ବ୍ୟବସାୟରେ କ୍ଷତି ହେଉଛି କି ? ଉନ୍ନତି ଆଣିବା ପାଇଁ ଆପଣାନ୍ତୁ ଏହି ୫ ଉପାୟ

ସମସ୍ତଙ୍କର ଏହା ଇଚ୍ଛା ଥାଏ ଯେ ତାଙ୍କର ଦୋକାନ ଭଲଭାବରେ ଚାଲୁ। କିନ୍ତୁ ସବୁବେଳେ ଏମିତି ହୋଇନଥାଏ। କେତେକ ଥର ଦୋକାନର କ୍ଷତି ମଧ୍ୟ ସହିବାକୁ ପଡିଥାଏ। ଏମିତି ବେଳେବେଳେ ସମୟ ଆସେ ସେ ଯେଉଁଥିରେ ବହୁତ ଦିନ ପର୍ୟ୍ୟନ୍ତ ଦୋକାନୀକୁ କ୍ଷତି ସହିବାକୁ ପଡିଥାଏ। ଏମିତି ପରିସ୍ଥିତିରୁ ମୁକୁଳିବା ପାଇଁ ଲୋକମାନେ ବହୁତ କିଛି ଉପାୟ କହିଥାନ୍ତି। ଆଜି ଆମେ ଏମିତି ହିଁ ପାଞ୍ଚଟି ଉପାୟ ବିଷୟରେ ଜଣାଇବାକୁ ଯାଉଛୁ। ଏହି ଉପାୟକୁ ଆପଣେଇଲେ ବେପାରରେ କ୍ଷତି ଆସିନଥାଏ।
-ଦୋକାନର କାରବାର କରିବା ପୂର୍ବରୁ ଚାନ୍ଦୀର ପାତ୍ରରେ ଚାନ୍ଦୀରେ ନିର୍ମିତ ଶ୍ରୀଲକ୍ଷ୍ମୀ ଏବଂ ଗଣେଶଙ୍କର ପ୍ରତିମା ସ୍ଥାପନା କରନ୍ତୁ। ଏହାକୁ ଦୋକାନର ପୂର୍ବ ଦିଗ ଆଡକୁ ମୁହଁ କରି ରଖନ୍ତୁ। ଏହା ଦ୍ବାରା ଲାଭ ମିଳିଥନାଏ ବୋଲି କୁହାଯାଏ।
-ଅନ୍ୟ ଏକ ଉପାୟ ହେଉଛି ଦୋକାନ ଖୋଲିବା ସମୟରେ ଅଗରବତୀ ଜଳାଇବା ପାଇଁ କୁହାଯାଏ। ଏହି ଅଗରବତୀର ସଂଖ୍ୟା ୫ଟି ହେବା ଆବଶ୍ୟକ।
-କେତେକ ଥର ଦୋକାନରେ ଗ୍ରାହକଙ୍କ ଆସିବା ସଂଖ୍ୟା ବହୁତ କମିଯାଏ। ଏହି ସମସ୍ୟାକୁ ଦୂର କରିବା ପାଇଁ ମାଟିର ଚାରିଟି ଅଲଗା ଅଲଗା ପାତ୍ରରେ କଳା ତେଲ, ସାଗୁ ଦାନା, ସବୁଜ ମୂଗ ଏବଂ ହଳଦିଆ ସୋରିଷ ଭରିକି ରଖି ଦିଅନ୍ତୁ। ଏହି ଚାରିଟି ପାତ୍ରକୁ ଗୋଟିଏ ବର୍ଷ ପର୍ୟ୍ୟନ୍ତ ଦୋକାନରେ ରଖିଦିଅନ୍ତୁ। ଏହାପରେ ନଦୀରେ ଭଷାଇ ଦିଅନ୍ତୁ।
-ଦୋକାନର ଉନ୍ନତି ପାଇଁ ଗୋଟିଏ ଉପାୟ କରାଯାଏ। ତାହା ହେଉଛି ଏକ ଲୁହାର କଣ୍ଟାରେ କଳା ସୂତାରେ ସାତଟି ଅଖଣ୍ଡିତ ଲଙ୍କା ଏବଂ ବିନା ଦାଗ ହୋଇଥିବା ଲେମ୍ବୁ ବାନ୍ଧି ଦିଅନ୍ତୁ। ଏହାକୁ ଶନିବାର କିମ୍ବା ମଙ୍ଗଳବାରରେ ଦୋକାନରେ ଝୁଲାନ୍ତୁ।
-ଦୋକାନରେ ଶ୍ରୀକୁବେର ଯନ୍ତ୍ର ସ୍ଥାପିତ କରିବା ଦ୍ବାରା ମଧ୍ୟ ଲାଭ ହୋଇଥାଏ। ଏହାକୁ ଶୁକ୍ଳ ପକ୍ଷରେ ସ୍ଥାପନା କରିବା ଉଚିତ। ଏହା ଦ୍ବାରା ବ୍ୟବସାୟରେ କ୍ଷତି ହୋଇନଥାଏ ବୋଲି କୁହାଯାଏ।



