୨୦ମିନିଟରେ ୨କୋଟି ଟଙ୍କାର ଅଳଙ୍କାର ଲୁଟି ଫେରାର ହୋଇଗଲେ ଲୁଟେରା – Kalinga News

[ad_1]
ନୂଆଦିଲ୍ଲୀ: ବୁଧବାର ସନ୍ଧ୍ୟାରେ ସମସ୍ତିପୁରରେ ରିଲାଏନ୍ସ ଅଳଙ୍କାର ଦୋକାନରୁ ଲୁଟେରା ମାତ୍ର ୨୦ମିନିଟ ମଧ୍ୟରେ ଲୁଟ କରି ଘଟଣାସ୍ଥଳରୁ ଚମ୍ପଟ ମାରିଥିବା ଜଣାପଡ଼ିଛି।

Sambad is now on WhatsApp
Join and get latest news updates delivered to you via WhatsApp
ପୁଲିସର ପଚରାଉଚରା ସମୟରେ ଗ୍ରାହକ ସୁଧାକର ରାୟ କହିଛନ୍ତି ଯେ ସନ୍ଧ୍ୟା ପ୍ରାୟ ୮ଟାରେ ସେ ଅଳଙ୍କାର କିଣିବାକୁ ଆସିଥିଲେ। ଏହି ସମୟରେ ଦୁଇଜଣ ଯୁବକ ହାତରେ ବନ୍ଧୁକ ଧରି ପ୍ରଥମେ ପ୍ରବେଶ କରିଥିବା ବେଳେ ଅନ୍ୟ ୫ଜଣ ପଛରେ ଦୋକାନ ଭିତରେ ପଶିଥିଲେ।
ଏହାପରେ ଲୁଟେରାମାନେ କର୍ମଚାରୀମାନଙ୍କୁ ବନ୍ଧୁକ ମୁନରେ ନେଇ କୋଠରିରେ ତାଲା ପକାଇ ସେମାନଙ୍କ ଠାରୁ ଫୋନ ଛଡ଼ାଇ ନେଇ ଫିଙ୍ଗି ଦେଇଥିଲେ। ଏହାପରେ ଲୁଟେରା ମାତ୍ର ୨୦ମିନିଟ ମଧ୍ୟରେ ଲୁଟ କରି ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ।
ଏହି ସମୟରେ ସୋ’ରୁମ ଭିତରେ ଜଣେ ଲୁଟେରା ବନ୍ଧୁକ ଛାଡି ଦେଇଥିଲା। ରିଲାଏନ୍ସର ଏହି ସୋ’ରୁମ୍ର ମୁଖ୍ୟ ଫାଟକର ଉଭୟ ପାର୍ଶ୍ୱରେ ଥିବା ସିସିଟିଭି କ୍ୟାମେରା ତ୍ରୁଟିପୂର୍ଣ୍ଣ ରହିଛି। ଏହା ଅନେକ ମାସ ଧରି କାମ କରୁନାହିଁ। ତେଣୁ ଲୁଟର କୌଣସି ଫୁଟେଜ ଏଥିରେ କଏଦ ହୋଇ ପାରିନାହିଁ। ତେବେ ଲୁଟେରା ଏହି ଲୁଟ ପରେ ସାମ୍ନା ଦ୍ବାରର ସଟର ପକାଇ ଦେଇଥିଲେ। ଯେଉଁ କାରଣରୁ ସେମାନେ କେଉଁ ଦିଗରେ ଗଲେ ତାହା ଜଣାପଡ଼ିନାହିଁ।
ପୁଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିବା ସହିତ ଦୁଇଜଣଙ୍କୁ ସନ୍ଦେହ କରି କାବୁ କରି ପଚରାଉଚରା ଜାରି ରଖିଛି।
[ad_2]