ରାଜନୀତି

ମୟୂରଭଞ୍ଜରେ କଂଗ୍ରେସ ଶିବିର ନିରବ: ଜେଏମ୍‌ଏମ୍‌ ସହ ମେଣ୍ଟ ନା ଏକାକୀ ଲଢ଼ିବ ଦଳ? – Kalinga News

[ad_1]

ବାରିପଦା: ମୟୂରଭଞ୍ଜ ଜିଲ୍ଲାରେ ବିଜୟ ବାନା ଉଡ଼ାଇବା ଲାଗି ବିଜେଡି ଓ ବିଜେପି ବଳ ଲଗାଇଛନ୍ତି। ମାତ୍ର ଶହେ ବର୍ଷର ପୁରୁଣା କଂଗ୍ରେସ ଭଳି ଜାତୀୟ ଦଳରୁ ସେମିତି କିଛି ଉତ୍ସାହ କି ଜୋଶ ଦେଖିବାକୁ ମିଳୁନି। ୨୦୨୪ ଲଢ଼େଇ ପାଇଁ କଂଗ୍ରେସ ଏବେ ବି ଅପ୍ରସ୍ତୁତ ବୋଲି ରାଜନୈତିକ ମହଲରେ ଆଲୋଚନା ହେ‌ଉଛି। ୨୦୦୦ ମସିହା ପରଠୁ ମୟୂରଭଞ୍ଜରେ କଂଗ୍ରେସ ଆଉ ଆଗକୁ ଉଠିପାରିନାହିଁ। ଦଳର ବରିଷ୍ଠ ନେତା ସ୍ବର୍ଗତ ଲୁଲୁ ମହାପାତ୍ରଙ୍କ ସହଯୋଗରେ କେବଳ ୨୦୦୯ ନିର୍ବାଚନରେ ରାଇରଙ୍ଗପୁର ନିର୍ବାଚନମଣ୍ଡଳୀରୁ ଶ୍ୟାମଚରଣ ହାଁସଦା ବିଜୟୀ ହୋଇଥିଲେ। ତା’ ପରଠାରୁ ପଞ୍ଚାୟତ, ପୌର ନିର୍ବାଚନ କି ସାଧାରଣ ନିର୍ବାଚନ; କୌଣସିଟିରେ କଂଗ୍ରେସ ଖାତା ଖୋଲିବାକୁ ସକ୍ଷମ ହୋଇ ପାରିନାହିଁ। ଗୋଟିଏ ସମୟରେ ସରସ୍ବତୀ ହେମ୍ବ୍ରମ୍‌, ସୁଶୀଳା ତିରିଆ, କାହ୍ନୁ ସୋରେନ୍‌, ଲକ୍ଷ୍ମଣ ମାଝୀଙ୍କ ଭଳି ଜଣାଶୁଣା ଆଗଧାଡ଼ିର ନେତା ଦଳର ନେତୃତ୍ବ ନେଉଥିଲେ। ଦଳ ବି ବାରମ୍ବାର କ୍ଷମତାକୁ ଆସିଥିଲା। ତେବେ ୨୦୦୦ରେ ବିଜେପି-ବିଜେଡି ମେଣ୍ଟ ଗଠନ ପରେ ମୟୂରଭଞ୍ଜରେ କଂଗ୍ରେସ ଦୁର୍ଗ ଭୁଶୁଡ଼ିବାକୁ ଆରମ୍ଭ କରିଥିଲା। ପରେ କଂଗ୍ରେସର ବହୁ ନେତା ବିଜେଡି ଓ ବିଜେପିରେ ମିଶିଗଲେ। ଯେଉଁମାନେ ରହିଗଲେ, ସେମାନେ ସଂଗଠନକୁ ଆଗକୁ ନେବାରେ ସେତେଟା ସକ୍ଷମ ହୋଇ ପାରିଲେନି। ଦୃଢ଼ ନେତୃତ୍ବ ଅଭାବରୁ କଂଗ୍ରେସର ଗଡ଼ କୁହାଯାଉଥିବା ମୟୂରଭଞ୍ଜରେ ଏବେ ହାତଗଣତି କିଛି ନେତା ଓ କର୍ମୀଙ୍କ ଦେଖାମିଳୁଛି।

୨୦୧୪ ଓ ୨୦୧୯ ସାଧାରଣ ନିର୍ବାଚନରେ ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚା (ଜେଏମ୍‌ଏମ୍‌) ସହ କଂଗ୍ରେସର ମେଣ୍ଟ ହୋଇଥିଲା। ହେଲେ ଜେଏମ୍‌ଏମ୍‌ କି କଂଗ୍ରେସ; କେହି ଏହାର ଫାଇଦା ଉଠାଇ ପାରି ନଥିଲେ, ବରଂ ଏକ ନମ୍ବର ଦଳ କଂଗ୍ରେସ ଏବେ ମୟୂରଭଞ୍ଜରେ ଚତୁର୍ଥ ସ୍ଥାନକୁ ଖସି ଆସିଛି। ଦଳୀୟ ସଂଗଠନକୁ ସୁଦୃଢ କରିବା ସହ ଆଗାମୀ ସାଧାରଣ ନିର୍ବାଚନ ପାଇଁ ପିସିସି ଏହା ମଧ୍ୟରେ ଜିଲ୍ଲା ସଭାପତି ଓ ଅନ୍ୟ କର୍ମକର୍ତ୍ତାଙ୍କୁ ବଦଳାଇଛି। ନିରୋଜ କୁମାର ଦାଶ ବର୍ତ୍ତମାନ ନୂଆ ଜିଲ୍ଲା ସଭାପତି ଭାବେ ନିଯୁକ୍ତ ହୋଇଛନ୍ତି। ଜେଏମ୍‌ଏମ୍‌ ସହ ମେଣ୍ଟ ହେବ କି ନାହିଁ, ତାହା ଏଆଇସିସି ନିଷ୍ପତ୍ତି ନେବ। କିନ୍ତୁ ୨୦୨୪ ନିର୍ବାଚନ ପାଇଁ ଦଳ ସମ୍ପୂର୍ଣ୍ଣ ପ୍ରସ୍ତୁତ ବୋଲି କହିଛନ୍ତି ନବନିଯୁକ୍ତ ଜିଲ୍ଲା ସଭାପତି ଶ୍ରୀ ଦାଶ।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button