ନାମୀ ହୋଟେଲରେ ଚାଲୁଥିଲା ସେକ୍ସ ରାକେଟ: ପୁଲିସ ଚଢ଼ାଉ କରି ୨୯ଜଣ ଯୁବକ-ଯବୁତୀଙ୍କୁ ଗଲା ଗିରଫ – Kalinga News

[ad_1]
ନୂଆଦିଲ୍ଲୀ: ଦିଲ୍ଲୀ ଏନସିଆରରେ ଏକ ବଡଧରଣର ସେକ୍ସ ରାକେଟ ଧରାପଡ଼ିଛି। ଗାଜିଆବାଦ ପୁଲିସ ଇନ୍ଦିରାପୁରାମର ଏକ ନାମୀ ହୋଟେଲ ଉପରେ ଚଢ଼ାଉ କରି ୨୯ଜଣ ଯୁବକ-ଯୁବତୀଙ୍କୁ ଗିରଫ କରିଛି। ଏହି ସେକ୍ସ ରାକେଟରେ ଆହୁରି ଅନେକ ଲୋକ ଯୋଡ଼ି ହୋଇଥିବା ପୁଲିସ ସନ୍ଦେହ କରି ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

Sambad is now on WhatsApp
Join and get latest news updates delivered to you via WhatsApp
ସୂଚନାଯୋଗ୍ୟ, ଇନ୍ଦିରାପୁରମ ପୁଲିସ ଷ୍ଟେସନ ଅଞ୍ଚଳରେ ଅବସ୍ଥିତ ଶକ୍ତି ବ୍ଲକ ୩ର ଦୀପ ରେସିଡେନ୍ସି ହୋଟେଲରେ ୨ ମାସ ଧରି ସେକ୍ସ ରାକେଟ ଚାଲି ଆସୁଥିଲା। ଅନେକ ଦିନରୁ ଏନେଇ ଖବର ମିଳିଥିବା ବେଳେ ପୁଲିସ ସୁଯୋଗ ଅପେକ୍ଷାରେ ଥିଲା। ଗତକାଲି ଏହି ହୋଟେଲରେ ପୁଲିସ ଆକସ୍ମିକ ଚଢ଼ାଉ କରି ହୋଟେଲ ମାଲିକ ପଙ୍କଜଙ୍କ ସମେତ ୧୮ଜଣ ଯୁବକ ଓ ୧୦ଜଣ ଯୁବତୀଙ୍କୁ ଗିରଫ କରିଛି।
ଯାଞ୍ଚ ସମୟରେ ଘଟଣାସ୍ଥଳରୁ ପୁଲିସ ୩୯ଟି ମୋବାଇଲ୍ ଫୋନ୍, ନଗଦ ଟଙ୍କା ଓ ଆପତ୍ତିଜନକ ସାମଗ୍ରୀ କିଛି ଜବତ କରିଛି।
ତେବେ ଏହା ପ୍ରଥମ ଘଟଣା ନୁହେଁ। ଏହା ପୂର୍ବରୁ ମଧ୍ୟ ଗାଜିଆବାଦର କିଛି ମଲ୍, ସ୍ପା ସେଣ୍ଟର୍ ଏବଂ ହୋଟେଲରେ ସେକ୍ସ ରାକେଟ ଚାଲିଥିବାର ଖବର ମିଳିଥିଲା। ପୁଲିସ କ୍ରମାଗତ ଭାବେ ଏଭଳି ରାକେଟ ଉପରେ ଚଢ଼ାଉ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି।
[ad_2]