ରାଜନୀତି

ଛାତ୍ରବୃତ୍ତିକୁ ସ୍ବାଗତ କରୁଛୁ, ଏହାକୁ ଭୋଟ ରାଜନୀତି କରାନଯାଉ: କଂଗ୍ରେସ – Kalinga News

[ad_1]

ମାଲକାନଗିରି: ସ୍ଥାନୀୟ କଂଗ୍ରେସ ଭବନରେ ଜିଲ୍ଲା କଂଗ୍ରେସ ସଭାପତି ଗୋବିନ୍ଦ ପାତ୍ର ଏକ ସାମ୍ବାଦିକ ସମ୍ମିଳନୀରେ ୫ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନଙ୍କୁ ବର୍ଷିଥିଲେ। ଦିନିକିଆ ଗସ୍ତରେ ମଙ୍ଗଳବାର ଦିନ ୫ଟି ଅଧ୍ୟକ୍ଷ ଶ୍ରୀ ପାଣ୍ଡିଆନ ମାଲକାନଗିରିରେ ପହଞ୍ଚି ଛାତ୍ରବୃତ୍ତି ବାଣ୍ଟିଥିଲେ। ତେବେ ମାଲାକନଗିରିକୁ ଏକ ଫ୍ଲାଇଟରେ ଆସିବା ପରେ ସେଠାରୁ ମାତ୍ର ୪ କିଲୋମିଟର ବାଟ ହେଲିକପ୍ଟର ଯୋଗେ ଯିବା ଘଟଣାକୁ କଂଗ୍ରେସ ବିରୋଧ କରିଛି। କାର୍ଯ୍ୟକ୍ରମରେ ବିଜେଡି ୫ କୋଟି ଟଂକା ଖର୍ଚ୍ଚ କରିଛି। ଏହା କାହାର ଟଂକା ବୋଲି କଂଗ୍ରେସ ପ୍ରଶ୍ନ କରିଛି।

କଂଗ୍ରେସ କହିଛି, ଛାତ୍ରବୃତ୍ତିକୁ ଆମେ ସ୍ବାଗତ କରୁଛୁ। କିନ୍ତୁ ଏହା ସବୁ ବର୍ଷ ପ୍ରଦାନ କରାନଗଲେ ଜଣାପଡ଼ିବ ଯେ ଏହା ଭୋଟ ରାଜନୀତି ଥିଲା। ପୂର୍ବ ନିର୍ବାଚନୀ ବର୍ଷଗୁଡିକରେ ବିଜେଡି ପିଠା ଯୋଜନା, ମୋ ବସ୍‌ ଯୋଜନା ଭଳି କେତେ ଯୋଜନା କରି ଆଜି ସେସବୁ ଯୋଜନା ଖତ ଖାଇଲାଣି। ଏବେ ପୁଣି ବିଭିନ୍ନ ଯୋଜନା କରି ଲୋକଙ୍କ ଭୋଟ ହାତେଇବାକୁ ବିଜେଡି ଚେଷ୍ଟା ଜାରି ରଖିଛି ବୋଲି ସଭାପତି ଶ୍ରୀ ପାତ୍ର ଅଭିଯୋଗ କରିଥିଲେ। ଏଥର ମାଲକାନଗିରିର ଦୁଇଟି ଯାକ ଆସନ କଂଗ୍ରେସ କବଜା କରିବ ବୋଲି ସେ ଦୃଢକ୍ତି ପ୍ରକାଶ କରିଥିଲେ।

ବିଜେଡିର ସୁପ୍ରିମୋ ନବୀନ ପଟ୍ଟନାୟକ ଏଥର ପରାୟଜ ବରଣ କରୁଥିବା ସ୍ପଷ୍ଟ ହୋଇଯାଇଛନ୍ତି। ତେଣୁ ସେ ଭୟଭୀତ ହୋଇ ଏଭଳି ରାଜସ୍ବ ଟଂକାକୁ ଖର୍ଚ୍ଚ କରିଚାଲିଛନ୍ତି। ସଭାସ୍ଥଳରେ କୌଣସି ମନ୍ତ୍ରୀ, ନେତା ଏବଂ ଗଣମାଧ୍ୟମକୁ ଭର୍ତ୍ତି କରାଗଲା ନାହିଁ। ଏହା କଣ ଅଗଣତାନ୍ତ୍ରିକ ନୁହେଁ ବୋଲି ବୋଲି କଂଗ୍ରେସ ପ୍ରଶ୍ନ କରିଛି। ନିଜେ ପାଣ୍ଡିଆନ ଛାତ୍ରବୃତ୍ତି ପ୍ରଦାନ କରି ପୁଣି ହେଲିକେପ୍ଟରରେ ଏୟାରପୋର୍ଟରେ ପହଞ୍ଚି ଫ୍ଲାଇଟରେ ଚାଲିଗଲେ। ଏଥିରେ ଖର୍ଚ୍ଚ ହୋଇଥିବା ଟଂକା କଣ ପାଣ୍ଡିଆନଙ୍କର ବୋଲି କଂଗ୍ରେସ କହିଛି। ଆମରି ଟଂକାରେ ପାଣ୍ଡିଆନ ଏତେ ମଜାମଜଲିସ କରୁଛନ୍ତି। ତାଂକୁ ଏତେ ପ୍ରସୟ ଦେଲା କିଏ ବୋଲି ପ୍ରଶ୍ନ କରିଛି କଂଗ୍ରେସ। ଓଡ଼ିଶାରେ ପାଣ୍ଡିଆନ ରାଜ ଚାଲିବ ନାହିଁ ବୋଲି କଂଗ୍ରେସ ଦାବି କରିଛି।ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ପଦ୍ମ ପାଙ୍ଗି, ଜି.ଶ୍ରୀନିବାସ ରାଓ, ଭୀମା ବାର୍ସେ, ମଙ୍ଗୁ ଖିଲ ପ୍ରମୁଖ ଉପସ୍ଥିତ ଥିଲେ।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button