ଏନ୍ଡିଏକୁ ଫେରିବେ ଟିଡିପି, ଅକାଳୀ! – Kalinga News

[ad_1]
ପୁରୁଣା ସହଯୋଗୀଙ୍କ ସହ ଆଲୋଚନା, ଦିଲ୍ଲୀରେ ଚନ୍ଦ୍ରବାବୁ ନାଇଡ଼ୁ
ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନରେ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନ୍ଡିଏ)ର ଆସନ ସଂଖ୍ୟା ୪୦୦ ପାର୍ କରାଇବା ପାଇଁ ବିଜେପି ଏବେ ଯୋଜନାବଦ୍ଧ ରଣନୀତିରେ ଆଗକୁ ବଢ଼ୁଛି। ବିଜେପି ନିଜର ସହଯୋଗୀ ଦଳଗୁଡ଼ିକ ସହ ମେଣ୍ଟ ଚୂଡ଼ାନ୍ତ କରିବାରେ ବ୍ୟସ୍ତ ରହିଥିବା ବେଳେ ଅଧିକରୁ ଅଧିକ ଦଳକୁ ଏନ୍ଡିଏରେ ସାମିଲ କରୁଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଗୃହମନ୍ତ୍ରୀ ଅମିତ ଶାହ ସିଧାସଳଖ ଏହାର ନେତୃତ୍ବ ନେଉଛନ୍ତି। ଏହି ପ୍ରକ୍ରିୟାରେ ଏବେ ବିଜେଡି ସମେତ ଟିଡିପି ଏବଂ ଅକାଳୀ ଦଳ ସହ ମେଣ୍ଟ ଆଲୋଚନା ନିର୍ଣ୍ଣାୟକ ସ୍ଥିତିରେ ପହଞ୍ଚିଛି।
Sambad is now on WhatsApp
Join and get latest news updates delivered to you via WhatsApp
ଟିଡିପି-ଜନସେନା ପାର୍ଟି (ଜେଏସପି) ମେଣ୍ଟରେ ବିଜେପି ସାମିଲ ହେବା ନେଇ ସସପେନ୍ସ ଖୁବଶୀଘ୍ର ଶେଷ ହେବାର ସମ୍ଭାବନା ରହିଛି। କାରଣ ବିଜେପିର ଶୀର୍ଷ ନେତୃବୃନ୍ଦ ଟିଡିପି ସୁପ୍ରିମୋ ଏନ ଚନ୍ଦ୍ରବାବୁ ନାଇଡୁ ଏବଂ ଜନସେନା ପାର୍ଟି (ଜେଏସ୍ପି) ସଭାପତି ପବନ କଲ୍ୟାଣଙ୍କୁ ଗୁରୁବାର ରାତିରେ ନୂଆଦିଲ୍ଲୀରେ ଆଲୋଚନା ପାଇଁ ନିମନ୍ତ୍ରଣ କରିଛନ୍ତି। ଯଥାଶୀଘ୍ର ବୁଝାମଣାରେ ପହଞ୍ଚିବା ପାଇଁ ଉଭୟ ନେତାଙ୍କୁ ଆଲୋଚନା ପାଇଁ ଆସିବାକୁ ବିଜେପି ନେତାଙ୍କଠାରୁ ନିମନ୍ତ୍ରଣ ମିଳିଥିଲା। ପୂର୍ବରୁ ବିଜେପି ଟିଡିପିକୁ ଏନ୍ଡିଏରେ ପୁନର୍ବାର ପ୍ରବେଶ ପାଇଁ ପ୍ରସ୍ତାବ ଦେଇଥିଲା, ଯାହା କି ସମଗ୍ର ଘଟଣାର ମୂଳ ପ୍ରସଙ୍ଗ ହୋଇଥିବା ବେଳେ ଜେଏସ୍ପି ବିଜେପି ନେତୃତ୍ୱାଧୀନ ଶାସକ ମେଣ୍ଟର ଏକ ଅଂଶ ବୋଲି ଦାବି କରିଥିଲା। ସୂଚନାଯୋଗ୍ୟ, ଜେଏସ୍ପି ରାଜନୈତିକ ବ୍ୟାପାର କମିଟି ଅଧ୍ୟକ୍ଷ ଏନ୍. ମନୋହର ଗୁରୁବାର ସକାଳେ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ମେଣ୍ଟରେ ଦଳ ସାମିଲ ହେବ ବୋଲି ଆଶା ବ୍ୟକ୍ତ କରିଥିଲେ। ନିର୍ବାଚନ ବିଜ୍ଞପ୍ତି ପ୍ରକାଶ ପାଇବା ପୂର୍ବରୁ ବିଜେପି ଏନ୍ଡିଏର ପୁରୁଣା ସହଯୋଗୀମାନଙ୍କ ସହ ମେଣ୍ଟ ଚୂଡ଼ାନ୍ତ କରିବାକୁ ରଣନୀତି ତ୍ବରାନ୍ବିତ କରିଛି ।
[ad_2]




