ମନୋରଞ୍ଜନ

ଚେକ୍‌ ବାଉନ୍‌ସ୍‌ ମାମଲାରେ ଚଳଚ୍ଚିତ୍ର ନିର୍ମାତା ରାଜକୁମାର ସନ୍ତୋଷୀଙ୍କୁ ୨ ବର୍ଷ ଜେଲ୍‌ ଦଣ୍ଡାଦେଶ – Kalinga News

[ad_1]

ନୂଆଦିଲ୍ଲୀ: ଚେକ୍‌ ବାଉନ୍‌ସ୍‌ ହେବା ମାମଲାରେ ଗୁଜରାଟର ଜାମନଗରସ୍ଥିତ ଏକ ସ୍ଥାନୀୟ ଅଦାଲତ ଚଳଚ୍ଚିତ୍ର ନିର୍ମାତା ରାଜକୁମାର ସନ୍ତୋଷୀଙ୍କୁ ୨ ବର୍ଷ ଜେଲ୍‌ ଦଣ୍ଡାଦେଶ ଦେବା ସହିତ ୨ କୋଟି ଟଙ୍କା ଜରିମାନା କରିଛନ୍ତି ବୋଲି ‘ଏନ୍‌ଡିଟିଭି’ ରିପୋର୍ଟ କରିଛି।

ଏହି ଦଣ୍ଡାଦେଶ ବିପକ୍ଷରେ ଆବେଦନ କରିବା ଲାଗି ମଧ୍ୟ ଅଦାଲତ ସନ୍ତୋଷୀଙ୍କୁ ୩୦ ଦିନ ପାଇଁ ରହିତାଦେଶ ଦେଇଛନ୍ତି।

ଅଭିଯୋଗ ପତ୍ରରୁ ସଂଗୃହୀତ ସୂଚନା ଅନୁସାରେ, ଶିଳ୍ପପତି ତଥା ପରିବହନ ବ୍ୟବସାୟୀ ଅଶୋକ ଲାଲ୍‌ ଗୋଟାଏ ଚଳଚ୍ଚିତ୍ର ପ୍ରୋଜେକ୍ଟ୍‌ ଲାଗି ସନ୍ତୋଷୀଙ୍କୁ ୧ କୋଟି ଟଙ୍କା ଋଣ ଦେଇଥିଲେ। ଏହି ଋଣ ପରିଶୋଧ ବାବଦକୁ ସନ୍ତୋଷୀ ତାଙ୍କୁ ୧୦ ଲକ୍ଷ ଟଙ୍କାର ୧୦ଟି ଚେକ୍‌ ଦେଇଥିଲେ।

କିନ୍ତୁ, ଅଶୋକ ଲାଲ୍‌ ଚେକ୍‌ଗୁଡ଼ିକୁ ଦାଖଲ କରିବା ପରେ ଜାଣିଲେ ସନ୍ତୋଷୀଙ୍କ ଆକାଉଣ୍ଟ୍‌ରେ ଟଙ୍କା ନ ଥିବାରୁ ସେ ସବୁ ବାଉନ୍‌ସ୍‌ ହୋଇଯାଇଛି। ଋଣ ଦେଇଥିବା ଟଙ୍କା ଫେରସ୍ତ ପାଇବା ଲାଗି ସବୁ ପ୍ରକାରର ଉଦ୍ୟମ କରି ବିଫଳପ୍ରଯତ୍ନ ହେବା ପରେ ‘ନେଗୋସିଏବଲ୍‌ ଇନ୍‌ଷ୍ଟ୍ରୁମେଣ୍ଟ୍‌ ଆକ୍ଟ୍‌’ ଅନୁଯାୟୀ ସନ୍ତୋଷୀଙ୍କ ନାଁରେ ମାମଲା ରୁଜୁ କଲେ ବୋଲି ‘ଏଏନ୍‌ଆଇ’ ରିପୋର୍ଟ କରିଛି।

ସମ୍ପ୍ରତି ଅଦାଲତ ଚଳଚ୍ଚିତ୍ର ନିର୍ମାତା ସନ୍ତୋଷୀଙ୍କୁ ୨ ବର୍ଷ ଜେଲ୍‌ ଦଣ୍ଡାଦେଶ ଦେବା ସହିତ ୨ କୋଟି ଟଙ୍କା ଜରିମାନା କରିଛନ୍ତି। ଏହି ଜରିମାନା ଅର୍ଥର ପରିମାଣ ସେ ଋଣ କରିଥିବା ଅର୍ଥର ଦୁଇଗୁଣା।

ସୂଚନାଯୋଗ୍ୟ, ‘ଘାୟଲ୍‌’, ‘ଘାତକ’ ଓ ‘ଦାମିନୀ’ ଭଳି ସୁପର୍‌-ହିଟ୍‌ ଫିଲ୍ମ ଲାଗି ରାଜକୁମାର ସ‌ନ୍ତୋଷୀ ସୁନାମ ଅର୍ଜନ କରିଛନ୍ତି। ତାଙ୍କର ଆଗାମୀ ଚଳଚ୍ଚିତ୍ର ହେଉଛି ‘ଲାହୋର ୧୯୪୭’। ଆମିର ଖାନ୍‌ ପ୍ରଡକ୍ସନ୍‌ଦ୍ବାରା ପ୍ରଯୋଜିତ ଏହି ଚଳଚ୍ଚିତ୍ରରେ ସନ୍ନି ଦେଓଲ୍‌ ଓ ପ୍ରୀତି ଜିଣ୍ଟା ମୁଖ୍ୟ ଭୂମିକାରେ ଅଭିନୟ କରୁଛନ୍ତି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button