ରାଜନୀତି

ପାୱାର ଗୋଷ୍ଠୀର ନୂଆ ନାମ ଏନ୍‌ସିପି-ଶରଦଚନ୍ଦ୍ର ପାୱାର – Kalinga News

[ad_1]

ନୂଆଦିଲ୍ଲୀ: ଫେବ୍ରୁଆରି ୨୭ ତାରିଖରେ ମହାରାଷ୍ଟ୍ରର ୬ଟି ଆସନ ପାଇଁ ହେବାକୁ ଥିବା ରାଜ୍ୟସଭା ନିର୍ବାଚନ ପାଇଁ ଶରଦ ପାୱାର ଗୋଷ୍ଠୀ ‘ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି- ଶରଦଚନ୍ଦ୍ର ପାୱାର’ ନାମରେ ପରିଚିତ ହେବ ବୋଲି ବୁଧବାର ନିର୍ବାଚନ କମିସନ ନିଷ୍ପତ୍ତି ନେଇଛନ୍ତି। ଏନ୍‌ସିପିର ପ୍ରତିଷ୍ଠାତା ଶରଦ ପାୱାରଙ୍କ ଗୋଷ୍ଠୀ କହିଛି ଯେ ସେମାନେ ଅଜିତ ପାୱାର ଗୋଷ୍ଠୀକୁ ପ୍ରକୃତ ଦଳ ମାନ୍ୟତା ଦିଆଯାଇଥିବାରୁ ନିର୍ବାଚନ କମିସନଙ୍କ ଆଦେଶକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିବେ। ସୂଚନାଯୋଗ୍ୟ, ଶରଦ ପାୱାର ଗୋଷ୍ଠୀ ରାଜ୍ୟସଭା ନିର୍ବାଚନ ଲଢ଼ିବା ପାଇଁ ନିର୍ବାଚନ କମିସନଙ୍କ ନିର୍ଦ୍ଦେଶକ୍ରମେ ୩ଟି ନାମ ଦାଖଲ କରିଥିଲେ। ଦଳ ପସନ୍ଦ ଅନୁଯାୟୀ ଯେଉଁ ତିନୋଟି ନାମ ପ୍ରସ୍ତାବ ଦେଇଥିଲା ତାହା ହେଲା ଏନ୍‌ସିପି- ଶରଦଚନ୍ଦ୍ର ପାୱାର, ଏନ୍‌ସିପି-ଶରଦରାଓ ପାୱାର ଏବଂ ଏନ୍‌ସିପି-ଶରଦ ପାୱାର।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button