ଫେସବୁକ ଲାଇଭରେ କିଛି ଅଲଗା କରିବା ନିଶାରେ ମା କଲା ନିଜ ନବଜାତ ଶିଶୁ ସହ କିଛି ଏଭଳି କି ଲୋକେ ହେଲେ ଆଶ୍ଚର୍ଯ୍ୟ- ପଢନ୍ତୁ ସଂପୂର୍ଣ୍ଣ ଘଟଣା

ଆମେରିକା ରୁ ଜଣେ ମା ର ଫୋଟୋ ସୋସିଆଲ ମିଡିଆରେ ଏବେ ଖୁବ ଭାଇରାଲ ହେଉଛି ଯାହା ମମତା ଉପରେ ଲୋକ ପ୍ରଶ୍ନ କରୁଛନ୍ତି, ଏହି ମା ନିଜ ଗୋଟେ ମାସ ର ଛୁଆ କୁ କି ଭଳି ହଇରାଣ କରୁଛି ଆସନ୍ତୁ ଜାଣିବା । ମା ର ମମତା ଆଜି ଯାଏଁ କେହି କଳନା କରି ପାରିଲେ ନାହିଁ, ମା ଗୋଟେ ଏମିତିଆ ଶବ୍ଦ ଯାହା ମନକୁ ଆସିଲେ ଖୁସି ମିଳିଥାଏ । ଏହି ମା ନିଜ ଛୁଆ ପାଇଁ ପୁରା ଦୁନିଆ ସହ ଲଢିପାରେ କିନ୍ତୁ ନିଜ ଛୁଆ କୁ ସାରା ଦୁନିଆଠୁ ବଞ୍ଚାଇ ଥାଏ ।
ମାତ୍ର ଫେସବୁକ ଲାଇଭ ରେ କିଛି ଅଲଗା କରିବା ପାଇଁ ଏହି ମା ନିଜ ମମତା କୁ ତଳେ ପକାଇ ଦେଇଛି ।
ଏହି ମା ନିଜ ଛୁଆ କୁ ପବନ ରେ ଫିଙ୍ଗି ଫୋଟୋ ଉଠାଉଥିଲେ ମାତ୍ର ଏତିକି ନୁହେଁ ନିଜ ମାସକର ଶିଶୁ ମୁହଁ ଉପରେ ସିଗ୍ରେଟ ଧୂଆଁ ଛାଡୁଥିଲେ ଏହି ମହିଳା । ଏହି ଭିଡିଓ କୁ ଦେଖିଲା ପରେ ଲୋକେ ଆଶ୍ଚର୍ଯ୍ୟ ହୋଇଗଲେ ଏବଂ ପୋଲିସ କୁ ସୂଚନା ଦେଲେ, ଯାହା ପରେ ପୋଲିସ ସେହି ମହିଳା କୁ ଗିରଫତାର କଲେ ।
ସେହି ଭିଡିଓ ରେ ମହିଳା ଗୋଟେ ହାତ ରେ ସିଗ୍ରେଟ ଧରିଛନ୍ତି ଏବଂ ଅନ୍ୟ ହାତରେ ଛୁଆ କୁ ପବନ ରେ ଫିଙ୍ଗୁ ଅଛନ୍ତି ବୋଲି ଦେଖା ଯାଇଛି । ପୋଲିସ ଅନୁଯାଇ ଯେତେବେଳେ ସେ ଏହି ମହିଳା କୁ ଗିରଫତାର କରିବାକୁ ଗଲେ ଏହି ମହିଳା ନିଶା ରେ ଥିଲେ ଏବଂ କୁହାଯାଉଛି କି ମହିଳା କୁ ଏହି ଛୁଆ ଦରକାର ନଥିଲା ଯାହା କାରଣ ରୁ ସେ ଏହି ଭଳି ଖରାପ ବ୍ୟବହାର ଛୁଆ ସହ କରୁଥିଲା ।




