ମନୋରଞ୍ଜନ

ଛୋଟ ପରଦାକୁ ଆସିଲେ ବବ୍‌ଲି – Kalinga News

[ad_1]

ପ୍ରଥମେ ଆଲବମ୍ ଓ ପରେ ସିନେମାରେ ନାୟିକା ସାଜି ଓଲିଉଡ୍‌ରେ ବେଶ୍ ନାଁ କରିଥିଲେ ଅଭୀପ୍‌ସା ପଣ୍ଡା ଓରଫ ବବ୍‌ଲି। ସଂପ୍ରତି ତାଙ୍କୁ ଜୀ-ସାର୍ଥକରେ ପ୍ରସାରିତ ମେଗା ଧାରାବାହିକ ‘ଶ୍ରୀ’ରେ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକାରେ ଦେଖିବାକୁ ପାଉଛନ୍ତି ଦର୍ଶକ। ଏଥିରେ ସେ ନୀହାରିକା ଚରିତ୍ରରେ ଅଭିନୟ କରିଛନ୍ତି। ଆଗରୁ କୌଣସି ଟେଲିଧାରାବାହିକରେ ଅଭିନୟ କରି ନ ଥିବା ବବ୍‌ଲି କାହିଁକି ଛୋଟ ପରଦାକୁ ଆସିଲେ? ଏଭଳି ନିଷ୍ପତ୍ତି ପ୍ରସଙ୍ଗରେ ସେ କହନ୍ତି, ‘‘ଆଗରୁ କେତେଟା ଅଫର୍ ଆସିଥିଲା। ହେଲେ ପଢ଼ାପଢ଼ି ଲାଗି ମନା କରିଥିଲି। କିନ୍ତୁ ‘ଶ୍ରୀ’ର ଅଫର୍‌ ଗ୍ରହଣ କଲି। କାରଣ, ନୀହାରିକା ଚରିତ୍ର ମୋତେ ଖୁବ୍ ଭଲ ଲାଗିଲା।’’

ବାସୁଦେବ ବରାଡ଼ ଓ ବାବୁ ‘ଶ୍ରୀ’ର ନିର୍ଦ୍ଦେଶନା ଦେଉଥିବା ବେଳେ ହରିହର ଦାଶ, ଦେବିକା ଅରୁନ୍ଧତୀ ସାମଲ, ସଂଜୀବ, ପ୍ରଦ୍ୟୁମ୍ନ ଲେଙ୍କା, ଜୀବନ ପଣ୍ଡା, ଅଶୋକ ଓଝା ଓ ସୋମା ଭୌମିକ ପ୍ରମୁଖ ଜଣାଶୁଣା କଳାକାର ମୁଖ୍ୟ ଭୂମିକାରେ ଅଭିନୟ କରୁଛନ୍ତି। ସୂଚନାଯୋଗ୍ୟ, ବବ୍‌ଲି ଆଲବମରୁ କ୍ୟାରିଅର୍ ଆରମ୍ଭ କରିଥିଲେ। ତା’ପରେ ସେ ରବୀନ୍ଦ୍ର ପ୍ରଧାନଙ୍କ ନିର୍ଦ୍ଦେଶିତ ‘ଆଖି ପଲକରେ ତୁ ’ ଜରିଆରେ ଓଲିଉଡ୍‌ରେ ପ୍ରବେଶ କରିଥିଲେ। ଏଥିରେ ତାଙ୍କର ନାୟକ ବନିଥିଲେ ସବ୍ୟସାଚୀ। ଏହାପରେ ବବ୍‌ଲିଙ୍କୁ ଜୟପ୍ରକାଶ ମହାନ୍ତିଙ୍କ ନିର୍ଦ୍ଦେଶିତ ‘ବ୍ୟାଡ୍ ଗାର୍ଲ’, ଏନ୍‌ ପାଢ଼ୀଙ୍କ ନିର୍ଦ୍ଦେଶିତ ‘ଅ ଆ ହର୍ଷେଇ’, ରିତେଶ ନାୟକଙ୍କ ନିର୍ଦ୍ଦେଶିତ ‘ଗଳ୍ପ ନୁହେଁ ଅଳ୍ପ ଦିନର’ ଓ ଲୋକନାଥ ବାରିକଙ୍କ ନିର୍ଦ୍ଦେଶିତ ‘ଟିକେ ଅନାଡ଼ି ପୂରା ଖିଲାଡ଼ି’ ଆଦି ସିନେମାରେ ଦେଖିବାକୁ ପାଇଥିଲେ ଦର୍ଶକ।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button