ଖେଳ ଖବର

ଜନଜାତି ସାଂସ୍କୃତିକ ସମ୍ମିଳନୀରେ ବରିଷ୍ଠ ଫୁଟବଲ୍ ତାରକା ଧର୍ମପଦ ମହାନ୍ତ ସମ୍ବର୍ଦ୍ଧିତ – Kalinga News

[ad_1]

ରାଇରଙ୍ଗପୁର: ମୟୂରଭଂଜ ଜିଲ୍ଲା ବାମନଘାଟୀ ଉପଖଣ୍ଡର ବରିଷ୍ଠ ଫୁଟବଲ୍ ତାରକା ତଥା ଶିକ୍ଷକ ଧର୍ମପଦ ମହାନ୍ତ ବାରିପଦା ଛଉପଡ଼ିଆଠାରେ ଅନୁଷ୍ଠିତ ଜନଜାତି ସାଂସ୍କୃତିକ ସମ୍ମିଳନୀରେ ସମ୍ବର୍ଦ୍ଧିତ ହୋଇଛନ୍ତି। ଧର୍ମପଦ ୧୯୮୫ ମସିହାରେ ୧୨ ବର୍ଷରୁ କମ୍ ବାଳକ ବିଭାଗରେ ଜାତୀୟସ୍ତରରେ ଦିଲ୍ଲୀଠାରେ ନେସନାଲ୍ ସ୍ପୋର୍ଟସ ତାଲେନ୍ଟ କନ୍ଟେଟ୍ସରେ ଭାଗ ନେଇ ଦଳକୁ ବିଜୟ କରି ମନୋନୀତ ହୋଇଥିଲେ। ସେହିପରି ଦିଲ୍ଲୀରେ ସବ୍ରତ ମୁର୍ଖାଜୀ କପ୍ରେ ନିଜ ଦଳକୁ ରନର୍ସଅପ୍ କରାଇବାରେ ସକ୍ଷମ ହୋଇଥିଲେ।

ଏହାବ୍ୟତିତ ରାଜ୍ୟ ଫୁଟବଲ୍ ଦଳରୁ ଧାନବାଦର ନିର୍ଶା, ଜମ୍ମୁକାଶ୍ମୀର, ଗୁଆହାଟୀଠାରେ ଅନୁଷ୍ଠିତ ଜାତୀୟସ୍ତରର ଫୁଟବଲ୍ ପ୍ରତିଯୋଗିତାରେ ମଧ୍ୟ ଭାଗନେଇ ରାଜ୍ୟ ପାଇଁ ଗୌରବ ଅର୍ଜନ କରିଥିଲେ। ସମ୍ବଲପୁର ପୁଲିସ ପଡିଆରେ ଠାରେ ଅନୁଷ୍ଠିତ ସୁବ୍ରତ୍ ମୁର୍ଖାଜୀ କପ୍, ପୁରୀ, ଖୋର୍ଦ୍ଧା, କଟକସ୍ଥ ତୁଳସୀପୁର, ରାଉରକେଲା ଇସ୍ପାତ୍ ଷ୍ଟାଡିୟମଠାରେ, ବିଶୋଇରେ ମଧ୍ୟ ରାଜ୍ୟର ବେଷ୍ଟ ପ୍ଲେୟାର୍ ଭାବେ ପୁରସ୍କୃତ ହୋଇଥିଲେ।

ତେବେ ବର୍ତମାନ ମଧ୍ୟ ସେ ବାମନଘାଟୀ ଉପଖଣ୍ଡର ବହୁ ଫୁଟବଲ୍ ଖେଳାଳିଙ୍କୁ ଶିକ୍ଷା ଦେଇଥିବା ବେଳେ ମୟୂରଭଞ ଜିଲ୍ଲାର ମହିଳା ଫୁଟବଲ୍ ଦଳର ୨୦୦୩ ମସିହାରୁ ୨୦୧୦ ପର୍ଯ୍ୟନ୍ତ ଜିଲ୍ଲା କୋଚ୍ ଭାବେ ମନୋନୀତ ହୋଇଥିଲେ। ବର୍ତ୍ତମାନ ସୁଦ୍ଧା ଅର୍ନ୍ତଜାତୀୟ, ଜାତୀୟ ଓ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଭାଗ ନେଇଥିବା ମହିଳାଙ୍କୁ କୋଚିଂ ଦେଇଛନ୍ତି। ବିଭିନ୍ନ ଦକ୍ଷତାକୁ ନେଇ ତାଙ୍କୁ ଜନଜାତି ସାଂସ୍କୃତିକ ସମ୍ମିଳନୀରେ ସମ୍ବର୍ଦ୍ଧିତ କରାଯାଇଛି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button