ଜ୍ୟୋତିଷ

ସୂର୍ଯ୍ୟଦେବଙ୍କର ଏହି ୫ ଗୋଟି ମନ୍ତ୍ର ଜପ କରନ୍ତୁ, ଦେଖିବେ ଆପଣଙ୍କର ଭାଗ୍ୟ ବଦଳି ଯିବ

ପ୍ରତ୍ୟେକ ମଣିଷ ସୁଖ, ସମୃଦ୍ଧି, ସଫଳତା ପାଇବା ପାଇଁ ଇଚ୍ଛା ରଖିଥାନ୍ତି। ହିନ୍ଦୁଧର୍ମରେ ସୂର୍ଯ୍ୟ ଗ୍ରହକୁ ଦେବତାଙ୍କ ସ୍ଥାନ ଦିଆଯାଇଛି। ଆମେ ପ୍ରତ୍ୟେକଦିନ ସକାଳୁ ସୂର୍ଯ୍ୟଙ୍କୁ ଦର୍ଶନ କରିଥାଉ। ଜ୍ୟୋତିଷ ଶାସ୍ତ୍ରରେ ସୂର୍ଯ୍ୟ ଗ୍ରହକୁ ଗୁରୁତ୍ୱପୂର୍ଣ୍ଣ ମାନା ଯାଇଛି। କୁହାଯାଏ କି ଯଦି କୌଣସି ବ୍ୟକ୍ତିର କୁଣ୍ଡଳୀରେ ସୂର୍ଯ୍ୟ ଗ୍ରହ ଶୁଭ ସ୍ଥିତିରେ ରହିଥାନ୍ତି, ତାହେଲେ ଜୀବନରେ ଯଶ, ସମୃଦ୍ଧି, ସୁଖ, ସମ୍ପତ୍ତି ଆଦି ପ୍ରାପ୍ତ ହୋଇଥାଏ। ଶାସ୍ତ୍ରରେ ସୂର୍ଯ୍ୟ ଗ୍ରହକୁ ଉପାସନା କରିବାର ଅନେକ ଲାଭ ବିଷୟରେ କୁହାଯାଇଛି।ସୂର୍ଯ୍ୟଙ୍କର କିଛି ବିଶେଷ ମନ୍ତ୍ରକୁ ପାଠ କଲେ ଜୀବନରେ ସବୁ ଦୁଃଖକଷ୍ଟ ଦୂର ହୋଇ ଯାଇଥାଏ। ଏହାସହିତ ଆପଣଙ୍କୁ ସବୁ କ୍ଷେତ୍ରରେ ସଫଳତା ମଧ୍ୟ ମିଳିବ।ଏହି ମନ୍ତ୍ର ଗୁଡ଼ିକୁ ଶ୍ରଦ୍ଧା ପୂର୍ବକ ଜପ କଲେ, ଜୀବନ ସୁଖମୟ ହୋଇଥାଏ।ତେବେ ଆସନ୍ତୁ ଜାଣିବା ସେହି ସୂର୍ଯ୍ୟ ମନ୍ତ୍ର ବିଷୟରେ –

୧/ ସୂର୍ଯ୍ୟ ନମସ୍କାର ମନ୍ତ୍ର :-

ସୂର୍ଯ୍ୟ ନମସ୍କାରକୁ ବହୁତ ଗୁରୁତ୍ବପୁର୍ଣ ମାନା ଯାଇଛି। ଏହାକୁ ପ୍ରତ୍ୟେକଦିନ ସୂର୍ଯ୍ୟୋଦୟ ସମୟରେ ଜପ କରିବା ଉଚିତ।ଏହାଦ୍ବାରା ଆପଣଙ୍କ ଶରୀରରେ ସକାରାତ୍ମକ ଊର୍ଜା ଉତ୍ପନ୍ନ ହୋଇଥାଏ।ଏହାସହିତ ଆପଣ ନିଜ ଜୀବନରେ ସବୁ କ୍ଷେତ୍ରରେ ସଫଳତା ଅର୍ଜନ କରିବେ। ମନ୍ତ୍ର ହେଉଛି – ଓଁ ମିତ୍ରାୟ ନମଃ, ଓଁ ସୂର୍ଯ୍ୟାୟ ନମଃ, ଓଁ ରବୟେ ନମଃ, ଓଁ ଖଗାୟ ନମଃ, ଓଁ ଆଦିତ୍ୟାୟ ନମଃ, ଓଁ ଅର୍କାୟ ନମଃ।

୨/ ସୂର୍ଯ୍ୟ ପ୍ରାର୍ଥନା ମନ୍ତ୍ର :-

ସୂର୍ଯ୍ୟ ପ୍ରାର୍ଥନା ମନ୍ତ୍ର ଜପ କରିବା ଦ୍ଵାରା ଜୀବନର ସବୁ ସମସ୍ୟା ଦୂର ହୋଇ ଯାଇଥାଏ।ଯଦି ଆପଣଙ୍କ ଜୀବନରେ ଅନେକ ସମସ୍ୟା ବଢ଼ି ଚାଲିଛି, ତାହେଲେ ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରିବା ସମୟରେ ଏହି ମନ୍ତ୍ରର ଜପ କରନ୍ତୁ।ଏହାଦ୍ବାରା ଘରର ସୁଖସମୃଦ୍ଧି ବୃଦ୍ଧି ହୋଇଥାଏ ଓ ସମସ୍ତ ଦୁଃଖ ନାଶ ହୋଇଥାଏ। ଏହି ମନ୍ତ୍ର ହେଉଛି – ଗ୍ରହଣାମଦିରାଦିତ୍ୟୋ ଲୋକ ଲକ୍ଷଣ କାରକ। ବିଷମ ସ୍ଥାନ ସଭୂତାଂ ପିଡାଂ ଦହତୁ ମେ ରବି।।

୩/ ସୂର୍ଯ୍ୟଦେବଙ୍କ ବୈଦିକ ମନ୍ତ୍ର :-

ସୂର୍ଯ୍ୟଦେବଙ୍କର ବୈଦିକ ମନ୍ତ୍ର ଜପ କରିବା ଦ୍ଵାରା ଆପଣଙ୍କର ଅଟକି ରହିଥିବା ସବୁ କାର୍ଯ୍ୟ ସମ୍ପନ୍ନ ହେବ।ଏହି ମନ୍ତ୍ରକୁ ସକାଳୁ ଉଠି ଜପ କରିବା ଦ୍ଵାରା ଅନେକ ପୁଣ୍ୟ ମିଳିଥାଏ।ଏହାସହିତ ଭାଗ୍ୟ ସୁଦୃଢ ରହିଥାଏ।ଏହି ମନ୍ତ୍ରକୁ ହଳଦିଆ ବସ୍ତ୍ର ପରିଧାନ କରି ଜପ କରିବା ଉଚିତ। ମନ୍ତ୍ରଟି ହେଉଛି – ଓଁ ଆକୃଷେନ ରଜସା ବର୍ତମାନୋ ନିବେସୟୋନ୍ନମୃତଂ ମାର୍ତଶ୍ଚ, ହିରନ୍ୟେନ ସବିତା ରଥେନ ଦେବୋ ୟାତି ଭୁବନାନି ପସ୍ୟନ ।।

୪/ ସୂର୍ଯ୍ୟ ଗାୟତ୍ରୀ ମନ୍ତ୍ର :-

ସୂର୍ଯ୍ୟ ଗାୟତ୍ରୀ ମନ୍ତ୍ର ଜପ କରିବା ଦ୍ଵାରା ମାନସମ୍ମାନ ବୃଦ୍ଧି ହୋଇଥାଏ। ଜୀବନରେ ସବୁକିଛି ସୁଖ ସୁବିଧା ପ୍ରାପ୍ତ ହୋଇଥାଏ।ଧନର କେବେବି ଅଭାବ ହୋଇ ନଥାଏ।ଏହି ମନ୍ତ୍ରକୁ ପ୍ରତ୍ୟେକଦିନ ଜପ କରିବା ଉଚିତ।ଏହି ମନ୍ତ୍ରକୁ ଭଗବାନ ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରିବା ସମୟରେ ଜପ କରିବା ଉଚିତ। ମନ୍ତ୍ରଟି ହେଉଛି – ଓଁ ଆଦିତ୍ୟାୟ ବିଦ୍ମହେ ପ୍ରଭକରାୟ ଧୀମହି, ତନୋ ସୂର୍ଯ୍ୟ ପ୍ରଚୋଦୟାତ।।

୫/ ସୂର୍ଯ୍ୟ ତାନ୍ତ୍ରିକ ମନ୍ତ୍ର :-

ସୂର୍ଯ୍ୟ ତାନ୍ତ୍ରିକ ମନ୍ତ୍ର ଜପ କରିବା ଦ୍ଵାରା ଆପଣଙ୍କ ଜୀବନରେ ସବୁ ଦୁଃଖକଷ୍ଟ ଦୂର ହୋଇଯିବ।ଭାଗ୍ୟ ସର୍ବଦା ଆପଣଙ୍କ ସପକ୍ଷରେ ରହିବ।ଆପଣଙ୍କୁ ସବୁ କ୍ଷେତ୍ରରେ ସଫଳତା ମିଳିବ। ମନ୍ତ୍ର ହେଉଛି – ଓଁ ଘୃଣିସୂର୍ଯ୍ୟାଦିତ୍ୟୋ, ଓଁ ଘୃଣି ସୂର୍ଯ୍ୟ ଆଦିତ୍ୟ ଶ୍ରୀ, ଓଁ ସୂର୍ଯ୍ୟଦେବାୟ ନମଃ।।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button