ଧର୍ମଶାଳା ଟେଷ୍ଟର ଗୋଟିଏ ଦିନ ପୂର୍ବରୁ ପ୍ଲେଇଙ୍ଗ-୧୧ ଘୋଷଣା, ଫେରିଲେ ଷ୍ଟାର ଖେଳାଳି – Kalinga News
[ad_1]
ଧର୍ମଶାଳା: ଭାରତ ଇଂଲଣ୍ଡ ମଧ୍ୟରେ ମାର୍ଚ୍ଚ ୭ ଗୁରୁବାର ୫ ଟିକିଆ ଟେଷ୍ଟ ସିରିଜର ଶେଷ ମ୍ୟାଚ୍ ଖେଳାଯିବ। ଟେଷ୍ଟର ଗୋଟିଏ ଦିନ ପୂର୍ବରୁ ବୁଧବାର ଇଂଲଣ୍ଡ ଟିମ୍ ନିଜର ଫ୍ଲେଇଙ୍ଗ-୧୧ ଘୋଷଣା କରିଛି। ଏହି ମ୍ୟାଚ୍ ପୂର୍ବରୁ ଇଂଲଣ୍ଡ ଦଳର ଦ୍ରୁତ ବୋଲର ମାର୍କ ୱୁଡ ଦଳକୁ ଫେରିଛନ୍ତି। ଅପରପକ୍ଷରେ ଓଲି ରବିନସନଙ୍କୁ ରାଞ୍ଚି ଟେଷ୍ଟ ପରେ ଦଳରୁ ବାହାରେ ରଖାଯାଇଛି। ସେ ରାଞ୍ଚି ଟେଷ୍ଟର ପ୍ରଥମ ପାଳିରେ ଧୂଆଁଧାର ଅର୍ଦ୍ଧଶତକ କରିଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ଏହା ସତ୍ତ୍ବେ ଇଂଲଣ୍ଡ ଅଧିନାୟକ ବେନ ଷ୍ଟୋକ୍ସ ଧର୍ମଶାଳା ଟେଷ୍ଟ ପାଇଁ ମାର୍କ ୱୁଡଙ୍କୁ ଦଳକୁ ଆଣିଛନ୍ତି। ଏହି ସିରିଜରେ ଟିମ୍ ଇଣ୍ଡିଆ ୩-୧ରେ ବିଜୟୀ ହୋଇ ସାରିଛି। ତେବେ ଶେଷ ମ୍ୟାଚ୍ କୁ ଜିତିବା ପାଇଁ ଉଭୟ ଦଳ ପ୍ରୟାସ କରୁଛନ୍ତି। ଇଂଲଣ୍ଡ ଧର୍ମଶାଳାରେ ମାର୍ଚ୍ଚ ୩ରେ ପହଞ୍ଚିବା ସହିତ ମାର୍ଚ୍ଚ ୪ରେ ନେଟ୍ ପ୍ରାକ୍ଟିସ୍ କରିସାରିଛି।
We make one change for the final match of the series 🔁
🇮🇳 #INDvENG 🏴 | #EnglandCricket
— England Cricket (@englandcricket) March 6, 2024
ପୂର୍ବରୁ ଚଳିତ ସିରିଜରେ ମାର୍କ ୱୁଡ ଭାରତ ବିରୋଧରେ ବେଶ୍ ଭଲ ବୋଲିଂ କରିସାରିଛନ୍ତି। ତାଙ୍କର ପେସ୍ ବୋଲିଂ ଏବଂ ସ୍ପିନ୍ ଭାରତୀୟ ଖେଳାଳିଙ୍କ ସମସ୍ୟାରେ ପକାଇଥିଲା। ତେଣୁ ଧର୍ମଶାଳା ଟେଷ୍ଟରେ ତାଙ୍କୁ ଦଳରେ ସାମିଲ କରିବାକୁ ଟିମ୍ ଇଂଲଣ୍ଡ ମ୍ୟାନେଜମେଣ୍ଟ ଚିନ୍ତା କରି ରବିନସନଙ୍କ ବଦଳରେ ମାର୍କ ୱୁଡଙ୍କ ଉପରେ ଭରସା କରିଛନ୍ତି।
Mark Wood replaces Ollie Robinson for the final Test against India 🏴 🔄 pic.twitter.com/VZLBCV2iE4
— ESPNcricinfo (@ESPNcricinfo) March 6, 2024
ଇଂଲଣ୍ଡର ପ୍ଲେଇଙ୍ଗ୍-୧୧ରେ ବେନ ଷ୍ଟୋକସ୍, ଜୈକ କ୍ରାଲି, ଜୋନି ବେୟରଷ୍ଟୋ, ଓଲି ପୋପ୍, ବେନ୍ ଡକେଟ, ଜୋ ରୁଟ୍, ବେନ ଫୋକ୍ସ, ଟୋମ୍ ହାର୍ଟଲି, ମାର୍କ ୱୁଡ୍, ଜେମ୍ସ ଏଣ୍ଡରସନ ଏବଂ ଶୋଏବ ବଶିର ପ୍ରମୁଖ ରହିଛନ୍ତି।
England named their Playing 11 for the Dharmshala Test match and Mark Wood replaced non performing Ollie Robinson.
Means Weather might be cold but pitch is not supportive of pace bowlers that’s why they have gone with two Pacer only.
Happy with Eng 11 ?pic.twitter.com/otuFTnjoCk
— Sujeet Suman (@sujeetsuman1991) March 6, 2024
[ad_2]