ହାତଛାଡ଼ିଲେ ପୂର୍ବତନ ମନ୍ତ୍ରୀ ନବୀନଚନ୍ଦ୍ର – Kalinga News

[ad_1]
ଢେଙ୍କାନାଳ: ପୂର୍ବରୁ ଢେଙ୍କାନାଳ ଥିଲା କଂଗ୍ରେସର ଗଡ଼। ବହୁ ପୁରୁଖା ନେତା ଦଳର ମଙ୍ଗ ଧରି ଦଳକୁ ମଜଭୁତ ରଖିଥିଲେ। ହେଲେ ଆଜି ଜିଲ୍ଲା କଂଗ୍ରେସ ସଂଗଠନକୁ ମିଳିଛି ବଡ଼ ଝଟ୍କା। ରାଜ୍ୟ ସଭାପତିଙ୍କ ମନମାନି ଏବଂ ଦଳରେ ଅଣଦେଖାକୁ ନେଇ କଂଗ୍ରେସର ପୁରୁଖା ନେତା ତଥା ପୂର୍ବତନ ମନ୍ତ୍ରୀ ନବୀନଚନ୍ଦ୍ର ନାରାୟଣ ଦାସ, ପୂର୍ବତନ ଜିଲ୍ଲା ସଭାପତି ସରୋଜ ପଟ୍ଟନାୟକ, ସଦର ବ୍ଲକ୍ ସଭାପତି ଅଖିଳ ମୋହନ ଖଟୁଆ, ଟାଉନ୍ କଂଗ୍ରେସ୍ ସଭାପତି ହାଇଦର ମହମ୍ମଦ, ଓଡ଼ାପଡ଼ା ବ୍ଲକ୍ ସଭାପତି ପ୍ରମୋଦ କୁମାର ନାୟକ ପ୍ରମୁଖ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି। ଇସ୍ତଫାପତ୍ରକୁ ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖାଡ଼୍ଗେ ଏବଂ ରାଜ୍ୟ ସଭାପତିଙ୍କୁ ପଠାଇଦେଇଥିବା ଆଜି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ମାତ୍ର ଅନ୍ୟ କୌଣସି ଦଳରେ ମିଶିବା ବାବଦରେ ବର୍ତ୍ତମାନ ସୁଦ୍ଧା ପ୍ରସ୍ତାବ ନାହିଁ ବୋଲି କହିଛନ୍ତି।

Sambad is now on WhatsApp
Join and get latest news updates delivered to you via WhatsApp
ଶ୍ରୀ ଦାସ କହିଛନ୍ତି, ଗତ ସପ୍ତାହରେ ଜିଲ୍ଲା କଂଗ୍ରେସ କମିଟିର ନୂତନ ସଭାପତିଙ୍କ ନାମ ଘୋଷଣା କରାଯାଇଥିଲା। ଏଥିରେ ଜିଲ୍ଲାର ପୂର୍ବତନ ସଭାପତି ସରୋଜ ପଟ୍ଟନାୟକ ଏବଂ ପୂର୍ବତନମନ୍ତ୍ରୀ ନବୀନ ଚନ୍ଦ୍ର ନାରାୟଣ ଦାସଙ୍କ ପରାମର୍ଶ ନିଆଯାଇ ନଥିଲା। ହଠାତ ଏଭଳି ପରିବର୍ତ୍ତନ କରାଯାଇଥିଲା। ପିସିସି ସଭାପତି ମନମୁଖି କାର୍ଯ୍ୟ କରୁଛନ୍ତି। ତାଙ୍କ କାର୍ଯ୍ୟାଳୟକୁ ଗଲେ ହଳିଆ ମୂଲିଆ ପରି ଖରାପ ବ୍ୟବହାର ପ୍ରଦର୍ଶନ କରୁଛନ୍ତି। ଦଳରେ କାମ କରୁ ନଥିବା ଲୋକଙ୍କୁ ନେଇ ଗାଦିରେ ବସାଯାଉଛି। ଶ୍ରୀ ଦାସ କଂଗ୍ରେସ ସହ ଦୀର୍ଘ ୬୫ ବର୍ଷ ହେବ ରହିଛନ୍ତି। ୧୯୬୯ ମସିହାରୁ ଦଳରେ ଯୋଗଦେଇଥିଲେ। ୧୯୮୭ରେ ପୌରାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିଲେ। ୧୯୯୫ ମସିହାରୁ ୨୦୦୦ ମସିହା ପର୍ଯ୍ୟନ୍ତ ସେ ପଞ୍ଚାୟତିରାଜ ମନ୍ତ୍ରୀ ସହ ଅନ୍ୟ ଦୁଇଟି ବିଭାଗର ଦାୟିତ୍ୱରେ ରହିଥିଲେ। ସେହିପରି ପୂର୍ବତନ ଜିଲ୍ଲା ସଭାପତି ସରୋଜ ପଟ୍ଟନାୟକ ୨୦୧୮ ମସିହାରେ ସେ କଂଗ୍ରେସରେ ଯୋଗ ଦେଇ ପରେ କାର୍ଯ୍ୟକାରୀ ସଭାପତି ଦାୟିତ୍ୱ ନିର୍ବାହ କରିଥିଲେ। ୨୦୨୦ ମସିହାରୁ ଜିଲ୍ଲା ସଭାପତି ଭାବେ କାର୍ଯ୍ୟ କରିଆସୁଥିଲେ। ସରୋଜ ପଟ୍ଟନାୟକ ଅଭିଯୋଗ କରିଛନ୍ତି ଯେ ଦଳର ଉନ୍ନତି ପାଇଁ ସଂଗଠନକୁ ସୁଦୃଢ଼ କରିବା ଲାଗି ପିସିସି ସଭାପତି ଶରତ ପଟ୍ଟନାୟକ କୌଣସି ବରିଷ୍ଠ ବ୍ୟକ୍ତି ବା ଅଭିଜ୍ଞତା ସଂପନ୍ନ ବ୍ୟକ୍ତିଙ୍କ ସହ ଆଲୋଚନା କରୁନାହାନ୍ତି କିମ୍ବା ସେମାନଙ୍କ
ମତମତ ନେଉନାହାନ୍ତି।
[ad_2]