ମନୋରଞ୍ଜନ

ସଲମାନ ଖାନଙ୍କୁ ଜୀବନରୁ ମାରିବାର ଧମକ ଦେଇ ଦୁଇଜଣ ଗିରଫ- ପଢନ୍ତୁ ସମ୍ପୁର୍ଣ୍ଣ ଖବର

ବଲୀଉଡ ଅଭିନେତା ସଲମାନ ଖାନ କୁ ସୋସିଆଲ ମିଡିଆ ରେ ଜୀବନରୁ ମାରିଦବା ର ଧମକ ଦେଇ ଦୁଇ ଜଣ ଲୋକ ଗିରଫ୍ ହୋଇଛନ୍ତି । ସେ ଦୁଇ ଜଣଙ୍କର ଚିହ୍ନଟ ହୋଇଯାଇଛି ଜଣକର  ନାଁ ଜୈକି ବିସ୍ନୋଇ ଏବଂ ଦ୍ଵିତୀୟ ପିଲାଟିର ନାଁ ଲାରେଂସ ବାବଲ ଅଟେ । ସେହି ଦୁଇ ଜଣଙ୍କୁ ଗାଡି ଚୋରୀ ଏବଂ ଡ୍ରଗ ସ୍ମଗଲିଙ୍ଗ ପାଇଁ ଗିରଫ କରାହୋଇଛି । ତେବେ ଆସନ୍ତୁ ଜାଣିବା କଣ ଅଟେ ସମ୍ପୁର୍ଣ୍ଣ ଘଟଣା ।

ତେବେ ସୂଚନା ଅନୁସାରେ ଆରୋପି 26 ସେପ୍ଟେମ୍ବର କୁ ଫେସବୁକ ରେ ସଲମାନ ଖାନଙ୍କୁ ଜୀବନ ରୁ ମରିଦବା ର ଧମକ ଦେଇଥିଲା, ପୋଲିସ ଅନୁସାରେ ଆରୋପି କେବଳ ପବ୍ଲିସୀଟି ପାଇଁ ଫେସବୁକ ରେ ଏତେ ବଡ ଲୋକ ନାଁ ରେ ପୋଷ୍ଟ କରିଥିଲେ ।

କଣ ଥିଲା ପୋଷ୍ଟ :

26 ସେପ୍ଟେମ୍ବର କୁ ଆରୋପି ଜୈକି ବିସ୍ନୋଇ ଫେସବୁକ ରେ ଏକ ପୋଷ୍ଟ ଦେଇଥିଲେ ଯେଉଁଥିରେ ସେ ସଲମାନ ଖାନଙ୍କୁ ଧମକ ଦେଇଥିଲେ, ଲେଖିଲେ ‘ତା ଦୁଷ୍କର୍ମ ପାଇଁ ଦଣ୍ଡ କୋର୍ଟ କୋଣ ଦବ, ମୁଁ ତାକୁ ଜୀବନ ରୁ ମାରିଦେବି…. ତାକୁ ଦଣ୍ଡ ମୁଁ ଦେବି ।

ଜୈକି ବିସ୍ନୋଇ ର ଏହି ପୋଷ୍ଟ ବହୁତ ଭାଇରାଲ ହୋଇଥିଲା, ଏହା ପରେ ପୋଲିସ ଏହି ମାମଲା ଉପରେ କାମ କରି ସେହି ଦୁଇ ଜଣଙ୍କୁ ଗିରଫ୍ କରିଛି । ଆରୋପିର ଏହି ପୋଷ୍ଟ କଳା ହରିଣର ଶିକାର କେସକୁ ନେଇ ଥିଲା ।

ଆପଣଙ୍କୁ ଜଣେଇଦବାକୁ ଚାହୁଁଛୁକି ୧୯୯୮ ରୁ ସଲମାନଙ୍କ ଉପରେ କଳା ହରିଣକୁ ହତ୍ୟା କରିବାର କେସ ଚାଲି ଅଛି, ଏହି ମାମଲା ରେ ୨୭ ସେପ୍ଟେମ୍ବର କୁ କୋର୍ଟ ରେ ତାରିଖ ଥିଲା କିନ୍ତୁ ସଲମାନଙ୍କ ଓକିଲ ସ୍ୱାସ୍ଥ୍ୟ ଏବଂ ସୁରକ୍ଷା କାରଣ ରୁ ନୂଆ ତାରିଖ ନେଇ ଗଲେ ।

ଏବେ ଏହି କଳା ହରିଣ କେସ ୧୯ ଡିସେମ୍ବର ପାଇଁ ବରଖାସ୍ତ କରାହୋଇଛି । ଏତେ ବର୍ଷ ଧରି ଏହି କେସ ଆଜି ଯାଏ ସମଧାନ ହୋଇ ନାହିଁ । ସେହି ବିଷୟରେ ଏହି ଦୁଇ ଯୁବକ ଏମିତି ପୋଷ୍ଟ କରି ଫାଶୀ ଯାଇଛନ୍ତି ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button