ଦିଲ୍ଲୀ ପହଞ୍ଚିଲେ କମଳନାଥଙ୍କ ସମର୍ଥକ – Kalinga News

[ad_1]
ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ବରିଷ୍ଠ କଂଗ୍ରେସ ନେତା କମଳନାଥ ଓ ତାଙ୍କ ପୁଅ ନକୁଳନାଥ ବିଜେପିରେ ସାମିଲ ହୋଇପାରନ୍ତି ବୋଲି ଗତକାଲିଠାରୁ ଜୋର୍ଦାର ଚର୍ଚ୍ଚା ଲାଗି ରହିଛି। ତେବେ କଂଗ୍ରେସ ନେତୃତ୍ୱ କମଳନାଥଙ୍କ ସହ ଯୋଗାଯୋଗ କରିବାକୁ କୌଣସି ପ୍ରୟାସ ନକରିବା ବିସ୍ମୟ ସୃଷ୍ଟି କରିଛି। ଇିତିମଧ୍ୟରେ କମଳନାଥଙ୍କ ସମର୍ଥକ ବିଧାୟକମାନେ ଦିଲ୍ଲୀରେ ପହଞ୍ଚିବା ଆରମ୍ଭ କରିଛନ୍ତି। ଯଦି କମଳନାଥ ଦଳ ଛାଡ଼ିବେ ତା’ହେଲେ ଅତିକମ୍ରେ କଂଗ୍ରେସର ୧୦ ଜଣ ବିଧାୟକ ମଧ୍ୟ ଦଳ ଛାଡ଼ିବେ ବୋଲି କୁହାଯାଉଛି। କମଳନାଥ ବିଜେପିର ଶୀର୍ଷ ନେତୃବୃନ୍ଦଙ୍କ ସହ ଯୋଗାଯୋଗରେ ଥିବା ଜଣାପଡ଼ିଛି ଏବଂ ବିଜେପିରେ ସାମିଲ ହେବାକୁ ନେଇ ଚାଲିଥିବା ଖବରକୁ ଖଣ୍ଡନ କରୁନାହାନ୍ତି। ଅନ୍ୟପକ୍ଷରେ ଦିଲ୍ଲୀ ବିଜେପିର କେତେକ ନେତା କମଳନାଥଙ୍କୁ ବିରୋଧ କରୁଛନ୍ତି। ଶିଖ୍ ବିରୋଧୀ ଦଙ୍ଗାରେ କମଳନାଥଙ୍କ ସଂପୃକ୍ତି ଅଭିଯୋଗ ଆଣି ଦିଲ୍ଲୀ ବିଜେପିର ବରିଷ୍ଠ ନେତାମାନେ କେନ୍ଦ୍ରୀୟ ନେତୃତ୍ବର ଦୃଷ୍ଟି ଆକର୍ଷଣ କରିଛନ୍ତି। ତେବେ ନକୁଳନାଥ ବିଜେପିରେ ସାମିଲ ହେଲେ ସେମାନଙ୍କ କୌଣସି ଆପତ୍ତି ନାହିଁ ବୋଲି କହିଛନ୍ତି। ଅନ୍ୟପକ୍ଷରେ କଂଗ୍ରେସର ବରିଷ୍ଠ ନେତା ଦିଗ୍ବିଜୟ ସିଂହ କହିଛନ୍ତି ଯେ କମଳନାଥ ବିଜେପିରେ ସାମିଲ ହେବା ପ୍ରଶ୍ନ ଉଠୁନାହିଁ। କମଳନାଥ ତାଙ୍କ ଯୋଜନା ବଦଳାଇ ସାରିଛନ୍ତି ବୋଲି ମଧ୍ୟ କେତେକ କଂଗ୍ରେସ ନେତା ବୟାନ ରଖିଛନ୍ତି। ତବେ କମଳନାଥ ନଜେ କୌଣସି ବୟାନ ଦେଉନଥିବାରୁ ସସ୍ପେନ୍ସ ଜାରି ରହିଛି।
[ad_2]