ସ୍ୱାସ୍ଥ୍ୟ

ଆଣ୍ଠୁ ଗଣ୍ଠି ବିନ୍ଧା, ଅଣ୍ଟା ବିନ୍ଧା ସବୁଦିନ ପାଇଁ ଭଲ ହୋଇଯିବ, କରନ୍ତୁ ଏହି ଦେଶୀ ଉପଚାର

ନମସ୍କାର ବନ୍ଧୁଗଣ ତେବେ ବୟସ ବଢିବା ସଙ୍ଗେ ସଙ୍ଗେ ମାନବ ଶରୀର ଦିନକୁ ଦିନ ଦୁର୍ବଳ ହେବାକୁ ଲାଗୁଛି । ଶରୀରରେ ବିଭିନ୍ନ ସମସ୍ୟା ଦେଖିବାକୁ ମିଳିଥାଏ । ବିଶେଷ କରି ଆଣ୍ଠୁ ଗଣ୍ଠି ବିନ୍ଧା, ଅଣ୍ଟା ବ୍ୟଥା ଆଦି ବହୁଳ ସମସ୍ୟା ଦେଖିବାକୁ ମିଳିଥାଏ । ପ୍ରାୟ ଅଧିକାଂଶ ଲୋକ ଏହି ସମସ୍ୟାରେ ପୀଡ଼ିତ ଅଛନ୍ତି ।

ଏହି ସମସ୍ୟା ଯୋଗୁଁ ବିଭିନ୍ନ ସମୟରେ ଶରୀରରେ ଖୁବ୍ ଯନ୍ତ୍ରଣା ଅନୁଭବ ହୋଇଥାଏ । ତେଣୁ ଏହି ଯନ୍ତ୍ରଣାରୁ ମୁକ୍ତି ପାଇବା ପାଇଁ କିଛି ବ୍ୟକ୍ତିବିଶେଷ ମାର୍କେଟରେ ମିଳୁଥିବା ଅଧୁନା ମେଡ଼ିସିନ୍ ଉପରେ ଅଧିକ ନିର୍ଭର କରିଥାନ୍ତି । କିନ୍ତୁ ଏହା କେବଳ କିଛି କ୍ଷଣ ପାଇଁ ଯନ୍ତ୍ରଣାରୁ ଆରାମ ଦେଇଥାଏ । ପରବର୍ତ୍ତୀ ମୁହୂର୍ତ୍ତରେ ପୁଣି ଶରୀରରେ କଷ୍ଟ ଅନୁଭବ ହେଇଥାଏ ।

ତେବେ ଆଜି ଆମେ ଆପଣଙ୍କୁ ଏମିତି ଏକ ଘରୋଇ ଉପଚାର ବିଷୟରେ କହିବାକୁ ଯାଉଛୁ ଯାହା ବ୍ୟବହାର କରି ଆପଣ ସମ୍ପୁର୍ଣ୍ଣ ରୂପେ ଶରୀରର ଦେଖା ଯାଉଥିବା ଜଏଣ୍ଟ ପ୍ୟାନ୍ ରୁ ମୁକ୍ତି ପାଇ ପାରିବେ । ଏଥି ସହିତ ଏହି ଉପଚାର ଶରୀର ପାଇଁ ଖୁବ୍ ଲାଭ ଦାୟକ ଅଟେ । ତେବେ ଆସନ୍ତୁ ଜାଣିବା ଏହି ହୋମ ରେମେଡି ପାଇଁ ଆବଶ୍ୟକ ଉପକାର ଓ ପ୍ରସ୍ତୁତି ପ୍ରଣାଳୀ ।

ତେବେ ପ୍ରଥମରେ ପାନ ମଧୁରୀ । ତେବେପାନମଧୁରୀ ଶରୀର ପାଇଁ ଖୁବ୍ ଲାଭ ଦାୟକ ଅଟେ । ପାନ ମଧୁରୀରେ ଆଇରନ, ଭିଟାମିନ ଏବଂ ପୋଟାସିୟମର ଗୁଣ ଭରପୁର ରହିଥାଏ । ଏହା ଖାଦ୍ୟ ହଜମ କରିବାରେ ସାହାଯ୍ୟ କରିଥାଏ । ଏହା ସେବନ ଦ୍ଵାରା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ିଥାଏ । ଏହା ମୋଟାପଣକୁ କମ୍ କରିଥାଏ । ମୋଟାପଣ କମ୍ ରହିଲେ ଆମ ହାଡ଼ରେ କଷ୍ଟ କମ୍ ଏବଂ ଆଣ୍ଠୁ ଗଣ୍ଠି ଭଳି ସମସ୍ୟା କେବେ ଦେଖା ଯାଇନଥାଏ ।

ଦ୍ଵିତୀୟ ରେ ଜିରା ତେବେ ଏହା ଖାଦ୍ୟର ସ୍ବାଦ ବଢାଇବା ସହିତ, ସ୍ବାସ୍ଥ୍ୟ ପାଇଁ ମଧ୍ୟ ଉପକାରୀ । ଏଥିରେ ଫାଇବର, ଆଇରନ,କ୍ୟାଲସିୟମ, ପୋଟାସିୟମ,ଜିଙ୍କ,ଭିଟାମିନ, ମ୍ୟାଗ୍ନେସିୟମ ଭଳି ଅନେକ ପୋଷକ ତତ୍ବ ଭରି ରହିଥାଏ । ଆଣ୍ଠୁ ଗଣ୍ଠି ଯନ୍ତ୍ରଣାରୁ ରକ୍ଷା କରିବାରେ ସାହାଯ୍ୟ କରେ ଜିରା ।

ତୃତୀୟ ରେ ଜୁଆଣି ତେବେ ଜୁଆଣି ଆମ ଶରୀର ପାଇଁ ଅତ୍ୟନ୍ତ ଲାଭଦାୟୀ ହୋଇଥାଏ । ଏଥିରେ ଆଣ୍ଟି ଅକ୍ସୀଡେଣ୍ଟ ଗୁଣ ଭରପୁର ମାତ୍ରାରେ ରହିଥାଏ । ଜୁଆଣିର ଅନ୍ତିମେକ୍ଲେୟର ଗୁଣ ଆଣ୍ଠୁ ଗଣ୍ଠି ଖୋଲିବାରେ ସହାୟକ ହୋଇଥାଏ । ତେବେ ପ୍ରଥମେ ଏକ ଚାମଚ ପାନମଧୁରୀ, ଏକ ଚାମଚ୍ ଜିରା, ଏକ ଚାମଚ୍ ଜୁଆଣି ନିଅନ୍ତୁ ଏବେ ଏହି ୩ଟି ସାମଗ୍ରୀ କୁ ଭଲ ଭାବରେ ମିଶାଇ ଦିଅନ୍ତୁ ଏବଂ ସେଥିରେ ଦୁଇ ଗ୍ଲାସ ସାଧା ପାଣି ମିଶାନ୍ତୁ । ପରେ ଏହାକୁ ରାତି ସାରା ଭେଦିବାକୁ ରଖି ଦିଅନ୍ତୁ ।

ଯେପରି ପାଣି ରେ ସମସ୍ତ ସାମଗ୍ରୀ ର ପୋଷକ ତତ୍ତ୍ୱ ଭଲ ଭାବରେ ମିଶିଯିବ । ଆପଣ ସକାଳୁ ଉଠିବା ପରେ ଏହାକୁ ୫ ରୁ ୭ ମିନିଟ ବଏଲ କରି ଦିଅନ୍ତୁ । ଏହାପରେ ଆପଣ ଗ୍ୟାସ ବନ୍ଦ କରି ପାତ୍ର କୁ ଓଲ୍ହାଇ ଦିଅନ୍ତୁ ଏବଂ ସେହି ପାଣି କୁ ଭଲ ଭାବରେ ଛାଣି ଦିଅନ୍ତୁ । ଏବେ ଏହାକୁ ଆପଣ ପ୍ରତିଦିନ ସକାଳେ ଖାଲି ପେଟ ରେ ସେବନ କରନ୍ତୁ ।

Related Articles

Leave a Reply

Your email address will not be published. Required fields are marked *

Back to top button