ଦେଶ- ବିଦେଶ

ଇଡିର ସପ୍ତମ ସମନକୁ ଏଡ଼ାଇଲେ କେଜ୍ରିୱାଲ୍ – Kalinga News

[ad_1]

ନୂଆଦିଲ୍ଲୀ: ଅବକାରୀ ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ସପ୍ତମ ସମନକୁ ମଧ୍ୟ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ ଏଡ଼ାଇ ଦେଇଛନ୍ତି। କେଜ୍ରିୱାଲ ପୂର୍ବରୁ ୬ ଥର ଇଡିରେ ହାଜର ହୋଇନଥିଲେ କି ଆଜି ମଧ୍ୟ ସପ୍ତମ ଥର ପାଇଁ ହାଜର ହୋଇନାହାନ୍ତି। ଆପ୍ ପକ୍ଷରୁ ଏନେଇ ଏକ ବିବୃତି ଜାରି କରାଯାଇଛି। ଏହି ବିବୃତିରେ କୁହାଯାଇଛି ଯେ ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲା କୋର୍ଟରେ ବିଚାରାଧୀନ ରହିଛି। ଏହି ମାମଲାର ପରବର୍ତ୍ତୀ ଶୁଣାଣି ମାର୍ଚ୍ଚ ୧୬ ତାରିଖକୁ ରହିଛି। ଏଣୁ ଇଡି ଲଗାତାର ସମନ ନପଠାଇ କୋର୍ଟଙ୍କ ନିର୍ଦ୍ଦେଶ ଯାଏଁ ଅପେକ୍ଷା କରନ୍ତୁ। ଏଥି ସହ ଦଳ କହିଛି ଯେ କେନ୍ଦ୍ର ସରକାର କ୍ରମାଗତ ଭାବେ ଇଣ୍ଡିଆ ମେଣ୍ଟ ଛାଡ଼ିବା ପାଇଁ ତାଙ୍କ ଉପରେ ଚାପ ପକାଉଛି। ତେବେ ଏଭଳି ସମନ ପଠାଇ ତାଙ୍କ ଉପରେ କେନ୍ଦ୍ର ସରକାର ଚାପ ସୃଷ୍ଟି କରିପାରିବେ ନାହିଁ। ଏଥିରେ ପ୍ରତିକ୍ରିୟା ପ୍ରକାଶ କରି ବିଜେପିର ଦିଲ୍ଲୀ ମୁଖ୍ୟ ବୀରେନ୍ଦ୍ର ସଚଦେବ, ବରିଷ୍ଠ ନେତା ହରୀଶ ଖୁରାନା ପ୍ରମୁଖ କହିଛନ୍ତି ଯେ ପଚରାଉଚୁରାକୁ ଏଡ଼ାଇବା ପାଇଁ କେଜ୍ରିୱାଲ୍ ସମନକୁ ଏଡ଼ାଉଛନ୍ତି। କେଜ୍ରିୱାଲ୍ ଯେଉଁଭଳି ଦୁର୍ନୀତିକୁ ପ୍ରଶ୍ରୟ ଦେଉଛନ୍ତି ତାକୁ ଦିଲ୍ଲୀବାସୀ କଦାପି କ୍ଷମା ଦେବେନାହିଁ ବୋଲି ସେ କହିଛନ୍ତି।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button