଙ୍କ ପ୍ରତ୍ୟେକ ଦିଗକୁ ଦେଖାଇବାର ସୁଯୋଗ ମିଳେ।’’ ତେବେ ଅଭିନେତ୍ରୀ ଅନୁ ଚୌଧୁରୀଙ୍କ ମତରେ, ‘‘ଫିଲ୍ମ ହେଉକି ୱେବ୍ ସିରିଜ୍, ପ୍ରତ୍ୟେକର ଲୋକପ୍ରିୟତା କାହାଣୀ ଉପରେ ନିର୍ଭର କରେ। ଯଦି ଭଲ କାହାଣୀ ହୋଇଥିବ, ତେବେ ସେହି ଚରିତ୍ର ଚିରକାଳ ଲୋକପ୍ରିୟ ହୋଇପାରିବ। ତେବେ ଓଟିଟି ପ୍ଲାଟଫର୍ମ ଦ୍ବାରା ଗୋଟିଏ ବଡ଼ ଲାଭ ହେଉଛି, ତା’ ହେଲା ଏହା ଯୋଗୁଁ ସିନେମା ଜଗତକୁ ବହୁ ଭଲ କଳାକାର ଆସି ପାରୁଛନ୍ତି।’’ ଅଭିନେତ୍ରୀ ଝିଲିକ୍ ଭଟ୍ଟାଚାର୍ଯ୍ୟ କହନ୍ତି, ‘‘ଭଲ କାହାଣୀ ସହିତ ଚରିତ୍ରକୁ ନିଜର କରିପାରିଲେ ଯେ କୌଣସି ପ୍ଲାଟଫର୍ମରେ ଅଭିନୟ କଲେ ଜଣେ ସଫଳ ହୋଇପାରିବ। ବର୍ତ୍ତମାନ ଦର୍ଶକଙ୍କ ଭାବନାରେ ପରିବର୍ତ୍ତନ ଆସିଲାଣି, ଫଳରେ ମହିଳାକୈନ୍ଦ୍ରିକ ଫିଲ୍ମ ମଧ୍ୟ ଲୋକପ୍ରିୟ ହେଉଛି।’’ ଅଭିନେତ୍ରୀ ନୈନା ଦାଶଙ୍କ ମତରେ, ‘‘ଭଲ କାହାଣୀ ଓ ଏହାର ଉଚିତ ଚିତ୍ରଣ ଥିଲେ ଫିଲ୍ମ ହେଉ ଅଥବା ୱେବ୍ସିରିଜ୍, ସବୁ ଲୋକପ୍ରିୟ ହୋଇପାରିବ।’’ ତେବେ ଏନେଇ ଅଭିନେତ୍ରୀ ଉଷଶ୍ରୀ ମିଶ୍ରଙ୍କର ଟିକେ ଭିନ୍ନ ମତ। ସେ କହନ୍ତି, ‘‘ଓଟିଟିରେ ବର୍ତ୍ତମାନ ସୁଦ୍ଧା ବିବାଦୀୟ ବିଷୟବସ୍ତୁ ବ୍ୟତୀତ ନାରୀମାନଙ୍କୁ ଅନ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଦିଆ ଯାଉନାହିଁ। ଏଥିରେ ପରିବର୍ତ୍ତନ ଆସିବା ଦରକାର।’’
[ad_2]