ମନୋରଞ୍ଜନ

ଅଙ୍କିତାଙ୍କୁ ବିବାହ କରିବାକୁ ଚାହୁଁନଥିଲେ ଭିକି, ଅଭିନେତ୍ରୀ କଲେ ଖୁଲାସା – Kalinga News

[ad_1]

ମୁମ୍ବାଇ: ଅଭିନେତ୍ରୀ ଅଙ୍କିତା ଲୋ‌ଖଣ୍ଡେ ଓ ଭିକି ଜୈନ୍‌ଙ୍କ ସଂପର୍କ ‘ବିଗ୍‌ବସ୍‌-୧୭’ରେ ଲାଇମ୍‌ଲାଇଟ୍‌ରେ ରହିଥିଲା। ନିକଟରେ ଦମ୍ପତିଙ୍କୁ ହର୍ଷ-ଭାରତୀଙ୍କ ପଡକାଷ୍ଟ୍‌ରେ ଦେଖିବାକୁ ମିଳିଥିଲା। ଏହି ସୋ’ରେ ନଜର ଆସି ସେ ନିଜ ସଂପର୍କରେ ଅନେକ କଥା କହିଛନ୍ତି।

ଅଙ୍କିତା କହିଛନ୍ତି ଯେ ପ୍ରଥମରୁ ଭିକି ତାଙ୍କୁ ବିବାହ କରିବାକୁ ଚାହୁଁନଥିଲେ। ଦୁଇ ଜଣଙ୍କ ଜୀବନଶୈଳୀରେ ତଫାତ ଥିବାରୁ ଭିକି ପ୍ରଥମେ ବିବାହ ପାଇଁ ଅମଙ୍ଗ ହେଉଥିଲେ। ଅଙ୍କିତା କହିଛନ୍ତି ଯେ ‘‘ଆମେ ଦୁହେଁ ବିବାହ କରିବାକୁ ଚାହୁଁଥିଲୁ। ହେଲେ ଭିକି ମୋତେ ଭୟ କରି ଛାଡ଼ି ଚାଲି ଯାଇଥିଲେ। ସେ ବିବାହ କରିପାରିବେନି ବୋଲି କହି ଚାଲି ଯାଇଥିଲେ। ଆମ ଜୀବନଶୈଳୀ ଖୁବ୍ ଭିନ୍ନ ଥିଲା। ସେ ବିଳାସପୁରରେ ରହୁଥିଲେ ଓ ମୁଁ ଏଠାରେ ରହୁଥିଲି। ସେ ବିଳସପୁରର ହିଁ କେଉଁ ଯୁବତୀଙ୍କୁ ବିବାହ କରିବାକୁ ଚାହୁଁଥିଲେ।’’

ଏହାକୁ ନେଇ ଭିକି କହିଛନ୍ତି, ‘‘ଅଙ୍କିତା ମୋତେ କେବେ କହିବାର ସୁଯୋଗ ଦେଇନଥିବାରୁ ମୁଁ କହିପାରିନି। ମୋତେ ଲାଗୁଥିଲା ସବୁକିଛିକୁ ଟିକେ ସମୟ ଦେବା ଦରକାର।’’ ୨୦୧୯ ମସିହାରେ ଅଙ୍କିତା ଭିକିଙ୍କ ସହ ତାଙ୍କ ସଂପର୍କକୁ ଆନୁଷ୍ଠାନିକ ଭାବେ ଘୋଷଣା କରିଥିଲେ। ୨୦୨୧ ମସିହା ଡିସେମ୍ବର ୧୪ ତାରିଖରେ ତାଙ୍କ ବାହାଘର ହୋଇଥିଲା।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button