ମନୋରଞ୍ଜନ

ପଞ୍ଚଭୂତରେ ବିଲୀନ ହେଲେ ଗଜଲ ଗାୟକ ପଙ୍କଜ ଉଧାସ – Kalinga News

[ad_1]

ମୁମ୍ବାଇ: ପଞ୍ଚଭୂତରେ ବିଲୀନ ହେଲେ ଗଜଲ ଗାୟକ ପଙ୍କଜ ଉଧାସ। ଗତକାଲି ତାଙ୍କର ଦେହାନ୍ତ ହୋଇଥିଲା । ସେ ଦୀର୍ଘଦିନ ଧରି ଅସୁସ୍ଥ ହୋଇ ଚିକିତ୍ସିତ ହେଉଥିଲେ । ମୃତ୍ୟୁବେଳକୁ ତାଙ୍କୁ ୭୨ ବର୍ଷ ବୟସ ହୋଇଥିଲା । ଗତକାଲି ହଠାତ୍ ତାଙ୍କର ଦେହାନ୍ତ ଖବର ଆସିବା ପରେ ସଙ୍ଗୀତପ୍ରେମୀଙ୍କ ସମେତ ସାରା ଭାରତରେ ଶୋକର ଛାୟା ଖେଳିଯାଇଥିଲା।

ମିଳିଥିବା ସୂଚନା ମୁତାବକ, ଗଜଲ ଗାୟକଙ୍କ ଅନ୍ତିମ ସଂସ୍କାର ମୁମ୍ବାଇର ୱର୍ଲିରେ ଥିବା ହିନ୍ଦୁ ଶ୍ମଶାନ‌ରେ ଅପରାହ୍ନ ୩ଟାରୁ ୫ଟା ମଧ୍ୟରେ କରାଯାଇଥିଲା। ଏଠାରେ ତାଙ୍କ ପରିବାର ସଦସ୍ୟ ଏବଂ ଅନେକ ସେଲିବ୍ରିଟି ଉପସ୍ଥିତ ଥିଲେ। ଲୁହଭରା ଆଖିରେ ସମସ୍ତେ ତାଙ୍କୁ ବିଦାୟ ଦେଇଥିଲେ। ଅନ୍ତିମ ସଂସ୍କାର ସମୟରେ ମୁମ୍ବାଇ ପୁଲିସ ଗାୟକଙ୍କୁ ଗାର୍ଡ ଅଫ୍ ଅନର ପ୍ରଦାନ କରିଥିବା ଜଣାପଡ଼ିଛି।

ପଙ୍କଜ ଉଧାସ ଚାରଣ ୧୭ ମଇ ୧୯୫୧ରେ ଜନ୍ମଗ୍ରହଣ କରିଥିଲେ । ସେ ଜଣେ ଗଜଲ ଗାୟକ ଭାବରେ ଲୋକପ୍ରିୟ ହୋଇଥିଲେ । ଭାରତୀୟ ସଙ୍ଗୀତ ଜଗତରେ ତାଙ୍କୁ ତଲତ ଅଜିଜ୍ ଏବଂ ଜଗଜିତ୍ ସିଂହଙ୍କ ଭଳି ଅନ୍ୟ  ପ୍ରସିଦ୍ଧ ଗଜଲ ଗାୟକଙ୍କ ସହ ତୁଳନା କରାଯାଇଥିଲା। ବଲିଉଡରେ ସେ ଅନେକ ଲୋକପ୍ରିୟ ଗୀତ ଗାଇଥିଲେ ।

ଗତକାଲି ତାଙ୍କ ଦେହାନ୍ତ‌ ହେବା ପରେ ଝିଅ ନାୟାବ ଉଧାସ ଏକ ବିବୃତି ଜାରି କରି ତାଙ୍କ ମୃତ୍ୟୁ ସମ୍ପର୍କରେ ସୂଚନା ଦେଇଥିଲେ। ତାଙ୍କ ଦ୍ବାରା ଜାରି ଏକ ବିବୃତିରେ ଲେଖାଯାଇଥିଲା ଯେ, “ଦୀର୍ଘ ଦିନ ଧରି ଅସୁସ୍ଥ ରହିବା ପରେ ୨୬ ଫେବ୍ରୁଆରି ୨୦୨୪ରେ ପଦ୍ମଶ୍ରୀ ପଙ୍କଜ ଉଧାସଙ୍କ ବିୟୋଗ ବିଷୟରେ ଆପଣଙ୍କୁ ଜଣାଇ ଆମେ ଦୁଃଖିତ।“

 



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button