ରାଜନୀତି

୨-୩ ଦିନ ମଧ୍ୟରେ ବିଜେପି ନେତୃତ୍ୱାଧୀନ ଏନଡିଏରେ ଯୋଗ ଦେଇପାରନ୍ତି ନୀତୀଶ କୁମାର – Kalinga News

[ad_1]

ନୂଆଦିଲ୍ଲୀ: ବିହାରର ଶାସକ ଦଳ ଜେଡିୟୁ (ଜନତା ଦଳ ୟୁନାଇଟେଡ) ଏବଂ  ଆରଜେଡି (ରାଷ୍ଟ୍ରୀୟ ଜନତା ଦଳ) ମଧ୍ୟରେ ତିକ୍ତତା ଲାଗିରହିଛି। ଏହାରି ମଧ୍ୟରେ ନୂତନ ସରକାର ଗଠନ ପାଇଁ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ପୁଣି ଥରେ ବିଜେପି ପକ୍ଷକୁ ଯାଇପାରନ୍ତି ବୋଲି ଶୁଣିବାକୁ ମିଳୁଛି।

ଦୁଇରୁ ତିନି ଦିନ ମଧ୍ୟରେ ଏହି ବିଷୟରେ ନିଷ୍ପତ୍ତି ନିଆଯାଇପାରେ ବୋଲି ସୂତ୍ରରୁ ଜାଣିବାକୁ ମିଳିଛି। ନୀତୀଶ କୁମାର ଲୋକସଭା ନିର୍ବାଚନ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ଭାବରେ ତାଙ୍କର କାର୍ଯ୍ୟ ଜାରି ରଖିବେ।

ସୂତ୍ରରୁ ପ୍ରକାଶ ଯେ ନୀତୀଶ କୁମାର ତାଙ୍କ ଶାସକ ପାର୍ଟନର ଲାଲୁ ପ୍ରସାଦ ଯାଦବଙ୍କ ଆରଜେଡି ଏବଂ ଇଣ୍ଡିଆ ବ୍ଲକ ସଦସ୍ୟ କଂଗ୍ରେସ ଉପରେ ରାଗିଛନ୍ତି। ଲାଲୁ ଯାଦବଙ୍କ ଝିଅ ରୋହିଣୀ ଆଚାର୍ଯ୍ୟଙ୍କ ଡିଲିଟ୍‌ ହୋଇ ଯାଇଥିବା ଏକ ଟ୍ବିଟ୍‌ ତାଙ୍କୁ ଆଘାତ ଦେଇଛି। ଯେଉଁଥିରେ ରୋହିଣୀ ବିହାର ମୁଖ୍ୟମନ୍ତ୍ରୀଙ୍କ ‘ପାରିବାରବାଦ’ ମନ୍ତବ୍ୟକୁ ନେଇ କଡ଼ା ଜବାବ ଦେଇଥିଲେ।

ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ବଂଶବାଦ ରାଜନୀତିକୁ ନେଇ ଦେଇଥିବା ମନ୍ତବ୍ୟକୁ ନେଇ ଆରଜେଡି ନେତା ଲାଲୁ ପ୍ରସାଦ ଯାଦବଙ୍କ ଝିଅ ରୋହିଣୀ ଆଚାର୍ଯ୍ୟ ସୋସିଆଲ ମିଡିଆରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲେ।

ନୀତୀଶ କୁମାର କର୍ପୂରୀ ଠାକୁରଙ୍କ ଜୟନ୍ତୀ ଅବସରରେ ଆୟୋଜିତ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ବଂଶବାଦ ରାଜନୀତିକୁ ସମାଲୋଚନା କରିବା ସହ କହିଥିଲେ, ସେ ରାଜନୀତିରେ ନିଜ ପରିବାରକୁ ପ୍ରୋତ୍ସାହିତ କରିନାହାନ୍ତି। ବିଜେପି ତୁରନ୍ତ ଏ ନେଇ କୌଣସି ପ୍ରତିକ୍ରିୟା ଦେଇନଥିବା ବେଳେ ଆରଜେଡି ନେତା ଲାଲୁ ପ୍ରସାଦ ଯାଦବଙ୍କ ଝିଅ ରୋହିଣୀ ଆଚାର୍ଯ୍ୟ ଏ ନେଇ ଏକ ଟୁଇଟ୍ କରିଥିଲେ।

 



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button