ଦେଶ- ବିଦେଶ

ମୁମ୍ବାଇ-ମରିସସ୍ ବିମାନରେ ଏସି ଚାଲିଲାନି, ୫ ଘଣ୍ଟା ପର୍ଯ୍ୟନ୍ତ ଫସିଗଲେ ଯାତ୍ରୀ – Kalinga News

[ad_1]

ନୂଆଦିଲ୍ଲୀ: ମୁମ୍ବାଇରୁ ମରିସସ୍କୁ ଆଜି ଉଡ଼ାଣ କରିଥିବା ଏୟାର ମରିସସ୍ ବିମାନରେ ଏୟାର କଣ୍ଡିସନିଂ ସିଷ୍ଟମରେ ତ୍ରୁଟି ଯୋଗୁଁ ଅନେକ ଯାତ୍ରୀ ଫସି ଯାଇଛନ୍ତି। ଆଜି ସକାଳ ୪.୩୦ ସମୟରେ ବିମାନଟି ମୁମ୍ବାଇରୁ ମରିସସକୁ ଉଡ଼ାଣ ଆରମ୍ଭ କରିଥିଲା। ଭୋର ୩.୪୫ରେ ବୋର୍ଡିଂ ଆରମ୍ଭ ହୋଇଥିଲା। କିନ୍ତୁ ବୋର୍ଡିଂ ହେଉହେଉ ବିମାନରେ ଏସି ଖରାପ ହୋଇଯାଇଥିଲା। ଯାିତ୍ରୀମାନେ ପ୍ରାୟ ୫ ଘଣ୍ଟା ଧରି ବିମାନରେ ଫସି ରହିଥିଲେ। ଏସି ନଚାଲିବାରୁ ଜଣେ ଶିଶୁ ଏବଂ ୭୮ ବର୍ଷ ବୟସ୍କ ବ୍ୟକ୍ତିଙ୍କ ସମେତ ଅନେକ ଯାତ୍ରୀ ଶ୍ବାସକ୍ରିୟାରେ କଷ୍ଟ ଅନୁଭବ କରିଥିଲେ। ୫ ଘଣ୍ଟା ଧରି ଯାତ୍ରୀମାନେ ଅସହଜ ଅନୁଭବ କରି ଅସୁସ୍ଥ ହୋଇପଡ଼ିଥିଲେ ମଧ୍ୟ କୌଣସି ସମାଧାନର ପନ୍ଥା ବାହାରି ପାରିଲାନି। ଶେଷରେ ବିମାନ ସଂସ୍ଥା ପକ୍ଷରୁ ବିମାନଟିକୁ ବାତିଲ କରାଯାଇଥିଲା।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button