ରାହୁଲ ଗାନ୍ଧିଙ୍କ ବାରଣାସୀ ଟିପ୍ପଣୀ ପାଇଁ ବର୍ଷିଲେ ମୋଦୀ – Kalinga News
[ad_1]
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ଦିନ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ଉପରେ ତୀବ୍ର ବର୍ଷିଛନ୍ତି। ରାହୁଲ କହିଥିଲେ ସେ ବାରଣାସୀରେ ଲୋକମାନଙ୍କୁ ମଦ ପିଇ ରାସ୍ତାରେ ଗଡ଼ୁଥିବାର ଦେଖିଛନ୍ତି। ନିଜ ଲୋକସଭା ନିର୍ବାଚନ ମଣ୍ଡଳୀରେ ଉଦବୋଧନ ଦେଇ ମୋଦୀ ରାହୁଲଙ୍କର ଏହି ଟିପ୍ପଣୀ ପାଇଁ ତାଙ୍କ ଉପରେ ବର୍ଷିଛନ୍ତି। ମୋଦୀ କହିଛନ୍ତି, ଯେଉଁମାନଙ୍କର କିଛି ବୋଧ ଶକ୍ତି ନାହିଁ ସେମାନେ ମୋ କାଶୀର ପିଲାମାନଙ୍କୁ ମଦୁଆ କହୁଛନ୍ତି। ରାହୁଲଙ୍କ ନାଁ ନନେଇ ମୋଦୀ କହିଛନ୍ତି, କଂଗ୍ରେସର ଯୁବରାଜ ବାରଣାସୀର ଲୋକମାନଙ୍କୁ ସେମାନଙ୍କ ନିଜ ମାଟିରେ ଅପମାନିତ କରିଛନ୍ତି। ଏହା କି ପ୍ରକାରର ଭାଷା। ସେମାନେ ମୋଦୀଙ୍କୁ ଅପମାନିତ କରିବାପାଇଁ ୨ ଦଶନ୍ଧି ବିତାଇ ଦେଲେ ଏବଂ ଏବେ ସେମାନେ ସେମାନଙ୍କ ହତାଶାକୁ ଉତ୍ତରପ୍ରଦେଶର ଯୁବଗୋଷ୍ଠୀଙ୍କ ଉପରେ ଝାଡ଼ୁଛନ୍ତି। ଉତ୍ତରପ୍ରଦେଶର ଯୁବଗୋଷ୍ଠୀଙ୍କୁ ଇଣ୍ଡିଆ ମେଣ୍ଟ ଦ୍ବାରା ଯେଉଁଭଳି ଅପମାନିତ କରାଯାଇଛି ତାହା ସେ କେବେ ବି ଭୁଲିବେନି ବୋଲି କହିଛନ୍ତି। ମୋଦୀ କହିଛନ୍ତି, ଏହା ସେମାନଙ୍କର ବାସ୍ତବତା। ସେମାନେ ଯୁବଗୋଷ୍ଠୀଙ୍କ ଜ୍ଞାନକୁ ଭୟ କରୁଛନ୍ତି। ଇଣ୍ଡିଆ ମେଣ୍ଟ ଅସ୍ବାଭାବିକ ମନେ କରିବାର ଅନ୍ୟ ଏକ କାରଣ ହେଉଛି ସେମାନେ କାଶୀ ଏବଂ ଅଯୋଧ୍ୟାର ନୂଆ ରୁପକୁ ପସନ୍ଦ କରୁନାହାନ୍ତି। କଂଗ୍ରେସ ଦଳକୁ ସମାଲୋଚନା କରି ମୋଦୀ କହିଛନ୍ତି , ପରିବାରବାଦ ରାଜନୀତି, ଦୁର୍ନୀତି ଏବଂ ତୁଷ୍ଟିକରଣ ରାଜନୀତି ପାଇଁ ଉତ୍ତରପ୍ରଦେଶ ବିକାଶର ଅନେକ ଦଶନ୍ଧି ଧରି ପଛକୁ ଚାଲିଯାଇଛି ବୋଲି ମୋଦୀ କହିଛନ୍ତି। ଇଣ୍ଡିଆ ମେଣ୍ଟକୁ ସମାଲୋଚନା କରି ମୋଦୀ କହିଛନ୍ତି, ବିରୋଧୀ ନେତାମାନେ ପ୍ରତି ଥର ନିର୍ବାଚନ ସମୟରେ ଏକାଠି ହୁଅନ୍ତି କିନ୍ତୁ ଫଳ ଆସିବାବେଳେ ସେମାନେ ଅଲଗା ହୋଇ ପରସ୍ପର ଉପରେ ଆକ୍ରମଣ କରନ୍ତି।
[ad_2]