ମନୋରଞ୍ଜନ

ମୋ ଛା‌ଡ଼ପତ୍ର ପାଇଁ ଲେଖା ଦାୟୀ ନୁହନ୍ତି; ପ୍ରେମିକାଙ୍କ ସମର୍ଥନରେ ବାହାରିଲେ ଇମ୍ରାନ୍ – Kalinga News

[ad_1]

ମୁମ୍ବାଇ: ଆମୀର ଖାନ୍‌ଙ୍କ ଭଣଜା ଇମ୍ରାନ ଖାନ୍‌ ଦୀର୍ଘ ସମୟ ଧରି ବଲିଉଡ୍‌ ଇଣ୍ଡଷ୍ଟ୍ରିରୁ ଦୂରେଇ ରହିଛନ୍ତି। ପେସାକୁ ନେଇ ଚର୍ଚ୍ଚାରେ ନଥିଲେ ବି ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଗତ କିଛି ମାସ ହେବ ଇମ୍ରାନ ଚର୍ଚ୍ଚାର ପରିସର ଭିତରକୁ ଆସିଛନ୍ତି। ଆପଣ ସମସ୍ତେ ଜାଣନ୍ତି ଯେ ଇମ୍ରାନ ତାଙ୍କ ପତ୍ନୀ ଅବନ୍ତିକାଙ୍କଠାରୁ ଅଲଗା ହୋଇ ସାରିଛନ୍ତି। ଅବନ୍ତିକାଙ୍କଠାରୁ ଅଲଗା ହେବା ପରେ ଏବେ ସେ ସାଉଥ ଅଭିନେତ୍ରୀ ଲେଖା ୱାସିଂଟନକୁ ଡେଟ୍ କରିବା ଆରମ୍ଭ କରିଛନ୍ତି।

ତେବେ ଦୁହିଁଙ୍କ ଡେଟିଂ ଚର୍ଚ୍ଚା ଆରମ୍ଭ ହେବା ପରେ ଦୁହେଁ ନିଜ ନିଜର ଜୀବନସାଥୀଙ୍କୁ ଧୋକା ଦେଇ ପରସ୍ପରର ନିକଟତର ହୋଇଥିଲେ ବୋଲି ଅନେକ ଦିନ ହେଲାଣି ଚର୍ଚ୍ଚା ହୋଇଆସୁଛି। ଇମ୍ରାନ ଓ ଅବନ୍ତିକାଙ୍କ ସମ୍ପର୍କ ଭାଙ୍ଗିବା ପଛରେ ଲେଖାଙ୍କ ହାତ ଥିବା ନେଇ ଅନେକ ଦାବି କରୁଥିବା ବେଳେ ଏବେ ଏହା ଉପରେ ପ୍ରତିକ୍ରିୟା ରଖିଛନ୍ତି ଇମ୍ରାନ୍।

ଭୋଗ୍ ଇଣ୍ଡିଆକୁ ସାକ୍ଷାତକାର ଦେଇ ସେ କହିଛନ୍ତି ଯେ, ଅନେକ ସମୟ ଧରି ମୁଁ ନିଜକୁ ଲାଇମଲାଇଟରୁ ଦୂରେଇ ରଖିଥିଲି। ମୋ ଅନୁପସ୍ଥିତିରେ ଲୋକେ ମୋ ବିଷୟରେ ଅନେକ ମିଥ୍ୟା ପ୍ରଚାର କରିଛନ୍ତି। ଲେଖା ୱାସିଂଟନଙ୍କ ସହ ମୋର ପ୍ରେମ ସମ୍ପର୍କ ଥିବା ଖବର ସତ। ମୁଁ ଫେବ୍ରୁଆରି ୨୦୧୯ରେ ଅବନ୍ତିକାଙ୍କଠାରୁ ଛାଡ଼ପତ୍ର ନେଇଥିଲି। ଦେଢ଼ବର୍ଷ ପରେ ଲକଡାଉନ ସମୟରେ ମୁଁ ଏବଂ ଲେଖା ପରସ୍ପରର ନିକଟତର ହୋଇଥିଲୁ। ସେତେବେଳେ ଲେଖା ନିଜ ପ୍ରେମିକଙ୍କ ସହ ବ୍ରେକଅପ କରିବା ଘଟଣାକୁ ପ୍ରାୟ ବର୍ଷେ ବିତିସାରିଥିଲା। ତେଣୁ ଆମେ ଦୁହେଁ ପରସ୍ପରର ଘର ଭାଙ୍ଗିନାହିଁ। ଲେଖା ବିବାହିତ ଥିଲେ ବୋଲି କିଛି ଲୋକ ଦାବି କରୁଛନ୍ତି। ହେଲେ ଏହା ସତ ନୁହେଁ। ମୁଁ ନିଜ ପତ୍ନୀଙ୍କୁ ଛାଡ଼ପତ୍ର ଓ ଲେଖା ନିଜ ପ୍ରେମିକଙ୍କ ସହ ବ୍ରେକଅପ କରିବା ପରେ ହିଁ ଆମର ଦେଖା ହୋଇଥିଲା।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button