ରାଜ୍ୟ

ମାଳିକା ଭବିଷ୍ୟବାଣୀ, ଶେଷରେ ଜଗନ୍ନାଥ ଛାଡିବେ ବଡଦେଉଳ, ଏହି ସ୍ଥାନ ହେବ ମହାଶ୍ରୀକ୍ଷେତ୍ର

ମାଳିକାରେ ଲେଖା ହୋଇଥିବା ସବୁ କଥା ଦିନକୁ ଦିନ ସତ ହବାକୁ ଲାଗିଛି, ମଣିଷ ନିଜ ଜୀବନରେ ବହୁତ କିଛି ଏମିତି କରୁଛି ଯାହା ମାଳିକାରେ ଲେଖା ହୋଇଛି, ତେବେ କଳିଯୁଗରେ ମଣିଷ ଲୋଭି ହବା ସହ ସବୁ ପ୍ରକାର ଅଧର୍ମ କରିବା ଆରମ୍ଭ କରିବ, ତେବେ ଶାସ୍ତ୍ରରେ ମଧ୍ୟ ଲେଖା ହୋଇଛି, କଳିଯୁଗ ସମାପ୍ତ ହବା ବେଳେ ମଣିଷ ଜୀବନ କେବଳ ୧୦ରୁ ୧୨ ବର୍ଷ ହବ । ମଣିଷ ଜୀବନରେ ସବୁ ଖରାପ କାମ କରିବ, କଳିଯୁଗ ଅନ୍ତ ସମୟରେ କାହା ପାଖରେ କିଛି ଧର୍ମ ହୋଇବ ନାହିଁ ।

ଶ୍ରୀକ୍ଷେତ୍ର ଏମିତି ଜାଗା ଯେଉଁଠାରେ ଭଗବାନ ବାସ କରନ୍ତି ବୋଲି ଶାସ୍ତ୍ରରେ କୁହା ଯାଇଛି । ତେବେ ଅଧର୍ମ ବଢିଲେ ଭଗବାନ ଶ୍ରୀକ୍ଷେତ୍ର ଛାଡି ଅମରାବତି ପଳେଇବେ ବା ଯାହାକୁ ଆମେ ଛତିଆ କହିଥାଉ ସେଠିକି ପଳେଇବେ ବୋଲି କୁହା ଯାଇଛି, ଆସନ୍ତୁ ଜାଣିବା ଆଉ କଣ କୁହା ଯାଇଛି ।

ଛତିଆରେ ମହାକଇବଲ୍ୟହାଟ ବସିବ ଆପଣ ମାନେ ଜାଣିଥିବେ ଯେ ମହା ପ୍ରଭୁ ଶ୍ରୀ ଜଗର୍ନାଥ ଦେବ ରାଜ ଇନ୍ଦ୍ରଙ୍କୁ ବଚନ ଦେଇଥିଲେ ଯେ ସେ କେବେ ପୁରୀ ଧାମ ତ୍ୟାଗ କରିବେ ନାହିଁ କିନ୍ତୁ ମହା ପ୍ରଭୁଙ୍କ ଲୀଳା କେବଳ ସିଏ ହିଁ ଜାଣନ୍ତି, ତେବେ ମହା ପ୍ରଭୁ ଭୀଷ୍ମଙ୍କୁ ମଧ୍ୟ ବଚନ ଦେଇଥିଲେ ଯେ ସେ ଶସ୍ତ୍ର ଧାରଣ କରିବେ ନାହିଁ କିନ୍ତୁ ଆବଶ୍ୟକ ପଡିଲେ ଭଗବାନ ଚକ୍ର ଧାରଣ କରିଥିଲେ କିନ୍ତୁ ଭୀଷ୍ମଙ୍କ ଅନୁରୋଧରୁ ସେ ଶସ୍ତ୍ର ଛାଡିଥିଲେ ।

ତେବେ ଏହା ଧର୍ମ ଉପରେ ନିର୍ଭର କରିଥାଏ ଯଦି ଅଧର୍ମ ନିଜ ସୀମା ପାର କରିଥାଏ ତେବେ ଭଗବାନ ମଧ୍ୟ ନିଜ ବଚନକୁ ଭୁଲି ଯାଇଥାନ୍ତି । ସେଥିପାଇଁ କୁହାଯାଇଛି ଯେବେ ବି ପୃଥିବୀରେ ଧର୍ମ କମିବାକୁ ଲାଗିବ ଓ ଅଧର୍ମ ଶାସନ କରିବ ସେତେବେଳେ ଧର୍ମକୁ ମୁକୁଳେଇବା ପାଇଁ ସ୍ଵୟଂ ଭଗବାନ ପୃଥିବୀକୁ ଆସିବେ ।

ତେବେ ଗୁପ୍ତ ଖଣ୍ଡଗିରିରେ ମହା ଳୀଳା ହବ ବୋଲି କୁହା ଯାଇଛି, ତେବେ ଏହା ଆପଣ ମାନେ ମଧ୍ୟ ଜାଣିଛନ୍ତି ଯେ ତାଙ୍କ ଇଛା ବିନା କିଛି ହୋଇ ନଥାଏ ସବୁ ତାଙ୍କ ଇଛା ଧର୍ମ ଜିତିବ ତାଙ୍କ ଇଛା ଅଧର୍ମ ବଢିବ ତାହା ମଧ୍ୟ ତାଙ୍କ ଇଛା ଅଟେ, ତେବେ ମଣିଷ କେବଳ ତାଙ୍କ ହାଟ କଣ୍ଢେଇ ଅଟେ ।

ଜୀବନରେ ସୁଖ ପାଇବାକୁ ହେଲେ ଅନେକ ରାସ୍ତା ଅଛି କିନ୍ତୁ ଧର୍ମ ବାଟରେ ରହିଲେ ଆପଣଙ୍କୁ କଣ୍ଟା ଓ ଦୁଃଖ ପ୍ରାପ୍ତ ହୋଇଥାଏ କିନ୍ତୁ ଅନ୍ତିମରେ ଆପଣଙ୍କୁ ଯେଉଁ ସୁଖ ପ୍ରାପ୍ତ ହୋଇଥାଏ ତାହାର ଉଲେଖ କରି ହବ ନାହିଁ । ନୀଳାଚଳରେ କେତେ ଦୁଃଖୀ ନିଜ ଦୁଃଖ ସେହି କାଳିଆକୁ କହିବାକୁ ଯାଇଥାନ୍ତି ଇଛା କରିଥାନ୍ତି କେବଳ ଗୋଟେ ତାଙ୍କ ପଦମ ପାଦରେ ଟିକେ ଜାଗା ମିଳିବ କିନ୍ତୁ ତାଙ୍କ ଜୀବନ କର୍ମ ଅନୁଯାଇ ତାଙ୍କୁ ସେହି ପାଦରେ ଜାଗା ପ୍ରାପ୍ତ ହୋଇଥାଏ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button