ଫ୍ରାଇଡେ ରିଲିଜ୍: ଆର୍ଟିକିଲ୍ ୩୭୦, କ୍ରାକ୍, ଅଲ୍ ଇଣ୍ଡିଆ ରୢାଙ୍କ୍ – Kalinga News
[ad_1]
ଭୁବନେଶ୍ବର: ଶୁକ୍ରବାର ‘ଆର୍ଟିକିଲ୍ ୩୭୦’, ‘କ୍ରାକ୍’ ଓ ‘ଅଲ୍ ଇଣ୍ଡିଆ ରୢାଙ୍କ୍’ ଭଳି ୩ଟି ହିନ୍ଦୀ ଚଳଚ୍ଚିତ୍ର ରିଲିଜ୍ ହେବ। ଭୁବନେଶ୍ବରରେ ‘କ୍ରାକ୍’ ଓ ‘ଆର୍ଟିକିଲ୍ ୩୭୦’ର କ୍ରେଜ୍ ସର୍ବାଗ୍ରେ ରହିଛି। ସବୁଠାରୁ ବଡ଼ କଥା ହେଲା, ହିନ୍ଦୀ ସିନେମାଗୁଡ଼ିକର ଟିକେଟ ସାଧାରଣତଃ ୧୯୯ ଟଙ୍କାରୁ ଆରମ୍ଭ ହୋଇଥାଏ। ଏକ୍ଜିକ୍ୟୁଟିଭ୍, ପ୍ରିମିୟମ୍ ଓ ଭିଆଇପି ଟିକେଟ୍ ୩୦୦ରୁ ୧୫୦୦ ଟଙ୍କା ରହିଥାଏ। କିନ୍ତୁ ଏହି ତିନୋଟି ଚଳଚ୍ଚିତ୍ରର ଟିକେଟ୍ ଦର ସର୍ବନିମ୍ନ ୯୯ଟଙ୍କା ରହିଥିବା ବେଳେ ଭିଆଇପି ଟିକେଟ୍ ଦର ସର୍ବାଧିକ ୩୦୦ ଟଙ୍କା ରହିଛି। କିଛି ସ୍ଥାନରେ ଭିଆଇପି ଟିକେଟ୍ ଦର ମାତ୍ର ୧୯୯ ଟଙ୍କା ଥିବା ମଧ୍ୟ ଦେଖିବାକୁ ମିଳିଛି। ଫଳରେ ରିଲିଜ୍ ହେବା ପୂର୍ବରୁ ଅଧିକାଂଶ ଟିକେଟ୍ ବିକ୍ରି ହୋଇ ସାରିଛି।
Sambad is now on WhatsApp
Join and get latest news updates delivered to you via WhatsApp
‘ଧାରା ୩୭୦’ ଉଚ୍ଛେଦ ବିଷୟବସ୍ତୁକୁ ନେଇ ନିର୍ମାଣ ହୋଇଛି ଫିଲ୍ମ ‘ଆର୍ଟିକିଲ୍ ୩୭୦’। ଜମ୍ମୁ କାଶ୍ମୀରରେ ଧାରା ୩୭୦ ଉଚ୍ଛେଦ ପୂର୍ବର ସ୍ଥିତି, ସରକାରୀ ପ୍ରସ୍ତୁତି ଓ ଧାରା ଉଚ୍ଛେଦ ସମୟର ସବୁ ଘଟଣାବଳୀ ଏଥିରେ ସ୍ଥାନ ପାଇଛି। ଫିଲ୍ମରେ ୟାମି ଗୌତମ, ଅଜୟ ଦେବଗନ୍, ଅରୁଣ ଗୋଭିଲ୍, କିରନ୍ କର୍ମକାର, ବୈଭବ ତତ୍ୱାଡି, ପ୍ରିୟା ମାନି ପ୍ରମୁଖ ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି। ନେକ୍ସସ୍ ଏସ୍ପ୍ଲାନେଡ୍ ସିନେପଲିସ୍ରେ ୧୧ଟି ସୋ, ବିଏମ୍ସି ଭବାନୀ ମଲ୍ ଆଇନକ୍ସ ଓ ଡିଏନ୍ ରେଗାଲିଆ ମଲ୍ରେ ୫ଟି ଲେଖାଏ ସୋ, ସିମ୍ଫୋନି ମଲ୍ରେ ୪ଟି ସୋ, କେଶରୀରେ ୨ଟି ସୋ, ମହାରାଜାରେ ୨ ସୋ, ଉତ୍କଳ କନିକା ଗ୍ୟାଲେରିଆରେ ଏହି ଫିଲ୍ମର ୫ଟି ସୋ ଲାଗିଛି।
ସ୍ପୋର୍ଟସ ଆକ୍ସନ ହିନ୍ଦୀ ଫିଲ୍ମ ‘କ୍ରାକ୍- ଜିତେଗା ତୋ ଜିଏଗା’ରେ ଆକ୍ସନ ହିରୋ ବିଦ୍ୟୁତ୍ ଜମୱାଲ୍, ଅର୍ଜୁନ୍ ରାମପାଲ୍, ଅମି ଜ୍ୟାକସନ୍, ଅଙ୍କିତ୍ ମୋହନ, ନୋରା ଫତେଇ, ଜ୍ୟାକ୍ଲିନ୍ ଫର୍ଣ୍ଣାଡିଜ୍ଙ୍କୁ ଲିଡ୍ ରୋଲ୍ରେ ଦେଖିବାକୁ ମିଳିବ। ଉତ୍କଳ କନିକା ଗ୍ୟାଲେରିଆ, ବିଏମ୍ସି ଭବାନୀ ମଲ୍ ଓ ଡିଏନ୍ ରେଗାଲିଆରେ ୫ଟି ଲେଖାଏ ସୋ, ସିମ୍ଫୋନି ମଲ୍ରେ ସକାଳ ୪ଟି ସୋ, କେଶରୀରେ ୩ଟି ସୋ, ମହାରାଜାରେ ସକାଳ ୩ଟି ସୋ ଓ ସ୍ବାତୀ ସିନେ କମ୍ପ୍ଲେକ୍ସରେ ୫ଟି ସୋ ଲାଗିଛି। ‘ଅଲ୍ ଇଣ୍ଡିଆ ରୢାଙ୍କ୍’ରେ ନବେ ଦଶକରେ ଜଣେ ୧୭ ବର୍ଷ ବୟସର ପିଲା ବିବେକ୍ କିଭଳି ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଛି, ସେହି ଘଟଣାକୁ ସ୍ଥାନ ଦିଆଯାଇଛି। ଏହି ଫିଲ୍ମର ଉତ୍କଳ କନିକା ଗ୍ୟାଲେରିଆ ଓ ଡିଏନ୍ ରେଗାଲିଆ ମଲ୍ରେ ଗୋଟିଏ ଲେଖାଏ ସୋ’ ଥିବାବେଳେ ନେକ୍ସସ୍ ଏସ୍ପ୍ଲାନେଡ୍ରେ ୩ଟି ସୋ’ ରହିଛି। ସେହିପରି ଆସନ୍ତାକାଲି ମୁକ୍ତିଲାଭ କରିବ ଓଡ଼ିଆ ଚଳଚ୍ଚିତ୍ର ‘ଭୋଟ୍’। ଦେବାଶିଷ ମହାପାତ୍ରଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରରେ ଅଭିନେତ୍ରୀ ଶ୍ରେୟା ମହାନ୍ତି, ଉଷଶୀ ମିଶ୍ର, ଅଭିନେତା ସୂର୍ଯ୍ୟ ମହାନ୍ତି, ହର ରଥ, ସୁଶାନ୍ତ ରାଉତ, ସୌମ୍ୟ ପ୍ରଧାନ, ସୀତାଂଶୁ ରଥ ପ୍ରମୁଖ ଅଭିନୟ କରିଛନ୍ତି। ୨୪ ତାରିଖ ଦିନ ନେକ୍ସସ୍ ଏସ୍ପ୍ଲାନେଡ୍ରେ ସନ୍ଧ୍ୟା ୪ଟା ୫୦ରେ ମାତ୍ର ଗୋଟିଏ ସୋ’ ଲାଗିଛି।
[ad_2]