ମନୋରଞ୍ଜନ

ଡେଲିଭରୀ ବଏଙ୍କ ମୃତ୍ୟୁର କାରଣ ହେବାରୁ ବଞ୍ଚିଗଲି; ଜାଣନ୍ତୁ କାହିଁକି ଏଭଳି ଲେଖିଲେ ରୋନିତ ରଏ – Kalinga News

[ad_1]

ମୁମ୍ବାଇ: ଡେଲିଭରୀ ବଏଙ୍କ ମୃତ୍ୟୁର କାରଣ ହେବାରୁ ବଞ୍ଚିଗଲି। ଏକ୍ସରେ ଏଭଳି ଲେଖି ପୋଷ୍ଟ କରିବା ପରେ ଚର୍ଚ୍ଚାରେ ଅଭିନେତା ରୋନିତ ରଏ। ଅନେକ ଫିଲ୍ମ ଓ ଧାରାବାହିକରେ କାମ କରି ଲୋକପ୍ରିୟ ହୋଇଥିବା ରୋନିତ ଏବେ ନିଜ ସୋସିଆଲ ମିଡିଆରେ ଏଭଳି କିଛି ପୋଷ୍ଟ କରିଛନ୍ତି, ଯାହା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି।

ରାସ୍ତାର ଭୁଲ ପାର୍ଶ୍ୱରେ ଏକ ଅନଲାଇନ୍ ଖାଦ୍ୟ ଡେଲିଭରୀ ବଏ ଆସୁଥିବା ବେଳେ ରୋନିତଙ୍କ କାର ସହ ଧକ୍କା ହେଉ ହେଉ ବର୍ତ୍ତି ଯାଇଥିଲେ। ଏହା ଦେଖି ରୋନିତ୍ ସ୍ବିଗ୍ଗିକୁ ତାଗିଦ କରିଥିବା ଦେଖାଯାଇଛି। ଏକ୍ସରେ ସେ ଲେଖିଛନ୍ତି ଯେ, ସ୍ବିଗ୍ଗି…ଆଜି ତୁମର ଜଣେ ଡେଲିଭରୀ ବଏ ମୋ ଗାଡ଼ି ସହ ଧକ୍କା ହେଉ ହେଉ ବଞ୍ଚିଗଲେ। ସେମାନଙ୍କୁ ଗାଡ଼ି ଦ୍ରୁତ ଗତିରେ ଚଲାଇବା ପାଇଁ ନିର୍ଦ୍ଦେଶ ମିଳୁଥିବ ନିଶ୍ଚୟ। ଏକ ଛୋଟ ମୋପେଡ୍ ଚଲାଇବା ଅର୍ଥ ନୁହେଁ ଯେ ଆପଣ ରାସ୍ତାର ଭୁଲ୍ ପାର୍ଶ୍ୱରେ ଗାଡ଼ି ଚଳାଇବେ।  ତୁମେ ସେମାନଙ୍କ ଜୀବନ ବିଷୟରେ ଚିନ୍ତା କରୁଛ ନା କେବଳ ନିଜ ବ୍ୟବସାୟ ବିଷୟରେ ଭାବୁଛ?



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button