ରାଜନୀତି

ପାକିସ୍ତାନକୁ ସମ୍ମାନ ଦିଅ, ନହେଲେ ସେ ପରମାଣୁ ବୋମା ପକାଇଦେବେ: – Kalinga News

[ad_1]

ନୂଆଦିଲ୍ଳୀ: କଂଗ୍ରେସର ବରିଷ୍ଠ ନେତା ମଣି ଶଙ୍କର ଆୟାର୍‌ ପାକିସ୍ତାନକୁ ନେଇ ଏକ ମନ୍ତବ୍ୟ ଦେଇ ଚର୍ଚ୍ଚାର ପରିସରକୁ ଆସିଛନ୍ତି। ମଣି ଶଙ୍କର ଆୟାର କହିଛନ୍ତି ଯେ ‘‘ଭାରତ ପାକିସ୍ତାନ ସହ କଥାବାର୍ତ୍ତା କରିବା ଉଚିତ। ଇସଲାମାବାଦକୁ ନୂଆଦିଲ୍ଲୀ ବିରୋଧରେ ପରାମାଣୁ ବୋମା ପ୍ରୟୋଗ କରିପାରେ। ଏଥିପାଇଁ ଆମକୁ ପାକିସ୍ତାନକୁ ସମ୍ମାନ ଦେବାକୁ ହେବ।’’

ଭାରତ-ପାକିସ୍ତାନ ସମ୍ପର୍କକୁ ସ୍ୱାଭାବିକ କରିବାକ ନେଇ ପୂର୍ବତନ କୂଟନୀତିଜ୍ଞ ଆୟାର କହିଛନ୍ତି ଯେ ସରକାର ଚାହିଁଲେ ଇସଲାମାବାଦ ସହ କଥା ହୋଇପାରନ୍ତି, କିନ୍ତୁ ଯଦି ପଡୋଶୀ ଦେଶକୁ ସମ୍ମାନ ନ ଦିଅନ୍ତି ତେବେ ତାଙ୍କୁ ଅଧିକ ମୂଲ୍ୟ ଦେବାକୁ ପଡିବ।

ସେ ଆହୁରି ବି କହିଛନ୍ତି, “ସେମାନଙ୍କ ପାଖରେ ପରମାଣୁ ବୋମା ଅଛି। ଆମ ପାଖରେ ମଧ୍ୟ ଅଛି, କିନ୍ତୁ ଯଦି ଜଣେ ‘ପାଗଳ’ ଲାହୋର ଉପରେ ବୋମା ପକାଇବାକୁ ନିଷ୍ପତ୍ତି ନିଏ, ତେବେ ଅମୃତସରରେ ବିକିରଣ ପାଇଁ ୮ ସେକେଣ୍ଡ ସମୟ ଲାଗିବ ନାହିଁ।’’

“ଯଦି ଆମେ ସେମାନଙ୍କୁ ସମ୍ମାନ କରୁ, ସେମାନେ ଶାନ୍ତିରେ ରହିବେ। କିନ୍ତୁ ଯଦି ଆମେ ସେମାନଙ୍କୁ ଅମମ୍ମାନ କରିବା, ତେବେ ଯଦି ଜଣେ ‘ପାଗଳ ଲୋକ’ ଆସି ଭାରତରେ ବୋମା ଫିଙ୍ଗିବାକୁ ନିଷ୍ପତ୍ତି ନେବେ ତେବେ କ’ଣ ହେବ?”

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଏକ ବୟାନକୁ ନେଇ ଆୟାର କହିଛନ୍ତି, “ବିଶ୍ୱଗୁରୁ ହେବାକୁ ହେଲେ ପାକିସ୍ତାନ ସହ ଆମର ସମସ୍ୟା ଯେତେ ଗମ୍ଭୀର ହେଉନା କାହିଁକି, ଆମକୁ ଦେଖାଇବାକୁ ପଡିବ ଯେ ଆମେ ଏହାର ସମାଧାନ ପାଇଁ କଠିନ ପରିଶ୍ରମ କରୁଛୁ। କିନ୍ତୁ ଗତ ୧୦ ବର୍ଷ ମଧ୍ୟରେ ଏଥିପାଇଁ କୌଣସି କଠିନ ପରିଶ୍ରମ ହୋଇନାହିଁ। “



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button