ଦେଶ- ବିଦେଶ

କେବଳ ମୋଟାପଣ ନୁହେଁ , ଏହି କାରଣରୁ ମଧ୍ୟ ଫୁଲିବାକୁ ଲାଗିଥାଏ ପେଟ , ହୋଇପାରେ ଏହି ଗମ୍ଭୀର ରୋଗ

ଆଜିର ସମୟରେ ମୋଟାପଣ ସବୁଠାରୁ ଗମ୍ଭୀର ସମସ୍ୟା ହୋଇ ଯାଉଛି। ମୋଟା ଲୋକଙ୍କର ଅନୁପାତ ଅନୁଯାୟୀ ଦେଖିବାକୁ ଗଲେ ଭାରତ ଦ୍ଵିତୀୟ ସ୍ଥାନରେ ରହିଛି। ଯେଉଁଠାରେ ଜନସଂଖ୍ୟାର ୪୭ ପ୍ରତିଶତ ଲୋକ ମୋଟା ଅଛନ୍ତି। ମୋଟାପଣ କିଛି ଲୋକଙ୍କ ପାଇଁ ଡିପ୍ରେଶନର କାରଣ ହୋଇ ଯାଉଥିବାବେଳେ କିଛି ଲୋକ ମୋଟା ହେବା ପରେ ମଧ୍ୟ ନିଜ ଜୀବନକୁ ଖୋଲି କରି ଉପଭୋଗ କରୁଛନ୍ତି।

ବାସ୍ତବରେ ସମୟର ଅଭାବ ଏବଂ ବ୍ୟସ୍ତବହୁଳ ଜୀବନଶୈଳୀ ଯୋଗୁଁ ଆଜିକାଲି ଲୋକମାନେ ନିଜ ସ୍ୱାସ୍ଥ୍ୟ ଉପରେ କମ ଧ୍ୟାନ ଦେଉଛନ୍ତି। ଏଭଳି ପରିସ୍ଥିତିରେ ଯେତେବେଳେ ମୋଟାପଣ ବଢ଼ିଥାଏ , ସେତେବେଳେ ଲୋକଙ୍କର ସବୁଠାରୁ ବଡ଼ ସମସ୍ୟା ଏହା ହୋଇଥାଏ ଯେ ସେମାନଙ୍କ ପେଟ ବାହାରକୁ ବାହାରିଥାଏ କିମ୍ବା ଫୁଲିବାକୁ ଲାଗିଥାଏ। ଏଭଳି ଅନେକ ଲୋକଙ୍କୁ ଆପଣ ଦେଖିଥିବେ , ଯେଉଁମାନେ ପତଳା ହୋଇଥାନ୍ତି କିନ୍ତୁ ସେମାନଙ୍କର ପେଟ ବାହାରକୁ ବାହାରିଥାଏ କିମ୍ବା ଫୁଲିଥାଏ।

Google

ତେବେ ଆପଣଙ୍କୁ କହିରଖୁଛୁ ଯେ , ପ୍ରତ୍ୟେକ ଥର ପେଟ ଫୁଲିବା କିମ୍ବା ବାହାରିବା ମୋଟାପଣର କାରଣ ହୋଇନଥାଏ। ଅନେକ ଥର କିଛି ଗମ୍ଭୀର ରୋଗ ଯୋଗୁଁ ମଧ୍ୟ ପେଟ ଫୁଲିବାକୁ ଲାଗିଥାଏ। ଏଭଳି ପରିସ୍ଥିତିରେ ଆଜିର ଏହି ପୋଷ୍ଟରେ ଆମେ ଆପଣଙ୍କୁ ଏଭଳି କିଛି କାରଣ ବିଷୟରେ କହିବାକୁ ଯାଉଛୁ , ଯେଉଁ କାରଣରୁ ପେଟ ଫୁଲିବାକୁ ଲାଗିଥାଏ।

ହରମୋନରେ ପରିବର୍ତ୍ତନ:-

ଶରୀରରେ ହରମୋନ ପରିବର୍ତ୍ତନ ହେବା ସମୟରେ ଏହାର ପ୍ରଭାବ ମନ ସହ ଆମର ହଜମ ପ୍ରକ୍ରିୟା ଉପରେ ମଧ୍ୟ ପଡ଼ିଥାଏ। ବିଶେଷ କରି ଯେତେବେଳେ ଆମର ଖାଇବା-ପିଇବା କିମ୍ବା ଶୋଇବା-ଉଠିବାର ସମୟ ନିଶ୍ଚିତ ହୋଇନଥାଏ , ସେତେବେଳେ ସବୁଠାରୁ ଅଧିକ ହରମୋନଲ ଅସନ୍ତୁଳନ ହୋଇଥାଏ। ଏହି କାରଣରୁ ମଧ୍ୟ ବ୍ୟକ୍ତିଙ୍କର ବାରମ୍ବାର ପେଟ ଫୁଲିବା ଭଳି ସମସ୍ୟା ଦେଖା ଦେଇଥାଏ। ଯଦି ଆପଣଙ୍କର ମଧ୍ୟ ପେଟ ଫୁଲିବା ଭଳି ସମସ୍ୟା ରହୁଛି , ତେବେ ହରମୋନଲ ପରୀକ୍ଷା ଥରେ କରିନିଅନ୍ତୁ।

ଡିମ୍ବାଶୟରେ କର୍କଟ:-

ଯଦି ଆପଣଙ୍କ ପେଟ ବାରମ୍ବାର ଫୁଲୁଅଛି , ତେବେ ଏହାର କାରଣ ଡିମ୍ବାଶୟରେ କର୍କଟ ମଧ୍ୟ ହୋଇପାରେ। ବାସ୍ତବରେ ଯେତେବେଳେ ଡିମ୍ବାଶୟରେ କର୍କଟ ବିକଶିତ ହୋଇଥାଏ , ସେତେବେଳେ ଆପଣଙ୍କ ପାଚନ ତନ୍ତ୍ର ଉପରେ ତାହାର ଖରାପ ପ୍ରଭାବ ପଡ଼ିଥାଏ। ତେବେ ସବୁଠାରୁ ଦୁଃଖର କଥା ଏହା ଯେ ଡିମ୍ବାଶୟରେ କର୍କଟ ହେବା କଥା ବହୁତ ବିଳମ୍ବରେ ଜଣା ପଡ଼ିଥାଏ। ଏହାକୁ ଚିହ୍ନଟ କରିବା ଟିକିଏ କଷ୍ଟକର ହୋଇଥାଏ।

ଅଟୋ ଇମ୍ୟୁନ ରୋଗ:-

ଅଟୋ ଇମ୍ୟୁନ ରୋଗ ହେବା ଦ୍ୱାରା ଶରୀରର କୋଷ ଗୁଡିକ ନିଜ ଶରୀରର ଅନ୍ୟ ସୁସ୍ଥ କୋଷ ଗୁଡିକୁ କ୍ଷତି ପହଞ୍ଚାଇ ଥାଏ। ସିଲିଏକ ରୋଗ (Coeliac disease) ନାମକ ଏକ ରୋଗ କାରଣରୁ ପ୍ରାୟତଃ ବ୍ୟକ୍ତିଙ୍କର ପେଟରେ ଯନ୍ତ୍ରଣା ହୋଇଥାଏ। ଏହି ରୋଗରେ ବ୍ୟକ୍ତି ସବୁବେଳେ ଥକାପଣ ଅନୁଭବ କରିଥାନ୍ତି ଏବଂ ବିନା କୌଣସି ପରିଶ୍ରମ କିମ୍ବା ଚେଷ୍ଟା ଦ୍ୱାରା ତାଙ୍କର ଓଜନ ହ୍ରାସ ହେବାକୁ ଲାଗିଥାଏ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button