ମନୋରଞ୍ଜନ

ବାୟୋପିକ ପାଇଁ ଟଙ୍କା ନନେବା ପଛର କାରଣ କହିଲେ ଆଇପିଏସ ମନୋଜ – Kalinga News

[ad_1]

ନୂଆଦିଲ୍ଲୀ: ଚର୍ଚ୍ଚାରେ ଆଇପିଏସ ଅଧିକାରୀ ମନୋଜ କୁମାର ଶର୍ମା ଓ ତାଙ୍କ ସ୍ତ୍ରୀ ଆଇଆରଏସ ଅଧିକାରୀ ଶ୍ରଦ୍ଧା ଜୋଶୀ | ବିଧୁ ବିନୋଦ ଚୋପ୍ରାଙ୍କ ନିର୍ଦେଶିତ ଫିଲ୍ମ ଟୁଏଲଥଫେଲରେ ତାଙ୍କ କାହାଣୀ ସମସ୍ତେ ଜାଣିବା ପରେ ଏବେ ଦୁହିଁଙ୍କ ଚର୍ଚ୍ଚା ଲୋକେ କରିବା ଆରମ୍ଭ କରିଛନ୍ତି | କିଭଳି ସେ ଦ୍ୱାଦଶରେ ଫେଲ ହେବା ପରେ ବି ଚେଷ୍ଟା କରି ଆଇପିଏସ ହେଲେ ତାହା ଫିଲ୍ମରେ ଦେଖିବାକୁ ମିଳିଛି |

ତେବେ ଅନୁପ୍ରାଣିତ କଲା ଭଳି କାହାଣୀ ଲୋକମାନଙ୍କୁ ଦେଖାଇବା ପାଇଁ ନିର୍ମାତା ତାଙ୍କୁ ଟଙ୍କାଟିଏ ବି ଦେଇନଥିବା ଜଣାପଡିଛି | ବାୟୋପିକ କରିବା ପାଇଁ ହେଲେ ଯେଉଁ ବ୍ୟକ୍ତିବିଶେଷଙ୍କ ଜୀବନିକୁ ନେଇ ଫିଲ୍ମ ନିର୍ମାଣ ହେଉଛି ତାଙ୍କୁ ନିର୍ମାତା କିଛି ଟଙ୍କା ଦେଇଥାନ୍ତି | ହେଲେ ଫିଲ୍ମ ଟୁଏଲଥଫେଲ ପାଇଁ ମନୋଜଙ୍କୁ ଟଙ୍କା ଦିଆଯାଇଥିଲେ ବି ସେ ଟଙ୍କା ନେଇନଥିବା ଜଣାପଡିଛି |

ଏହା ପଛର କାରଣ ଜଣାଇ ସେ କହିଛନ୍ତି ଯେ, “ଯଦି ଆପଣ ମୋତେ ପଚାରନ୍ତି କି ଫିଲ୍ମ ପାଇଁ ଅନୁମତି ଦେଇ ମୁଁ ବ୍ୟକ୍ତିଗତ ଭାବରେ କ’ଣ ପାଇଲି, ତେବେ ମୁଁ କହିଦେବାକୁ ଚାହେଁ ଯେ, ଫିଲ୍ମ ପାଇଁ ମୁଁ ଟଙ୍କାଟିଏ ବି ନେଇ ନାହିଁ | କାରଣ ମୁଁ କାହାଠାରୁ ଟଙ୍କା ନିଏ ନାହିଁ କିମ୍ବା ଲୋକଙ୍କଠାରୁ କୌଣସି ଆର୍ଥିକ ଲାଭ ଆଶା କରେ ନାହିଁ | ମୁଁ ଜଣେ ସଂପୂର୍ଣ୍ଣ ସଚ୍ଚୋଟ ବ୍ୟକ୍ତି | ମୋ ସ୍ତ୍ରୀ ମଧ୍ୟ ସେପରି। ପଢିବା ସମୟରେ ଆମେ ନିଷ୍ପତ୍ତି ନେଇଥିଲୁ ଯେ, ଆମେ ହୀରା ବା ସୁନାର କୌଣସି ଅଳଙ୍କାର ପିନ୍ଧିବୁ ନାହିଁ | ଏପର୍ଯ୍ୟନ୍ତ ମଧ୍ୟ ଆମେ ତାହା ପାଳନ କରୁଛୁ | ବିବାହ ବାର୍ଷିକୀ ବା ଜନ୍ମଦିନରେ ଆମେ ଉପହାର ଦେବା ଅପେକ୍ଷା ପରସ୍ପରକୁ ଚିଠି ଲେଖୁ |”



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button