ସ୍ୱାସ୍ଥ୍ୟ

ସାବଧାନ! ଆପଣ ବି ଛିଡ଼ା ହୋଇ ପାଣି ପିଅନ୍ତି କି? ଏହା ଶରୀର ଉପରେ ପକେଇଥାଏ ଏହି ୭ କୁପ୍ରଭାବ, ନିଶ୍ଚିତ ଜାଣି ରଖନ୍ତୁ

ଆମ ଶରୀରକୁ ସୁସ୍ଥ ଏବଂ ସୁନ୍ଦର ରଖିବା ପାଇଁ ପ୍ରତିଦିନ ଆବଶ୍ୟକ ପରିମାଣର ପାଣି ପିଇବା ନିତ୍ୟାନ୍ତ ଆବଶ୍ୟକ ହୋଇଥାଏ । କିନ୍ତୁ, ଆପଣ ଏହା ଜାଣି ଆଶ୍ଚର୍ଯ୍ୟ ହେବେ ଯେ ପାଣି କୁ ଭୁଲ ଉପାୟରେ ପିଇଲେ ଏହା ଆମ ଶରୀରର ଫାଇଦା କରିବା ପରିବର୍ତ୍ତେ ଓଲଟା କ୍ଷତି ପହଞ୍ଚାଇଥାଏ ।ଆମ ଭିତରୁ ଏନେକ ଲୋକଙ୍କର ଠିଆ ହୋଇ ପାଣି ପିଇବାର ଅଭ୍ୟାସ ରହିଥାଏ । କିନ୍ତୁ ଠିଆ ହୋଇ ପାଣି ପିଇବା ଦ୍ୱାରା ଆମ ଶରୀର ଉପରେ ଅନେକ କୁପ୍ରଭାବ ପଡିଥାଏ ଯଥା:-

୧ – ଠିଆ ହୋଇ ପାଣି ପିଇବା ଦ୍ୱାରା ଫୁଡ଼ ଏବଂ ୱିଣ୍ଡ ପାଇପ ଭିତରେ ଅମ୍ଳଜାନ ଯୋଗାଣ ବନ୍ଦ ହୋଇଯାଇଥାଏ । ଫଳରେ ଏହାର ସିଧା ପ୍ରଭାବ ଫୁସଫୁସ ଏବଂ ହୃତପିଣ୍ଡ ଉପରେ ପଡିଥାଏ ।

୨ – ପାଣିକୁ ଠିଆ ହୋଇ ପିଇବା ଦ୍ୱାରା ଏହା ତଳ ପେଟ ଉପରେ ଚାପ ସୃଷ୍ଟି କରିଥାଏ । ଯାହା ଫଳରେ ଏହାର ପାଖାପାଖି ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ଗୁଡ଼ିକ ଉପରେ ମଧ୍ୟ ଚାପ ସୃଷ୍ଟି ହୋଇଥାଏ । ଫଳରେ ଏଥିପାଇଁ ଅନେକ ଲୋକେ ହାର୍ନିଆର ଶିକାର ହୋଇଥାନ୍ତି ।

୩ – ଠିଆ ହୋଇ ପାଣି ପିଇବା ଦ୍ୱାରା ପାଣିର ସ୍ରୋତ ଖୁବଶୀଘ୍ର ଶରୀରର ଆଣ୍ଠୁ ଗଣ୍ଠି ରେ ଜମା ହୋଇହାଇଥାଏ । ଏପରି ହେବାଦ୍ୱାରା ଗଣ୍ଠି ଗୁଡିକ ଉପରେ ଏହାର କୁପ୍ରଭାବ ପଡ଼ିଥାଏ । ଫଳରେ ଆଗକୁ ଏହା ଆଣ୍ଠୁ ଗଣ୍ଠି ବାତ ସୃଷ୍ଟି କରିଥାଏ ।

୪ – ଠିଆ ହୋଇ ପାଣି ପିଇବା ଦ୍ୱାରା ଏହା ମଣିଷ ଶରୀରର ପାଚନ ଶକ୍ତି ଉପରେ ପ୍ରଭାବ ପକାଇଥାଏ । ଏଥିସହିତ ଏପରି ଭାବରେ ପାଣି ପିଇଲେ ଦେହରେ ଏସିଡ଼ର ମାତ୍ରା ମଧ୍ୟ କମିନଥାଏ ।

୫ – ବସିକରି ଧୀରେ ଧୀରେ ହିଁ ପାଣି ପିଇବା ଆବଶ୍ୟକ ହୋଇଥାଏ ଏପରି ନ କରି ଠିଆ ହୋଇ ପାଣି ପିଇଲେ ଏହା ମଣିଷର କିଡ୍ନୀନି ଉପରେ ଖରାପ ପ୍ରଭାବ ପକାଇଥାଏ ।

୬ – ଠିଆ ହୋଇ ପାଣି ପିଇଲେ ହୁଏତ ଆମର ପେଟ ପୂର୍ଣ୍ଣ ହୋଇଯାଏ କିନ୍ତୁ ଏପରି ଭାବରେ ପାଣି ପିଇଲେ ମଣିଷର ଶୋଷ ମେଣ୍ଟିନଥାଏ ।

Related Articles

Leave a Reply

Your email address will not be published. Required fields are marked *

Back to top button