କମଳା ଚୋପା ଉପକାରୀ, ଜାଣନ୍ତୁ କେମିତି?
ଦୈନଦିନ କମଳା ରସ ପିଉଥିଲେ କିଡ୍ନିରେ ଷ୍ଟୋନ୍ ହେବାର ସମ୍ଭାବନା କମ ରହିଥାଏ । ଏପରିକି ଯେଉଁମାନଙ୍କ କିଡନିରେ ଷ୍ଟୋନ୍ ହୋଇଥାଏ ଚିକିତ୍ସକମାନେ ତାଙ୍କୁ କମଳା ରସ ପିଇବା ପାଇଁ ପରାମର୍ଶ ଦେଇଥାନ୍ତି । ତେବେ ଆସନ୍ତୁ ଆଜି ଜାଣିବା କମଳା ସମ୍ପର୍କରେ ଅଧିକ କିଛି ହିତକର ତଥ୍ୟ ଯାହା ଆପଣଙ୍କ ପାଇଁ ଜାଣିବା ଜରୁରୀ ।....
ଆପଣ ଜାଣିଥିବେ ନିଶ୍ଚୟ ଯେ ପନିପରିବା ପରି ଫଳମୂଳ ମଧ୍ୟ ଶରୀର ପାଇଁ ବେଶ୍ ଉପକାରୀ ହୋଇଥାଏ । ସବୁ ଫଳ ଭିତରେ ଅଲଗା ଅଲଗା ବିଶେଷତ୍ବ ରହିିଛି । ଆପଣ ଜାଣନ୍ତି କି? କମଳା ହେଉଛି ଔଷଧୀୟ ଗୁଣରେ ଭରପୂର ସବୁଠାରୁ ଉପକାରୀ ଫଳ । ଏହାକୁ ସିଧା ଖାଆନ୍ତୁ କିମ୍ବା ରସ କରି ପିଅନ୍ତୁ, ଏହାର ପ୍ରଭାବରେ ଅନେକ ଶାରୀରିକ ସମସ୍ୟା ଦୂର ହୋଇଥାଏ । ଏହା ଏକ ଆଣ୍ଟି ଅକ୍ସିଡେଣ୍ଟ ଓ ଶକ୍ତିକାରୀ ଫଳ । କେବଳ ଏହାର ରସ ନୁହେଁ, ଚୋପା କି ଉପକାରୀ ।
ଆଜିକାଲି ଅନେକ ଜଣଙ୍କ ଭିତରେ ଭୋକ ନ ହେବା ସମସ୍ୟା ରହିଛି । କମଳା ରସ ପିଇଲେ ଭୋକ ହୋଇଥାଏ ବୋଲି ଡାକ୍ତରମାନେ ପରାମର୍ଶ ଦେଇଥାନ୍ତି । ଏହା ବ୍ୟତୀତ କଫ ନ ହେବା, କାସ କମ୍ କରିବା ପାଇଁ କମଳା ଅବ୍ୟର୍ଥ ଔଷଧ ପରି କାମ କରେ । ଆପଣଙ୍କର ଏହି ସବୁ ସମସ୍ୟା ଥିଲେ କମଳା ଦୈନିକ ଖାଆନ୍ତୁ । କମଳାର ଚୋପାରେ କର୍କଟ ଚିକିତ୍ସା ହୋଇଥାଏ । ଏହି ଚେପା କର୍କଟର ଘାଆକୁ କମ୍ କରିପାରେ ବୋଲି ବିଶେଷଜ୍ଞମାନେ ଦାବି କରିଛନ୍ତି । କମଳା ଚୋପରୁ ତିଆରି ହେଉଥିବା ତୈଳ ମଧ୍ୟ ଖୁବ୍ ଭଲ। କୋଲେଷ୍ଟ୍ରଲ୍, ଉଚ୍ଚ ରକ୍ତଚାପ, କର୍କଟ ଆଦିର ଚିକିତ୍ସା ଏହା ଦ୍ୱାରା କରାଯାଇ ପାରେ ।