ଦେଶ- ବିଦେଶ

ଜିମ୍ କର୍ବେଟ ଜାତୀୟ ଉଦ୍ୟାନରେ ଟାଇଗର ସଫାରି ନିଷିଦ୍ଧ କଲେ ସୁପ୍ରିମକୋର୍ଟ – Kalinga News

[ad_1]

ନୂଆଦିଲ୍ଲୀ : ଉତ୍ତରାଖଣ୍ଡର ଜିମ୍ କର୍ବେଟ ଜାତୀୟ ଉଦ୍ୟାନରେ ସୁପ୍ରିମକୋର୍ଟ ଟାଇଗର ସଫାରି ନିଷିଦ୍ଧ କରିଛନ୍ତି। ଏକ ଗୁରୁତ୍ବପୂର୍ଣ୍ଣ ରାୟ ଦେଇ କୋର୍ଟ କହିଛନ୍ତି, ଏହା ସ୍ପଷ୍ଟ ହୋଇଯାଉଛି ଯେ ସଂରକ୍ଷିତ ଅଞ୍ଚଳ ବାହାରେ ବନ୍ୟଜନ୍ତୁ ସଂରକ୍ଷଣର ଆବଶ୍ୟକତାକୁ ଜାତୀୟ ବନ୍ୟଜନ୍ତୁ ସଂରକ୍ଷଣ ଯୋଜନା ଚିହ୍ନଟ କରୁଛି। କୋର୍ଟଙ୍କ ରାୟ ଅନୁଯାୟୀ ଟାଇଗର ସଫାରି ପାଇଁ କେବଳ ପେରିଫେରାଲ ଏବଂ ବଫର ଜୋନରେ ଅନୁମତି ଅଛି। କୋର୍ଟ କୋର୍ ଏାରିଆ ତଥା ମୁଖ୍ୟ ଅଞ୍ଚଳରେ ଟାଇଗର ସଫାରି ନିଷିଦ୍ଧ କରିଛନ୍ତି। ଅନ୍ୟପକ୍ଷେ ଜିମ କର୍ବେଟରେ ବେଆଇନ ନିର୍ମାଣ ଏବଂ ଗଛ କାଟିବାପାଇଁ କୋର୍ଟ ପୂର୍ବତନ ଉତ୍ତରାଖଣ୍ଡ ଜଙ୍ଗଲ ମନ୍ତ୍ରୀ ହରକ ସିଂହ ରାୱତ ଏବଂ ତତ୍କାଳୀନ ଡିଭିଜନାଲ ଫରେଷ୍ଟ ଅଫିସର କିଶାନ ଚାନ୍ଦଙ୍କୁ କଡ଼ା ଭର୍ତ୍ସନା କରିଛନ୍ତି। କୋର୍ଟ କହିଛନ୍ତି ଅମଲା ଏବଂ ରାଜନେତାମାନେ ଲୋକଙ୍କ ବିଶ୍ବାସକୁ ଅଳିଆ ଗଦାରେ ପକାଇ ଦେଇଛନ୍ତି। ମହାଭାରତର ଏକ ଉକ୍ତିକୁ ଦର୍ଶାଇ କୋର୍ଟ କହିଛନ୍ତି , ‘ ବାଘ ବିନା ଜଙ୍ଗଲର କିଛି ମୂଲ୍ୟ ନାହିଁ, ତେଣୁ ଜଙ୍ଗଲ ସବୁ ବାଘଙ୍କୁ ସୁରକ୍ଷା ଦେବା ଉଚିତ’।

[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button