ମନୋରଞ୍ଜନ

ଇଣ୍ଟରନେଟ ରେ ଭାଇରାଲ ଏହି ପ୍ରେମୀ ଯୁଗଳଙ୍କ କଥା

ଏବେ ପ୍ରତିଦିନ ଏଣ୍ଟରନେଟରେ କିଛି ନା କିଛି ଭାଇରାଲ ନ୍ୟୁଜ ଦେଖିବାକୁ ମିଳୁଛି । କେବେ କେଉଁ ପ୍ରେମୀ ଯୁଗଳଙ୍କ ଭାଇରାଲ ଭିଡିଓତ କେବେ କେଉଁ ଲୋକର ଆତ୍ମ ହତ୍ୟା ଭିଡିଓ । ଏବେ ସମସ୍ତଙ୍କ ପାଖେ ସସ୍ତା ସ୍ମାଟ ଫୋନ ଆଉ ଇଣ୍ଟରନେଟର ଉପଲ୍ବଧ ହେତୁ ହୁ ହୁ ହୋଇ ବଢିଚାଲୁଛି ଭାଇରାଲ ନ୍ୟୁଜ । ଏବେ ନିକଟରେ ଆଉ ଏକ ଭାଇରାଲ ଖବର ଘୁରି ବୁଲୁଛି ଇଣ୍ଟରନେଟରେ । ବୟଫ୍ରେଣ୍ଡଙ୍କ ଆତ୍ମଦାହ ପରେ ବିଷ ପିଇଦେଲେ ଅଭିନେତ୍ରୀ । ହଁ ବନ୍ଧୁ ଗଣ ଏବେ ସୋସିଆଲ ମିଡିଆରେ ଏହି ଖବର ଖୁବ ଜୋର ସେରରେ ପ୍ରସାରିତ ହେଉଛି ।

ଦୀର୍ଘ ୩ ବର୍ଷର ପ୍ରେମ ସମ୍ପର୍କକୁ ଭାଙ୍ଗି ଦେଇ ତାଙ୍କ ବୟଫ୍ରେଣ୍ଡ ନାଁରେ ପୁଲିସ୍‌ରେ ଅଭିଯୋଗ କରିଥିଲେ ଏହି ମହିଳା। ହେଲେ ପ୍ରେମିକାଙ୍କ ଏଭଳି ପ୍ରତାରଣା ସହି ନ ପାରି ବୟଫ୍ରେଣ୍ଡ ଯେତେବେଳେ ନିଜ ଦେହରେ ନିଆଁ ଲଗାଇ ଆତ୍ମହତ୍ୟା କଲେ ସେତେବେଳେ ପ୍ରେମିକାଙ୍କ ଚୈତନ୍ୟ ଉଦୟ ହେଲା। ଏଭଳି ଘଟଣାରେ ଅତି ବିଚଳିତ ହୋଇ ପ୍ରେମିକା ମଧ୍ୟ ବିଷ ପିଇ ଆତ୍ମହତ୍ୟା କରିବାକୁ ଉଦ୍ୟମ କଲେ।

ଏ କୌଣସି ଫିଲ୍ମର କାହାଣୀ ନୁହେଁ। ରିଏଲ୍‌ ଲାଇଫ୍‌ରେ ଏମିତି ଏକ ଘଟଣା ଘଟିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ପ୍ରେମିକା ଜଣଙ୍କ ଜଣେ ଟିଭି ସିରିଏଲ୍ ଅଭିନେତ୍ରୀ। ନାଁ ତାଙ୍କର ନୀଲାନି। ସେ ମଶାମରା ଲିକ୍ୟୁଇଡ୍ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ତେବେ ତାଙ୍କୁ ଗୁରୁତର ଅବସ୍ଥାରେ ସରକାରୀ ରୟପେଟା ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି।

 

ରବିବାର ଦିନ ନୀଲାନି ତାଙ୍କ ବୟଫ୍ରେଣ୍ଡ ଗାନ୍ଧି ଲଳିତ କୁମାରଙ୍କ ସହ ୩ ବର୍ଷର ସମ୍ପର୍କକୁ ଛିନ୍ନ କରିଥିଲେ। ଏପରି କି ଲଳିତ ତାଙ୍କୁ ହଇରାଣ କରୁଛନ୍ତି ବୋଲି ମୟାଲପୁର ପୁଲିସ୍‌ରେ ଅଭିଯୋଗ କରିଥିଲେ। ନୀଲାନିଙ୍କ ଏଭଳି ପ୍ରତାରଣାକୁ ସହି ନ ପାରି ଲଳିତ ନିଜ ଦେହରେ କିରାସିନି ଢାଳି ନିଆଁ ଲଗାଇଦେଇଥିଲେ। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି।

 

ଏହି ଘଟଣାକୁ ନେଇ ଅନେକ ଲୋକ ସୋଶାଲ୍‌ ମିଡିଆରେ ନୀଲାନିଙ୍କ କଟୁ ସମାଲୋଚନା କରିଥିଲେ ଏବଂ ଲଳିତଙ୍କ ମୃତ୍ୟୁ ପାଇଁ ତାଙ୍କୁ ଦାୟୀ କରିଥିଲେ। ଲୋକ ଅପବାଦକୁ ସହି ନ ପାରି ନୀଲାନି ମଧ୍ୟ ଆତ୍ମହତ୍ୟା ଉଦ୍ୟମ କରିଥିବା ଜଣାପଡ଼ିଛି।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button