ମନୋରଞ୍ଜନ

ସକାଳର ଜଳଖିଆରେ ଏହିଭଳି ଭାବେ ସାମିଲ କରନ୍ତୁ ଗଜା ମୁଗ, ବୁଟ.. ସ୍ୱାଦ ଏପରି ଭୁଲିଯିବେ ସବୁପ୍ରକାର ଟିଫିନ

ସାଧାରଣତଃ ଆମମାନଙ୍କ ମଧ୍ୟରୁ ଅନେକ ଲୋକ ମାନିଥାନ୍ତି ଯେ ସକାଳର ଜଳଖିଆ ବହୁତ ହାଲକା ଫୁଲକା ହେବା ଆବଶ୍ୟକ କିନ୍ତୁ ଏହା ଭୁଲ । ରାତ୍ରିଭୋଜନ ପରେ ସକାଳର ଜଳଖିଆ ପର୍ଯ୍ୟନ୍ତ ଏହା ମଧ୍ୟରେ ସମୟର ବ୍ୟବଧାନ ବହୁତ ଅଧିକ ହୋଇଥାଏ । ସେଥିପାଇଁ ସକାଳୁ ସକାଳୁ ଏକ ପୌଷ୍ଟିକ ଆହାର ଆମ ଶରୀରର ପାଇଁ ବହୁତ ଆବଶ୍ୟକୀୟ ହୋଇଥାଏ । ଆମେ ସାଧରଣତଃ ଭାବିଥାଉ ଯେ ଟିଫିନ ଏମିତି ହେବା ଆବଶ୍ୟକ ଯାହା ଅତି ଚଟାପଟ ପ୍ରସ୍ତୁତ ହୋଇଯାଉଥିବ । ସେଥିପାଇଁ ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ ଏକ ଏପରି ଖାଦ୍ୟ ଯାହାକୁ ଆପଣ ଅତି କମ ସମୟ ମଧ୍ୟରେ ଓ ଅତି ସହଜରେ ପ୍ରସ୍ତୁତ କରିପାରିବେ । ତାହେଲେ ଆସନ୍ତୁ ଜାଣିବା କିପରି ପ୍ରସ୍ତୁତ କରାଯାଏ ପୁଷ୍ଟିକର ଟିଫିନ ।

ଆବଶ୍ୟକୀୟ ସାମଗ୍ରୀ

  • ଦେଢ଼ କପ ଗଜା ଡାଲି (ମୁଗ, ବୁଟ, ବାଦାମ ଇତ୍ୟାଦି) ଅଥବା ଏକ ପ୍ରକାରର ଗଜା ଡାଲି
  • କଞ୍ଚାଲଙ୍କା ପେଷ୍ଟ
  • ଜିରା ଅଳ୍ପ
  • ହେଙ୍ଗୁ
  • ଧନିଆପତ୍ର
  • ଲୁଣ ସ୍ୱାଦ ଅନୁସାରେ
  • ତେଲ

appam

ପ୍ରସ୍ତୁତି ପ୍ରଣାଳୀ

ପ୍ରଥମେ ଗଜା ଡାଲିକୁ ଅଧାକପ ପାଣି ପକାଇ ଭଲଭାବେ ପେଷ୍ଟ କରିଦିଅନ୍ତୁ । ବର୍ତ୍ତମାନ ଏହି ପେଷ୍ଟରେ ଅନ୍ୟ ସବୁ ସାମଗ୍ରୀକୁ ମିଶାଇ ଦିଅନ୍ତୁ । ଏବେ ନନଷ୍ଟିକ ମିନି ପ୍ୟାନରେ ଅଧା ଚାମଚ ତେଲ ପକାଇ ପୂର୍ବ ପ୍ରସ୍ତୁତ ମିଶ୍ରଣକୁ ଚାମଚରେ ଅଳ୍ପ ଅଳ୍ପ କରି ଦିଅନ୍ତୁ । ତାପରେ ଅଳ୍ପ ତେଲ ଦେଇ ଧୀରେ ଏହାକୁ ଓଲଟାଇ ଦିଅନ୍ତୁ । ଟିକିଏ ଭଲଭାବେ ଫ୍ରାଏ ହୋଇଗଲା ପରେ ତାକୁ କାଢିଦିଅନ୍ତୁ । ଠିକ ଏହି ପ୍ରକାରେ ବାକି ମିଶ୍ରଣକୁ ପ୍ରସ୍ତୁତ କରିଦିଅନ୍ତୁ । ଏହାକୁ ଆପଣ ପୋଦିନା କିମ୍ବା ପିଆଜ ଚଟଣି ସହିତ ଗରମ ଗରମ ସର୍ଭ କରନ୍ତୁ । ତେବେ ଗଜା ଡାଲିକୁ ନିଜ ଖାଇବାରେ ସାମିଲ କରିବା ପାଇଁ ଏହା ହେଉଛି ସବୁଠାରୁ ସହଜ ଉପାୟ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button