ରାଜନୀତି

ବିଜେଡ଼ି ଛାଡ଼ି କଂଗ୍ରେସରେ ଯୋଗଦେଲେ ବି.ଏନ୍. ପଟ୍ଟନାୟକ – Kalinga News

[ad_1]

ରାଉରକେଲା: ଖବର ପ୍ରକାଶ ପରେ ବିଜେଡ଼ି ଛାଡ଼ିଲେ ବି.ଏନ୍‌. ପଟ୍ଟନାୟକ। ଗତକାଲି ଭୁବନେଶ୍ବରସ୍ଥ ପ୍ରଦେଶ କଂଗ୍ରେସ କମିଟି (ପିସିସି) କାର୍ଯ୍ୟାଳୟରେ ବିଧିବଦ୍ଧ ଭାବେ କଂଗ୍ରେସରେ ଯୋଗଦେଇଛନ୍ତି। ପିସିସି ସଭାପତି ଶରତ ପଟ୍ଟନାୟକ ତାଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ବାଗତ କରିଥିଲେ। ଉପସ୍ଥିତ ଥିଲେ କଂଗ୍ରେସର ଓଡ଼ିଶା ପ୍ରଭାରୀ ଅଜୟ କୁମାର, ପ୍ରଦେଶ କଂଗ୍ରେସ କମିଟିର ସାଧାରଣ ସମ୍ପାଦକ ପ୍ରବୋଧ ଦାସ, ଏନ୍‌ଏସ୍‌ୟୁଆଇର ସଭାପତି ସୂର୍ଯ୍ୟକାନ୍ତ ବାରିକ୍‌ଙ୍କ ସମେତ ଶିଶୁ ବରାଳ ଓ ଅନ୍ୟମାନେ ଉପସ୍ଥିତ ଥିଲେ।

ପୂର୍ବତନ ଜିଲ୍ଲା କଂଗ୍ରେସ ସଭାପତି ବି.ଏନ୍. ପଟ୍ଟନାୟକ କଂଗ୍ରେସ ଛାଡି ବିଜେଡିରେ ଯୋଗ ଦେଇଥିଲେ। ବିଜେଡିରେ ତାଙ୍କୁ ଯେତିକି ଗୁରୁତ୍ବ ଦିଆଯିବା କଥା, ତା’ ହୋଇ ନଥିଲା। ପରବର୍ତ୍ତୀ ସମୟରେ ସେ ବିଜେଡିର କୌଣସି ଦଳୀୟ କାର୍ଯ୍ୟକ୍ରମରେ ଯୋଗଦେଉ ନଥିଲେ। ବିଜେଡି ଦଳରେ ଥାଇ ସେ କଂଗ୍ରେସ ବିଧାୟକ ଟିକେଟ୍‌ ପାଇଁ ଆବେଦନ କରିଛନ୍ତି। ଭୁବନେଶ୍ବର ଯୁବକଂଗ୍ରେସ ରାଲିରେ ରାଉରକେଲାରୁ କିଛି ଯୁବନେତା ଓ କର୍ମୀ ସାମିଲ ହୋଇଥିଲେ। ସେମାନେ ଧରିଥିବା ବ୍ୟାନ୍‌ରରେ ବି.ଏନ୍. ପଟ୍ଟନାୟକଙ୍କ ଫଟୋ ଥିଲା। ଯାହାକୁ ନେଇ ରାଜନୈତିକ ଦଳରେ ଚର୍ଚ୍ଚାର ବିଷୟ ପାଲଟିଥିଲା।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button