ଆମେଥି ଓ ୱାୟନାଡରୁ ଲଢିବେ ରାହୁଲ ଗାନ୍ଧି, ରାୟବରେଲିରେ ପ୍ରିୟଙ୍କା : ସୁତ୍ର – Kalinga News

[ad_1]
ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧି ଉତ୍ତରପ୍ରଦେଶର ଆମେଥି ଓ କେରଳର ୱାୟନାଡରୁ ଲୋକସଭା ନିର୍ବାଚନ ଲଢ଼ିବେ। ପ୍ରିୟଙ୍କା ଗାନ୍ଧି ଭଦ୍ରା ରାୟବରେଲିରୁ ଲୋକସଭା ନିର୍ବାଚନ ଲଢ଼ିବେ ବୋଲି ସୂତ୍ରରୁ ମିଳିଥିବା ସୂଚନାକୁ ଭିତ୍ତି କରି ଇଣ୍ଡିଆ ଟିଭି ରିପୋର୍ଟ କରିଛି । ଏହା ଫଳରେ ଏଥର ଆମେଥିରେ ପୁଣି ରାହୁଲ ଗାନ୍ଧି ଓ ସ୍ମୃତି ଇରାନୀଙ୍କ ମଧ୍ୟରେ ଲଢେଇ ଦେଖିବାକୁ ମିଳିବ । ଆମେଥିରୁ ସ୍ମୃତିଙ୍କୁ ଟିକେଟ ଦେବାକୁ ବିଜେପି ପୂର୍ବରୁ ହିଁ ଘୋଷଣା କରିସାରିଛି ।

Sambad is now on WhatsApp
Join and get latest news updates delivered to you via WhatsApp
ରାହୁଲ ଗାନ୍ଧି ୨୦୦୪ରେ ଆମେଠିରୁ ନିଜର ରାଜନୈତିକ କ୍ୟାରିୟର ଆରମ୍ଭ କରିଥିଲେ । ଏହି ସମୟରେ ସେ ବିପୁଳ ଭୋଟରେ ବିଜୟୀ ହୋଇଥିଲେ। ତେବେ ୨୦୧୯ ମୋଦୀ ଲହରରେ ସେ ଏହି ଆସନରେ ବିଜେପି ନେତ୍ରୀ ସ୍ମୃତି ଇରାନୀଙ୍କଠାରୁ ହାରିଯାଇଥିଲେ।
ନିକଟରେ ରାହୁଲ ଗାନ୍ଧି ତାଙ୍କ ଭାରତ ଯୋଡୋ ନ୍ୟାୟ ଯାତ୍ରାରେ ଆମେଠି ଗସ୍ତ କରିଥିଲେ। ଏହି ସମୟରେ ରାହୁଲ ଏହି ଆସନରୁ ନିର୍ବାଚନ ଲଢ଼ିପାରନ୍ତି ବୋଲି କୁହାଯାଉଥିଲା। ରାହୁଲଙ୍କ ଦିବଂଗତ କାକା ସଞ୍ଜୟ ଗାନ୍ଧୀ, ସ୍ୱର୍ଗତ ପିତା ରାଜୀବ ଗାନ୍ଧୀ ଏବଂ ମା’ ସୋନିଆ ଗାନ୍ଧୀ ଆମେଥିରୁ ସାଂସଦ ରହିସାରିଛନ୍ତି।
ନିକଟରେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ରାହୁଲ ଗାନ୍ଧିଙ୍କୁ ଉଭୟ ଏନଡିଏ ଏବଂ ୟୁପିଏର ଦଶ ବର୍ଷ ଉପରେ ବିତର୍କ କରିବାକୁ ଖୋଲାଖୋଲି ଚ୍ୟାଲେଞ୍ଜ ଦେଇଥିଲେ। ସ୍ମୃତି ତାଙ୍କୁ ଚ୍ୟାଲେଞ୍ଜ କରି କହିଥିଲେ ଯେ ରାହୁଲ ଗାନ୍ଧି ! ଆପଣ ମଇଦାନକୁ ବାଛନ୍ତୁ, ଆମେ କର୍ମୀ ଚୟନ କରିବୁ।
[ad_2]