ଖେଳ ଖବର

ସିଲି ପଏଣ୍ଟ୍‌: କୋହଲିଙ୍କ ହେୟାର୍ ଷ୍ଟାଇଲ୍ ଭାଇରାଲ୍‌ – Kalinga News

[ad_1]

ପ୍ରଥମ ପ୍ରେମକୁ ଫେରିଲେ ସିଦ୍ଧୁ

ଚଳିତବର୍ଷ ଜାନୁଆରି ମାସ ପରେ ପ୍ରଥମ ଥର କ୍ରିକେଟ୍‌‌ ଖେଳିବାବୁ ଯାଉଥିବା ବିରାଟ କୋହଲି ଶୁକ୍ରବାରରୁ ଆରମ୍ଭ ହେଉଥିବା ଆଇପିଏଲ୍‌ରେ ଦୃଶ୍ୟମାନ ହେବେ। ଆଇପିଏଲ୍‌ରa ଏହି ସପ୍ତଦଶ ସଂସ୍କରଣ ପୂର୍ବରୁ କୋହଲିଙ୍କ ନୂଆ କେଶବିନ୍ୟାସ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହୋଇଯାଇଛି। ଖ୍ୟାତନାମା ହେୟାର ଷ୍ଟାଇଲିଷ୍ଟ୍‌ ଆଲିମ୍ ହକିମ୍‌ ହିଁ କୋହଲିଙ୍କୁ ନୂଆ ରୂପ ଦେଇଛନ୍ତି। ଏହି ଫଟୋ ଇଣ୍ଟରନେଟ୍‌ରେ ଖେଳିବା ମାତ୍ରେ ପ୍ରଶଂସକଙ୍କୁ ପସନ୍ଦ ଲାଗିଛି। ବିରାଟ କହିଛନ୍ତି ‘କ୍ରିକେଟ୍ ଖେଳିବାକୁ ‌ଫେରିବା ସବୁବେ‌ଳେ ମୋତେ ଉଲ୍ଲସିତ କରିଥାଏ। ମୁଁ ଏଥି ପାଇଁ ଭାରି ଖୁସି ଅଛି ଏବଂ ପ୍ରଶଂସକଙ୍କୁ ଖୁସି ମିଳିବ ବୋଲି ଆଶା କରୁଛି’। ସୂଚନାଯୋଗ୍ୟ, ଅଭି‌ନେତ୍ରୀ ପତ୍ନୀ ଅନୁଷ୍କା ତାଙ୍କ ଦ୍ବିତୀୟ ସନ୍ତାନ ତଥା ପୁତ୍ର ଅକାୟଙ୍କୁ ଜନ୍ମଦେବା ପୂର୍ବରୁ କୋହଲି ସାମୟିକ ଭାବେ କ୍ରିକେଟ୍‌ଠାରୁ ଦୂରେଇ ରହିଥିଲେ। ଏହି କାରଣରୁ ଇଂଲଣ୍ଡ ବିପକ୍ଷ ୫ ମ୍ୟାଚ୍ ଟେଷ୍ଟ୍ ଶୃଙ୍ଖଳାରେ ଖେଳିପାରି ନଥିଲେ।

ପ୍ରଥମ ପ୍ରେମକୁ ଫେରିଲେ ସିଦ୍ଧୁ

ଭାରତୀୟ କ୍ରିକେଟ୍‌ର ଚର୍ଚ୍ଚିତ ଚେହେରା ନବଜୋତ ସିଂହ ସିଦ୍ଧୁ ପୁଣି ତାଙ୍କ ପ୍ରଥମ ପ୍ରେମକୁ ଫେରିପାଇବାକୁ ଯାଉଛନ୍ତି। ଦୁଇ ଦିନ ପରେ ଆରମ୍ଭ ହେବାକୁ ଯାଉଥିବା ଆଇପିଏଲ୍‌ରେ ସିଦ୍ଧୁଙ୍କୁ ଭାଷ୍ୟକାର ଭୂମିକାରେ ଦେଖିବାକୁ ମିଳିବ। ଫଳରେ ମଜାଳିଆ ଢଙ୍ଗରେ କ୍ରିକେଟ୍‌କୁ ଉପସ୍ଥାପନ କରୁଥିବା ସିଦ୍ଧୁଙ୍କ ପ୍ରଶଂସକମାନେ ଉତ୍ସାହିତ ହୋଇପଡ଼ିଛନ୍ତି। ଏଥି ସହିତ ଭାରତୀୟ କ୍ରିକେଟ୍‌କୁ ମଧ୍ୟ ସିଦ୍ଧୁତ୍ବ ଫେରିବ ବୋଲି କୁହାଯାଉଛି। ଦୁଇ ବର୍ଷ ତ‌ଳୁ ରାଜ‌ନୈତିକ ଜୀବନ ଶେଷ କରିଥିବା ସିଦ୍ଧୁ କହିଛନ୍ତି ‘କ୍ରିକେଟ୍ ମୋ ଜୀବନର ପ୍ରଥମ ପ୍ରେମ। ତୁମ ପସନ୍ଦ ଯେତେ‌ବେଳେ ପେସାରେ ପରିଣତ ହୋଇଯାଏ ସେତେବେଳେ ଏହାଠାରୁ ଉନ୍ନତ କିଛି ନଥାଏ। ପାଣିରେ ମାଛ ଭଳି ମୁଁ ଭାଷ୍ୟକାରିତାକୁ ଦେଖିଛି। ସୁଇଚ୍ ଅନ୍ ଓ ସୁଇଚ୍ ଅଫ୍ ହେଉଛି ମୋ ଜୀବନର ରହସ୍ୟ। ରାଜନୀତିର ସୁଇଚ୍ ଅଫ୍ କରିବା ମୋ ପାଇଁ କଷ୍ଟକର, କିନ୍ତୁ ବୟସର ଚମତ୍କାରିତା ଘଟିଛି। ଜୀବନରେ ମୁଁ ପ୍ରାୟ ୨୦ ଥର ପ୍ରତ୍ୟାବର୍ତ୍ତନ କରିଛି, କିନ୍ତୁ ଭାଷ୍ୟକାରିତାକୁ ଏହା ପ୍ରଥମ’ ବୋଲି ସିଦ୍ଧୁ ପ୍ରକାଶ କରିଛନ୍ତି। ସୂଚନାଯୋଗ୍ୟ, ରାଜନୀତିରେ ରହିବା ସତ୍ତ୍ବେ ସିଦ୍ଧୁ ୧୯୯୯ରୁ ୨୦୧୪-୧୫ ପର୍ଯ୍ୟନ୍ତ ଭାଷ୍ୟକାରିତା କରି ଆସୁଥିଲେ। କଂଗ୍ରେସ ଓ ବିଜେପିରେ ଅନେକ ଦିନ ରହିବା ଭିତରେ ସେ ଲୋକସଭା, ରାଜ୍ୟସଭାକୁ ନିର୍ବାଚିତ ହେବା ସହ ପଞ୍ଜାବ ମନ୍ତ୍ରୀ, ପଞ୍ଜାବ ପିସିସି ମୁଖ୍ୟ ଆଦି ପ୍ରମୁଖ ଦାୟିତ୍ବ ତୁଲାଇଛନ୍ତି। ଭାରତ ପାଇଁ ସେ ୫୧ ଟେଷ୍ଟ୍‌ ଏବଂ ୧୩୬ ଦିନିକିଆ ଖେଳିଛନ୍ତି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button