ମନୋରଞ୍ଜନ

ଗୁଜବ ଖବରକୁ ନେଇ ସିନେମା ସେଟରେ ରେଖାଙ୍କୁ ଶକ୍ତ ଚାପୁଡ଼ା ମାରିଥିଲେ ଅମିତାଭ – Kalinga News

[ad_1]

ନୂଆଦିଲ୍ଲୀ: ବଲିଉଡରେ ୮୦ ଦଶକର ଏକ ପ୍ରେମ କାହାଣୀ ଯାହା ଆଜି ବି ଚର୍ଚ୍ଚାରେ ରହିଛି। ଏହି ପ୍ରେମକାହାଣୀଟି ସୁପରଷ୍ଟାର ଅମିତାଭ ବଚ୍ଚନ ଏବଂ ରେଖାଙ୍କୁ ନେଇ ରହିଛି।

ଚର୍ଚ୍ଚାରେ ଥିବା ଏହି ପ୍ରେମ କାହାଣୀ ଅଧାରେ ରହି ଯାଇଥିଲା। କାରଣ ଅମିତାଭ ଜୟାଙ୍କୁ ବିବାହ କରି ତାଙ୍କ ଜୀବନରେ ଆଗକୁ ବଢ଼ିଥିଲେ।  ଅମିତାଭ ଏବେ ସ୍ତ୍ରୀ ପୁଅ, ‌ବୋହୂ, ଝିଅ ଏବଂ ନାତି ଓ ନାତୁଣୀରେ ପରିପୂର୍ଣ୍ଣ ପରିବାରରେ ରହୁଛନ୍ତି।

ଏହି କ୍ରମରେ ଦେଖିବାକୁ ଗଲେ ୬୮ ବର୍ଷ ବୟସରେ ପ୍ରଦାର୍ପଣ କରିଥିବା ରେଖା ଏକା ରହୁଛନ୍ତି। ଅମିତାଭଙ୍କ ଠାରୁ ଅଲଗା ହେବାପରେ ଏଯାବତ ସେ ଜୀବନସାଥୀ ବାଛି ନାହାନ୍ତି କି ଆଗକୁ ବାଛିବାର ଆଉ ଯୋଜନା ନାହିଁ।

କୁହାଯାଉଛି କି  ଅମିତାଭ ଏବଂ ରେଖା ଅଲଗା ହେବା ପୂର୍ବରୁ ଉଭୟଙ୍କ ମଧ୍ୟରେ ପ୍ରବଳ ଝଗଡ଼ା ହୋଇଥିଲା। ଏମିତି କି ଅମିତାଭ ରେଖାଙ୍କୁ ଶକ୍ତ ଚାପୁଡ଼ା ବି ମାରିଥିଲେ।

ଚାପୁଡ଼ା ମାରିବ‌ାର କାରଣ ହେଉଛି ’ଲାବାରିସ୍ ’ ଫିଲ୍ମ ସେଟରେ ରେଖା ଓ ଅମିତାଭ ଏକାଠି କାମ କରୁଥିଲେ। ଏହି ସିନେମାରେ ଜଣେ ଇରାନୀ ନୃତ୍ୟଶିଳ୍ପୀ ମଧ୍ୟ କାମ କରୁଥିଲେ। ସେ ସମୟରେ ଅମିତାଭ ଓ ଇରାନ ନୃତ୍ୟଶିଳ୍ପୀଙ୍କ ମଧ୍ୟରେ ପ୍ରେମସମ୍ପର୍କ ଥିବା ନେଇ ଗୁଜବ ପ୍ରଚାର ହୋଇଥିଲା। ଏହି ଖବର ରେଖାଙ୍କ ପାଖରେ ପହଞ୍ଚିବା ପରେ ସେ ନିଜକୁ ନିୟନ୍ତ୍ରଣ କରି ପାରି ନଥିଲେ। ଅଭିନେତା ତାଙ୍କୁ ପ୍ରତାରଣା କରୁଛନ୍ତି ଭାବି କ୍ରୋଧରେ ଅମିତାଭଙ୍କୁ ଯାହା ଇଚ୍ଛା ତାହା କହି ଯାଇଥିଲେ।

ଏହାପରେ ଅମିତାଭ ଓ ରେଖାଙ୍କ ମଧ୍ୟରେ ଯୁକ୍ତିତର୍କ ଲାଗିଥିଲା । ଏଥିରେ ଅମିତାଭ ରାଗି ଯାଇ ରେଖାଙ୍କୁ ଶକ୍ତ ଚାପୁଡ଼ା ମାରିଥିଲେ। ଏଥିରେ ରେଖା ଦୁଃଖୀ ‌‌ହୋଇ  ଅମିତାଭଙ୍କ ସହିତ ଆଉ କାମ କରିବେ ନାହିଁ ବୋଲି ମନା କରି ଦେଇଥିଲେ।

 



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button