ମାର୍ଚ୍ଚ ୩ରେ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ମନ୍ତ୍ରିପରିଷଦ ବୈଠକ – Kalinga News

[ad_1]
ନୂଆଦିଲ୍ଲୀ: ନିର୍ବାଚନ କମିଶନଙ୍କ ଦ୍ୱାରା ୨୦୨୪ ଲୋକସଭା ନିର୍ବାଚନ ଘୋଷଣାର ଅବ୍ୟବହିତ ପୂର୍ବରୁ ମାର୍ଚ୍ଚ ୩ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର ମନ୍ତ୍ରୀ ପରିଷଦ ବୈଠକ ବସିବ ବୋଲି ଜାଣିବାକୁ ମିଳିଛି।

Sambad is now on WhatsApp
Join and get latest news updates delivered to you via WhatsApp
ନୂଆଦିଲ୍ଲୀର ଚାଣକ୍ୟପୁରୀ କୂଟନୈତିକ ଅଞ୍ଚଳରେ ଥିବା ସୁଷମା ସ୍ୱରାଜଙ୍କ ଭବନରେ ଏହି ମନ୍ତ୍ରୀ ପରିଷଦର ବୈଠକ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବସିବାକୁ ଥିବା ଏହି କେନ୍ଦ୍ର ମନ୍ତ୍ରୀ ପରିଷଦ ବୈଠକରେ ଅନେକଗୁଡ଼ିଏ ଗୁରୁତ୍ୱପୂର୍ଣ୍ଣ ନୀତିଗତ ପ୍ରସଙ୍ଗ ଉପରେ ଆଲୋଚନା କରାଯିବା ସହ ବିଭିନ୍ନ ପଦକ୍ଷେପର କାର୍ଯ୍ୟକାରିତା ଉପରେ ମତାମତ ସଂଗ୍ରହ କରାଯିବ। ଉଲ୍ଲେଖଯୋଗ୍ୟ, ଶାସନ ପ୍ରସଙ୍ଗରେ ତାଙ୍କର ଦୃଷ୍ଟିକୋଣ ବାଣ୍ଟିବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ବିଭିନ୍ନ ସମୟରେ ସମଗ୍ର ମନ୍ତ୍ରୀ ପରିଷଦର ବୈଠକରେ ଅଧ୍ୟକ୍ଷତା କରୁଛନ୍ତି।
ଉଲ୍ଲେଖଯୋଗ୍ୟ, ଇତିମଧ୍ୟରେ ଲୋକସଭା ନିର୍ବାଚନ ପାଇଁ ବିଭିନ୍ନ ରାଜ୍ୟର ପ୍ରସ୍ତୁତିର ସମୀକ୍ଷା ଆରମ୍ଭ କରିଛନ୍ତି ନିର୍ବାଚନ କମିଶନ। ୨୦୨୪ ଲୋକସଭା ପାଇଁ ଆସନ୍ତା ମାସରେ ନିର୍ବାଚନ କାର୍ଯ୍ୟସୂଚୀ ଘୋଷଣା ହେବାର ସମ୍ଭାବନା ରହିଛି। ୨୦୧୪ରେ ନିର୍ବାଚନ ଆୟୋଗ ୯ଟି ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ମାର୍ଚ୍ଚ ୫ ତାରିଖରେ କାର୍ଯ୍ୟସୂଚୀ ଘୋଷଣା କରିଥିଲେ ଏବଂ ମେ’ ୧୬ ତାରିଖରେ ଫଳାଫଳ ପ୍ରକାଶ ପାଇଥିଲା।
ସେହିପରି ୨୦୧୯ରେ ଲୋକସଭା ନିର୍ବାଚନ ପାଇଁ ନିର୍ବାଚନ କମିଶନ ମାର୍ଚ୍ଚ ୧୦ ତାରିଖରେ ୭ଟି ପର୍ଯ୍ୟାୟରେ ଲୋକସଭା ନିର୍ବାଚନ ଘୋଷଣା କରିଥିଲେ ଏବଂ ମେ’ ୨୩ ତାରିଖରେ ଫଳାଫଳ ପ୍ରକାଶ ପାଇଥିଲା।
[ad_2]